ETV Bharat / sports

ବର୍ଷା ଯୋଗୁଁ ଟେବୁଲ ଟେନିସ ଖେଳରେ ବିତିଲା ସମୟ - world test championship final news

ବର୍ଷା ଯୋଗୁଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ଚତୁର୍ଥ ଦିନ ଖେଳ ଆରମ୍ଭ ହୋଇ ପାରିନାହିଁ । ଏହି ସମୟରେ ନ୍ୟୁଜିଲାଣ୍ଡ କ୍ରିକେଟର ଟେବୁଲ ଟେନିସ ଖେଳୁଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ...

world test championship final
world test championship final
author img

By

Published : Jun 21, 2021, 8:59 PM IST

ନୂଆଦିଲ୍ଲୀ: ବର୍ଷା ଯୋଗୁଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚର ଚତୁର୍ଥ ଦିନ ଖେଳ ଆରମ୍ଭ ହୋଇ ପାରିନାହିଁ । ତେବେ ଏହି ସମୟରେ ନ୍ୟୁଜିଲାଣ୍ଡ କ୍ରିକେଟର ଟେବୁଲ ଟେନିସ ଖେଳୁଥିବା ଦେଖିବାକୁ ମିଳିଛି । ନ୍ୟୁଜିଲାଣ୍ଡ ଫାଷ୍ଟ ବୋଲର କାଇଲ ଜେମିସନ ଟେବୁଲ ଟେନିସ ଖେଳୁଥିବା ଫଟୋ ସେୟାର କରିଛି ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ।

ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଟ୍ୱିଟ୍ କରି ଲେଖିଛି ଯେ, ଷ୍ଟାଡିୟମକୁ ପୁଣି ଥରେ ବର୍ଷା ପ୍ରତ୍ୟାବର୍ତ୍ତନ କରିଛି । ବର୍ତ୍ତମାନ ପାଇଁ କେବଳ ଟେବୁଲ ଟେନିସ ଖେଳ ।

ସେପଟେ ବିସିସିଆଇ ମଧ୍ୟ ସାଉଥହମ୍ପଟନରେ ବର୍ଷାକୁ ନେଇ ଟ୍ୱିଟ୍ କରିଛି । ବିସିସିଆଇ କହିଛି ଯେ, ବର୍ତ୍ତମାନ ସୁଦ୍ଧା ବର୍ଷା ଜାରି ରହିଛି । ଚତୁର୍ଥ ଦିନର ଖେଳ ଆରମ୍ଭ ହେବାକୁ ଆହୁରି ବିଳମ୍ବ ହେବ ।

ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ଉପରେ ବର୍ଷାର କଳା ବାଦଲ ହଟିବାର ନାମ ଧରୁନାହିଁ । ବର୍ଷା ଯୋଗୁଁ ପ୍ରଥମ ଦିନର ଖେଳ ବାତିଲ ହୋଇଥିଲା । ଏହାପରେ ଚତୁର୍ଥ ଦିନ ମଧ୍ୟ ବର୍ଷା ଆରମ୍ଭ ଯୋଗୁଁ ଏହି ଫାଇନାଲ ମ୍ୟାଚର ଫଳାଫଳ ବାହାରିବା ନେଇ ସନ୍ଦେହ ଦେଖା ଦେଇଛି । ଫଳରେ କ୍ରିକେଟ ଫ୍ୟାନମାନେ ନିରାଶ ହୋଇଛନ୍ତି । ମ୍ୟାଚ ଡ୍ର ହେଲେ ଉଭୟ ଦଳ ଯୁଗ୍ମ ଚମ୍ପିଆନ ଘୋଷିତ ହେବେ ।

ଭାରତର ପ୍ରଥମ ଇଂନିସରେ 217 ରନ କରିଛି । ଜବାବରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇଂନିସରେ ଦୁଇ ୱିକେଟ ହରାଇ 101 କରି ମ୍ୟାଚରେ ଭଲ ସ୍ଥିତିରେ ରହିଛି । ଅଧିନାୟକ କେନ ୱିଲିୟମସନ 12 ରନ୍‌ କରି ଅପରାଜିତ ରହିଛନ୍ତି । ଡେଭନ କନୱେଙ୍କ 54 ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳି ନିଜ ୱିକେଟ ହରାଇଛନ୍ତି । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ଓ ରବି ଚନ୍ଦ୍ରନ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.