ହାଇଦ୍ରାବାଦ: ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ମହିଳା ଆଇପିଏଲର ପ୍ରଥମ ସଂସ୍କରଣ । ଏନେଇ ସମସ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ମହିଳା ପ୍ରିମିୟର ଲିଗ ୨୦୨୩ର ଖେଳ ସୂଚୀ ଆନୁଷ୍ଠାନିକ ଭାବରେ BCCI ଘୋଷଣା କରିନାହିଁ । ହେଲେ ମିଡିଆ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୪ ତାରିଖରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଦୁଇ ପ୍ରମୁଖ ଦଳ ମୁମ୍ବାଇ ବନାମ ଅହମ୍ମଦାବାଦ ମୁହାଁମୁହିଁ ହୋଇପାରନ୍ତି ।
ଏକ ଅସମର୍ଥିତ ସୂତ୍ର ମୁତାବକ, BCCI ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଖେଳାଯିବା ନେଇ ଯୋଜନା କରିଛି । ସେହିପରି ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଯିବାକୁ ଥିବା ସମସ୍ତ ଲିଗ ମ୍ୟାଚ CCI ଏବଂ DY ପାଟିଲ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ ମାର୍ଚ୍ଚ ୪ ତାରିଖରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ବନାମ ଅହମ୍ମଦାବାଦ । ଏହି ମ୍ୟାଚ ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ ମାର୍ଚ୍ଚ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ ବନାମ ବେଙ୍ଗାଲୁରୁ । ଏହି ମ୍ୟାଚ CCI ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୫ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବ । ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଅହମ୍ମଦାବାଦ ବନାମ ଲକ୍ଷ୍ନୌ । ଏହି DY ପାଟିଲ ଷ୍ଟାଡିୟମରେ ଖେଳାଯିବ । ସେହିପରି ମୁମ୍ବାଇ ବନାମ ଅହମ୍ମଦାବାଦ ମାର୍ଚ୍ଚ ୧୪ ତାରିଖରେ ଦ୍ବିତୀୟ ଥର ପାଇଁ ମୁହାମୁହିଁ ହେବେ ।
ଖେଳସୂଚୀ ଅନୁସାରେ, ୫ଟିମ୍ ମଧ୍ୟରୁ ୩ଟି ଟିମ୍ ପ୍ଲେ ଅଫ୍ରେ ପ୍ରବେଶ କରିବେ । ଏଥିରେ ଶୀର୍ଷରେ ଥିବା ଦଳ ସିଧାସଳଖ ଭାବରେ ଫାଇନାଲରେ ପ୍ରବେଶ କରିବ । ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିବା ଦଳ ଏଲିମିନେଟରରେ ମୁହାମୁହିଁ ହେବେ । ୫ ଟି ମଧ୍ୟରୁ ୨୨ ଟି ମ୍ୟାଚ ଖେଳାଯିବ । ପ୍ରଥମେ ଲିଗ୍ ମ୍ୟାଚ ଶେଷ ହେବା ପରେ ୨୨ ଓ ୨୩ ମାର୍ଚ୍ଚରେ ଖେଳରୁ ବ୍ରେକ୍ ଦିଆଯିବ । ଏଲିମିନେଟର ମ୍ୟାଚ ୨୪ ମାର୍ଚ୍ଚରେ ଖେଳାଯିବ । ଏବଂ ୨୬ ମାର୍ଚ୍ଚରେ ଫାଇନାଲ ମ୍ୟାଚ ଖେଳାଯିବ । ଫାଇନାଲ ମ୍ୟାଚ ପୂର୍ବରୁ ୨୫ ତାରିଖରେ ବ୍ରେକ ଦିଆଯିବ ।
ଚଳିତ ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ୫ଟି ଟିମ୍ ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମ୍ର ପ୍ରାଞ୍ଚାଇଜି ସ୍ଥିର ହୋଇସାରିଛି । ଅହମ୍ମଦାବାଦ ଟିମ୍ ଉପରେ ସବୁଠାରୁ ଅଧିକ ବିଡ୍ ଲାଗିଥିଲା । ଯାହା ଅଦାନୀ ଗ୍ରୁପ ଲଗାଇଛି । ଏହାପରେ ମୁମ୍ବାଇ ଟିମକୁ ଇଣ୍ଡିଆନ ସ୍ପୋର୍ଟ୍ସ୍ କିଣିଛି । ଏହା ରିଲାଏନ୍ସ ଗ୍ରୁପର କମ୍ପାନୀ । ତେବେ ଚଳିତ ଥର ମହିଳା IPLରେ ଅଦାନୀ ଗ୍ରୁପ ଏବଂ ଅମ୍ବାନୀ ଗ୍ରୁପ ମଧ୍ୟରେ ଜୋରଦାର ଟକ୍କର ହେବା ନେଇ ଆଶା ରହିଛି । ଚଳିତ ମାସ ଦ୍ବିତୀୟ ସପ୍ତାହରେ ମହିଳା ଆଇପିଏଲ ଖେଳାଳିଙ୍କ ନିଲାମୀ ହୋଇପାରେ ।