ETV Bharat / sports

ଇତିହାସ ରଚିଲେ ନାଥନ ଲିୟନ, ହାସଲ କଲେ ୫୦୦ ଟେଷ୍ଟ ୱିକେଟ୍‌

author img

By ETV Bharat Odisha Team

Published : Dec 17, 2023, 10:13 PM IST

Nathan Lyon: ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଇତିହାସ ରଚିଲେ ଅଷ୍ଟ୍ରେଲିଆର ଭେଟେରାନ ସ୍ପିନର ନାଥନ ଲିୟନ । ୫୦୦ ଟେଷ୍ଟ ୱିକେଟ୍‌ ହାସଲ କରି ସ୍ବତନ୍ତ୍ର ବ୍ଲକ୍‌ରେ ହେଲେ ସାମିଲ । ଅଧିକ ପଢ଼ନ୍ତୁ

ନାଥନ ଲିୟନ ହାସଲ କଲେ ୫୦୦ ଟେଷ୍ଟ ୱିକେଟ୍‌
ନାଥନ ଲିୟନ ହାସଲ କଲେ ୫୦୦ ଟେଷ୍ଟ ୱିକେଟ୍‌

ପର୍ଥ: ଇତିହାସ ରଚିଲେ ଅଷ୍ଟ୍ରେଲିଆର ଭେଟେରାନ୍‌ ସ୍ପିନର ନାଥନ ଲିୟନ । ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ସେ ୫୦୦ ଟେଷ୍ଟ ୱିକେଟ୍‌ ପୂରଣ କରିବାର ରେକର୍ଡ ସୃଷ୍ଟି କରିଛନ୍ତି । ଏଭଳି କୀର୍ତ୍ତିମାନ ହାସଲ କରିବାରେ ବିଶ୍ବ କ୍ରିକେଟ୍‌ରେ ୮ମ ବୋଲର ହୋଇଛନ୍ତି ନାଥନ ଲିୟନ । ଏହି ସଫଳତା ହାସଲ କରିବାରେ ସେ ମହାନ କ୍ରିକେଟର ସ୍ବର୍ଗତ ଶେନ୍‌ ୱର୍ନ ଓ ଗ୍ଲେନ୍‌ ମ୍ୟାକଗ୍ରାଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି । ତୃତୀୟ ଅଷ୍ଟ୍ରେଲୀୟ ଭାବେ ଏହି ରେକର୍ଡ ହାସଲ କରିଛନ୍ତି ଲିୟନ ।

ଅଷ୍ଟ୍ରେଲିଆ ଗସ୍ତରେ ଥିବା ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାଜିତ ହୋଇଛି । ଐତିହାସିକ ପର୍ଥ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ ୪ର୍ଥ ଦିନରେ ଶେଷ ହୋଇଛି । ଏଥିରେ ଅଷ୍ଟ୍ରେଲିଆ ୩୬୦ ରନ୍‌ରେ ବଡ଼ ବିଜୟ ହାସଲ କରିଛି । ପୂର୍ବରୁ ମଧ୍ୟ ବର୍ଷ ବର୍ଷ ଧରି ଅଷ୍ଟ୍ରେଲିଆ ମାଟିରେ ପାକିସ୍ତାନ ଜିତି ପାରିନାହିଁ । ତେଣୁ ଏହି ମ୍ୟାଚ୍‌ର ଫଳାଫଳ ମଧ୍ୟ କାହାକୁ ଚକିତ କରିନାହିଁ । ହେଲେ ନାଥନ ଲିୟନଙ୍କ ରେକର୍ଡ ଏବେ ସବୁଠୁ ଅଧିକା ଚର୍ଚ୍ଚାରେ । ରବିବାର ଚତୁର୍ଥ ଦିବସ ଖେଳ ମଧ୍ୟାହ୍ନ ଭୋଜନ ବିରତି ପରେ ଅଷ୍ଟ୍ରେଲିଆ ଦଳ ଏହାର ଦ୍ବିତୀୟ ଇନିଂସକୁ ୨୩୩/୫ ସ୍କୋର୍‌ରେ ଘୋଷଣା କରିଥିଲା । ଜବାବରେ ପାକିସ୍ତାନ ଆଗରେ ୪୫୦ ରନ୍‌ର ପାହାଡ଼ ଭଳି ଟାର୍ଗେଟ୍‌ ରହିଥିଲା । ପ୍ରଥମ ପାଳିରେ ୨୭୧ ରନ୍‌ କରିଥିବା ପାକିସ୍ତାନ ଫାଇନାଲ ସେସନ୍‌ରେ ୩୦.୨ ଓଭରରେ କେବଳ ୮୯ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳର ଏହାଥିଲା କ୍ରମାଗତ ୧୫ତମ ଟେଷ୍ଟ ପରାଜୟ ।

ଏହା ମଧ୍ୟ ପଢ଼ନ୍ତୁ...ସାଇ ସୁଦର୍ଶନଙ୍କ ମେଡେନ୍‌ ଅର୍ଦ୍ଧଶତକ, ୮ ୱିକେଟ୍‌ରେ ଭାରତର ଦମଦାର ବିଜୟ

ଏହି ମ୍ୟାଚ୍‌ରେ ପାକିସ୍ତାନର ଫହିମ୍‌ ଅଶ୍ରଫ୍‌ଙ୍କୁ 'ଲେଗ୍‌ ବିଫୋର ୱିକେଟ୍‌' (LBW) କରି ଲିୟନ ତାଙ୍କ ୫୦୦ତମ ଐତିହାସିକ ଟେଷ୍ଟ ୱିକେଟ୍‌ ପୂରଣ କରିଥିଲେ । ୩ୟ ଅଷ୍ଟ୍ରେଲୀୟ ଭାବେ ସେ ଏହି ଗୌରବ ଅର୍ଜନ କରିଛନ୍ତି । ଲିୟନଙ୍କ ପୂର୍ବରୁ ମହାନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ସ୍ବର୍ଗତ ଶେନ ୱର୍ନ ଓ ଗ୍ଲେନ୍‌ ମ୍ୟାକଗ୍ରା ଏହି ଐତିହାସିକ କୀର୍ତ୍ତିମାନ ରଚିଥିଲେ । ତେବେ ଏହି ବିରଳ ରେକର୍ଡ ସୃଷ୍ଟି କରିବାରେ ସେ ବିଶ୍ବରେ ୮ମ ବୋଲର ହୋଇଛନ୍ତି । ଏହି କ୍ଲବ୍‌ରେ ରହିଛନ୍ତି ଶ୍ରୀଲଙ୍କାର ଭେଟେରାନ୍‌ ମୁଥିଆ ମୂରଲିଥରନ (୮୦୦), ଅଷ୍ଟ୍ରେଲିଆର ଶେନ ୱର୍ନ (୭୦୮), ଇଂଲଣ୍ଡର ଜେମ୍ସ ଆଣ୍ଡରସନ୍‌ (୬୯୦), ଭାରତର ଅନୀଲ କୁମ୍ବଲେ (୬୧୯), ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌ (୬୦୪), ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକଗ୍ରା (୫୬୩) ଓ ୱେଷ୍ଟଇଣ୍ଡିଜ୍‌ର କୋର୍ଟନୀ ୱାଲ୍ସ (୫୧୯) ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.