ETV Bharat / sports

ପାଣ୍ଡ୍ୟାଙ୍କ ପାଇଁ ଗୁଜୁରାଟକୁ 100 କୋଟି ଦେଇଛି ମୁମ୍ବାଇ ! - ମୁମ୍ବାଇ ଇଣ୍ଡିଆନ୍ସ

Hardik Pandya: ରୋହିତ ଶର୍ମାଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ପରଠାରୁ ଏବେ ପର୍ଯ୍ୟନ୍ତ ପ୍ରଶଂସକଙ୍କ ଆକ୍ରୋଶର ଶିକାର ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ହେଲେ ଏବେ ଆସିଥିବା ଖବର ଫ୍ରାଞ୍ଚାଇଜ୍‌କୁ ଆହୁରି ଅଡ଼ୁଆରେ ପକାଇଛି । ପାଣ୍ଡ୍ୟାକୁ ଆଣିବାକୁ ଗୁଜୁରାଟକୁ ମୁମ୍ବାଇ 100 କୋଟି ଟଙ୍କା ଦେଇଥିବା ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ପାଣ୍ଡ୍ୟାଙ୍କ ପାଇଁ ଗୁଜରାଟକୁ 100 କୋଟି ଦେଇଛି ମୁମ୍ବାଇ !

author img

By ETV Bharat Odisha Team

Published : Dec 25, 2023, 10:24 PM IST

ମୁମ୍ବାଇ: ଆଇପିଏଲ୍‌ 2024 ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଚର୍ଚ୍ଚା ସେତିକି ବଢ଼ିବାରେ ଲାଗିଛି । ହେଲେ ସବୁଠାରୁ ବେଶୀ ଚର୍ଚ୍ଚାରେ ଗୁଜୁରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍‌ । ଯଦିଓ ଟଙ୍କା ତୁଳନାରେ ଆର୍‌ସିବି ଓ ମୁମ୍ବାଇ ମଧ୍ୟରେ କାମେରନ ଗ୍ରୀନଙ୍କ ଟ୍ରେଡ୍‌ ସବୁଠାରୁ ଦାମୀ, ହେଲେ କୁହାଯାଉଛି ଆଇପିଏଲ୍‌ ଇତିହାସରେ ପାଣ୍ଡ୍ୟାଙ୍କ ଟ୍ରେଡ୍‌ ସବୁଠାରୁ ବଡ଼ । ଏହାକୁ ନେଇ ପ୍ରଶଂସକ ମୁମ୍ବାଇକୁ ସମାଲୋଚନା କରିବା ଓ ଅନ୍‌ଫଲୋ କରିବା ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି । ଏହାରି ଭିତରେ ଆଉ ଏକ ରିପୋର୍ଟ ଆସିଛି, ଯାହା ପ୍ରଶଂସକଙ୍କୁ ଆହୁରି ଖପ୍ପା କରିଛି ।

ଆଇପିଏଲ୍‌ ଅକ୍ସନ ପୂର୍ବରୁ ଖୋଲିଥିଲା ଟ୍ରେଡ୍‌ ୱିଣ୍ଡୋ । ଯେଉଁଥିରେ ଏକାଧିକ ବଡ଼ ଟ୍ରେଡ୍‌ ଦେଖିବାକୁ ମିଳିଥିଲା । ହେଲେ ସବୁଠାରୁ ଚର୍ଚ୍ଚାରେ ଥିଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ୍‌ । ଗୁଜୁରାଟ ଟାଇଟନ୍ସ ଠାରୁ 15 କୋଟି ଟଙ୍କା ପାଇଁ ହାର୍ଦ୍ଦିକଙ୍କୁ ମନି ଟ୍ରେଡ୍‌ରେ ଆଣିଥିଲା ମୁମ୍ବାଇ । ଯେଉଁଥିପାଇଁ ବେଶ ସମାଲୋଚିତ ହୋଇଥିଲା ଫ୍ରାଞ୍ଚାଇଜ୍‌ । ନିକଟରେ ରୋହିତଙ୍କୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିବା ପରେ ବଢ଼ିଲା ଅଡ଼ୁଆ । ପ୍ରଶଂସକଙ୍କର କ୍ରମାଗତ ଆକ୍ରୋଶର ଶିକାର ହେଲା ମୁମ୍ବାଇ ଇଣ୍ଡିଆନ୍ସ । ସୋସିଆଲ୍‌ ମିଡିଆରେ ମୁମ୍ବାଇ ପ୍ରାୟ 9 ଲକ୍ଷ ପ୍ରଶଂସକଙ୍କୁ ହରାଇ ସାରିଲାଣି । ଏବେ ମଧ୍ୟ କିଛି କିଛି ଦଳକୁ ଅନ୍‌ଫଲୋ କରିବା ଜାରି ରଖିଛନ୍ତି । କାରଣ ପାଣ୍ଡ୍ୟାଙ୍କ ଠାରୁ ଦଳକୁ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ଭଳି 5ଟି ଆଇପିଏଲ୍‌ ସିଜିନ୍‌ରେ ବିଜୟୀ କରାଇଥିବା ରୋହିତ ଶର୍ମା ଅଧିନାୟକ ଭାବେ ପ୍ରଶଂସକଙ୍କ ଅଧିକ ପସନ୍ଦ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଫିଟ୍‌ ହୋଇପାରୁନାହାନ୍ତି ବିିସିସିଆଇ ଫେବ୍‌ରେଟ ପାଣ୍ଡ୍ୟା, ଚିନ୍ତାରେ ମୁମ୍ବାଇ ଇଣ୍ଡିଆନ୍ସ

ଏବେ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ପାଣ୍ଡ୍ୟାଙ୍କୁ ଆଣିବା ପାଇଁ ମୁମ୍ବାଇ କେବଳ 15 କୋଟି ଟଙ୍କା ନୁହେଁ, ବରଂ ଅନୌପଚାରିକ ଭାବେ ପ୍ରାୟ 100 କୋଟି ଟଙ୍କା ଗୁଜୁରାଟକୁ ଦେଇଛି । ଏହି ଖବର ସୋସିଆଲ୍‌ ମିଡିଆରେ ହଇଚଇ ସୃଷ୍ଟି କରିଛି । ଯଦିଓ ଖବର ନେଇ କୌଣସି ଆଧିକାରୀକ ରିପୋର୍ଟ ହସ୍ତଗତ ହୋଇନାହିଁ, ହେଲେ ଏହା ଏବେ ସବୁଠାରୁ ବେଶୀ ଚର୍ଚ୍ଚାରେ । ଯଦି ଏହା ସତ, ତେବେ ଆଇପିଏଲ୍‌ର ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିବ । ଏପରିକି 100 କୋଟି ଟଙ୍କାର ଏଭଳି ଟ୍ରେଡ୍‌ର ଆବଶ୍ୟକତା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ରୋହିତ ଶର୍ମାଙ୍କୁ ହଟାଇ ପାଣ୍ଡ୍ୟାଙ୍କୁ ଅଧିନାୟକ କରିବା ପ୍ରଶଂସକଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିନଥିଲା, ଏହି ଖବର ବେଶୀ ଚକିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.