ETV Bharat / sports

ନେପାଳ ନାଁରେ କ୍ରିକେଟର ଅଲୋଡା ରେକର୍ଡ, ୮ ରନ୍‌ରେ ଅଲଆଉଟ୍‌ - ନେପାଳ କ୍ରିକେଟ ଟିମ

ପ୍ରଥମ ଥର ଆୟୋଜିତ ହୋଇଥିବା ICC ୧୯ ବର୍ଷରୁ କମ ମହିଳା ବିଶ୍ବକପ ଯୋଗ୍ୟତାପର୍ଯ୍ୟାୟରେ ନେପାଳ, ୟୁଏଇ, ଥାଇଲାଣ୍ଡ, ଭୁଟାନ ଓ କତାର ଟିମ ଅଂଶଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

NEPAL UNDER 19 WOMEN TEAM 8 RUNS ALL OUT UAE LOWEST SCORE IN CRICKET RECORD
ନେପାଳ ନାଁରେ କ୍ରିକେଟର ଅଲୋଡା ରେକର୍ଡ, ୮ ରନ୍‌ରେ ଅଲଆଉଟ୍‌
author img

By

Published : Jun 4, 2022, 7:47 PM IST

ବଙ୍ଗୀ(ମାଲେସିୟା): ନେପାଳ ଯୁବ ମହିଳା ଟିମ ICC ୧୯ ବର୍ଷରୁ କମ ମହିଳା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ସଂଯୁକ୍ତ ଆରବ ଏମିରତ(UAE) ବିପକ୍ଷ ମ୍ୟାଚ୍‌ରେ ମାତ୍ର ୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି । ଫଳରେ ଏକ ଅଲୋଡା ରେକର୍ଡର ଅଧିକାରୀ ହୋଇଛି ଏହି ଟିମ । କ୍ରିକେଟ ଇତିହାସରେ ଏହା ଅନ୍ୟତମ ସର୍ବନିମ୍ନ ସ୍କୋର୍‌‌ । ପ୍ରଥମ ଥର ଆୟୋଜିତ ହୋଇଥିବା ICC ୧୯ ବର୍ଷରୁ କମ ମହିଳା ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟରେ ନେପାଳ, ୟୁଏଇ, ଥାଇଲାଣ୍ଡ, ଭୁଟାନ ଓ କତାର ଟିମ ଅଂଶଗ୍ରହଣ କରିଛନ୍ତି ।

୫ଦେଶ ବିଶିଷ୍ଟ ଏହି ପ୍ରତିଯୋଗିତାରେ ବିଜୟୀ ଟିମ ୨୦୨୩ ଆରମ୍ଭରେ ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ପ୍ରଥମ ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ବକପ ପାଇଁ ଯୋଗ୍ୟତା ଅର୍ଜନ କରିବ । ନେପାଳ ଟିମ ପୂର୍ବ ମ୍ୟାଚ୍‌ରେ କତାରକୁ ୩୮ ରନରେ ସୀମିତ ରଖିବା ପରେ ୭୯ ରନ୍‌ରେ ବିଜୟୀ ହୋଇଥିଲା । ମାତ୍ର ଶନିବାର ଟିମ ଲଜ୍ଜାଜନକ ପ୍ରଦର୍ଶନ କରିଛି । ଏହି ମ୍ୟାଚ୍‌ ଏକଘଣ୍ଟା ଖେଳ ମଧ୍ୟ ସମ୍ଭବ ହୋଇନଥିଲା କାରଣ ୯.୨ ଓଭରରେ ମ୍ୟାଚ୍‌ର ପରିଣାମ ସାମ୍ନାକୁ ଆସିଥିଲା । ୯ ରନ୍‌ର ବିଜୟ ଲକ୍ଷ୍ୟକୁ ୭ଟି ବଲ୍‌ରେ ହାସଲ କରିନେଇଥିଲା UAE ।

ଦୁଇ ଟିମ ମଧ୍ୟରେ କୌଣସି ଜଣେ ଖେଳାଳି ଦୁଇ ଅଙ୍କ ସ୍କୋର୍‌ ମଧ୍ୟ ଛୁଇଁ ପାରିଲେ ନାହିଁ । ୟୁଏଇର ତୀର୍ଥ ସତିଶ ସର୍ବାଧିକ ଅପରାଜିତ ୪ ରନ୍‌ କରିଥିଲେ । ନେପାଳର ୬ଜଣ ବ୍ୟାଟ୍‌ର ଖାତା ଖୋଲି ପାରିନଥିଲେ, ସ୍ନେହା ମୋହରା ସର୍ବାଧିକ ୧୦ଟି ବଲ୍‌ ଖେଳି ୩ ରନ୍‌ କରିଥିଲେ । ମନୀଷା ରାଣା ୨ ରନ୍‌ ଓ ତିନିଜଣ ଖେଳାଳି ୧ ରନ୍‌ ଲେଖାଏଁ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.