ETV Bharat / sports

T-20 World Cup: ଭବିଷ୍ୟବାଣୀ କଲେ ଡିଭିଲିୟର୍ସ, ନ୍ୟୁଜିଲାଣ୍ଡକୁ ହରାଇ ଚମ୍ପିଆନ୍ ହେବ ଭାରତ - ବିଶ୍ବକପ ଟାଇଟଲ ହାତେଇବ ଟିମ୍ ଇଣ୍ଡିଆ

ଭାରତ ଟି୨୦ ବିଶ୍ୱକପ ଜିତିବା ନେଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ଭବିଷ୍ୟବାଣୀ । ଏହି ଅବସରରେ ସେ ଏକ ନ୍ୟୁଜି ଏଜେନ୍ସିକୁ ସାକ୍ଷାତକାର ଦେଇ କହିଛନ୍ତି ୨୦୨୨ ବିଶ୍ବକପ ଟାଇଟଲ ହାତେଇବ ଟିମ୍ ଇଣ୍ଡିଆ । ଅଧିକ ପଢନ୍ତୁ

ଭାରତ ବିଶ୍ବ ଚମ୍ପିଆନ ହେବା ନେଇ ଏବି ଡିଭିଲିୟର୍ସଙ୍କ ଭବିଷ୍ୟବାଣୀ

author img

By

Published : Nov 8, 2022, 10:32 PM IST

ହାଇଦ୍ରାବାଦ: ଭାରତ ଟି-୨୦ ବିଶ୍ବକପ ଜିତିବା ନେଇ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡିଭିଲିୟର୍ସଙ୍କ ଭବିଷ୍ୟବାଣୀ । ତାଙ୍କ କହିବା ମୁତାବକ ଚଳିତ ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଭାରତ ବିଶ୍ବ ଚମ୍ପିଆନ୍ ହେବ । ଦୀର୍ଘ ଦିନ ପରେ ଦକ୍ଷିଣ ଆଫ୍ରିକାର ଏହି ପୂର୍ବତନ କ୍ୟାପଟେନ ଭାରତ ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ଏକ ନ୍ୟୁଜି ଏଜେନ୍ସିକୁ ସାକ୍ଷାତକାର ଦେଇ କହିଛନ୍ତି ୨୦୨୨ ବିଶ୍ବକପ ଟାଇଟଲ ହାତେଇବ ଟିମ୍ ଇଣ୍ଡିଆ ।

ଚଳିତ ବିଶ୍ବକପରେ ମେନ ଇନ୍ ବ୍ଲୁ ଜବରଦସ୍ତ ଫର୍ମରେ ନଜର ଆସିଛି । ସୁପର ୧୨ ପର୍ଯ୍ୟାୟରେ ଦୁଇଟି ଦଳ ମଧ୍ୟରୁ ସର୍ବାଧିକ ୮ ପଏଣ୍ଟ ହାସଲ କରି ଚମ୍ପିଆନ୍ ଟିମ୍ ଭାବରେ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ତେବେ ଭାରତର ଏଭଳି ଜବରଦସ୍ତ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରିଛନ୍ତି ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଏବି ଡିଭିଲିୟର୍ସ । ଏହା ସହିତ ଷ୍ଟାର ବ୍ୟାଟର ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବଙ୍କୁ ବ୍ୟାଟିଂ ଲାଇନ୍ ଅପ ଉଚ୍ଚକୋଟୀର ବୋଲି କହିଛନ୍ତି । ଉଭୟଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତ ବିଶ୍ବକପ୍ ଟାଇଟଲ ହାତେଇବ ବୋଲି ଦାବି କରିଛନ୍ତି । ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଭାରତ ଫାଇନାଲ ଟିକଟ୍ ହାତେଇବ । ସେପଟେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ପରାସ୍ତ କରି ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିବ । ଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ହାଇଭୋଲଟେଜ ମୁକାବିଲା ହେବ । ଭାରତ ନ୍ୟୁଜିଲାଣ୍ଡକୁ ବିଶ୍ବଚମ୍ପିଆନ ହେବ ବୋଲି ସେ କହିଛନ୍ତି ।

ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତି କ୍ରିକେଟର । ଏକ ନ୍ୟଜ୍ ଏଜେନ୍ସିକୁ ସାକ୍ଷାତକାର ଦେଇ ଏବି ଡିଭିଲିୟର୍ସ କହିଛନ୍ତି, "ଚଳିତ ବିଶ୍ବକପରେ ଟିମ୍ ଇଣ୍ଡିଆ ଜବରଦସ୍ତ ଫର୍ମରେ ନଜର ଆସିଛି । ଏହା ସହିତ ଦଳର ଖେଳିଳିମାନେ ଏବେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି । ଫାଇନାଲରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ବକପ ଟାଇଟଲ ହାତେଇବ । ଦଳର ଷ୍ଟାର କ୍ରିକେଟର ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଏବେ ଦମଦାର ଫର୍ମ ଦେଇ ଗତି କରୁଛନ୍ତି । ତେଣୁ ଭାରତ ବିଶ୍ବକପ ଜିତିବା ନେଇ କୌଣସି ସନ୍ଦେହ ନାହିଁ ।"

ନଭେମ୍ବର ୯ ତାରିଖ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ନଭେମ୍ବର ୧୦ ତାରିଖ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.