ETV Bharat / sports

MCC Lifetime Membership: MSD-ମିତାଲିଙ୍କ ସମେତ 5 କ୍ରିକେଟରଙ୍କୁ ଏମସିସି ଆଜୀବନ ସଦସ୍ୟତା - ଏମସିସି ଆଜୀବନ ସଦସ୍ୟତା 2023

5 ଭାରତୀୟ କ୍ରିକେଟରଙ୍କୁ ସମ୍ମାନଜକ ଏମସିସି ଆଜୀବନ ସଦସ୍ୟତା ପ୍ରଦାନ କରାଯାଇଛି । ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ, ମିତାଲି ରାଜଙ୍କ ସମେତ ଜାଣନ୍ତୁ ଆଉ କେଉଁ ଭାରତୀୟ କ୍ରିକେଟର ପାଇଛନ୍ତି ଏହି ସମ୍ମାନଜନକ ସଦସ୍ୟତା । ଅଧିକ ପଢନ୍ତୁ

ଏମଏସଡି-ମିତାଲିଙ୍କ ସମେତ 5 କ୍ରିକେଟରଙ୍କୁ ଏମସିସି ଆଜୀବନ ସଦସ୍ୟତା
MCC Lifetime Membership
author img

By

Published : Apr 6, 2023, 3:16 PM IST

ନୂଆଦିଲ୍ଲୀ: ଭାରତର 5ଜଣ ଶ୍ରେଷ୍ଠ କ୍ରିକେଟରଙ୍କୁ ସମ୍ମାନଜନକ ମେରିଲବୋନ କ୍ରିକେଟ କ୍ଲବ (ଏମସିସି)ର ଆଜୀବନ ସଦସ୍ୟତା ପ୍ରଦାନ କରାଯାଇଛି । ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ ଅଧିନାୟିକା ମିତାଲି ରାଜ, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ 5 ଜଣଙ୍କୁ ଏହି ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି ।

  • 👏 MCC awards Honorary Life Membership of the Club to some of the world’s finest cricketers.

    We can now reveal the names of the latest men and women to have been bestowed with this privilege ⤵️#CricketTwitter

    — Marylebone Cricket Club (@MCCOfficial) April 5, 2023 " class="align-text-top noRightClick twitterSection" data=" ">

ବିଶ୍ବ କ୍ରିକେଟ ନିୟମ ପ୍ରଣୟନକାରୀ ସଂସ୍ଥା ଭାବେ ଜଣାଶୁଣା ଇଂଲଣ୍ଡରେ ଅବସ୍ଥାପିତ ଏମସସି ତରଫରୁ ମହେନ୍ଦ୍ର ସିଂ ଧୋନୀ, ଯୁବରାଜ ସିଂ, ସୁରେଶ ରୈନା, ମହିଳା କ୍ରିକେଟର ମିତାଲି ରାଜ, ଝୁଲଣ ଗୋସ୍ବାମୀଙ୍କୁ ଏହି ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି । ଭାରତ ସମେତ ଇଂଲଣ୍ଡର 5 ଖେଳାଳି ଏବଂ ଅଷ୍ଟ୍ରେଲିଆ, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ ଓ ପାକିସ୍ତାନର ଖେଳାଳିଙ୍କୁ ମଧ୍ୟ ଏହି ସମ୍ମାନଜନକ ସଦସ୍ୟତା ପ୍ରଦାନ କରାଯାଇଛି । ବିଶ୍ବ କ୍ରିକେଟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଖେଳାଳିଙ୍କୁ ଏହି ସଦସ୍ୟତା ପ୍ରଦାନ କରାଯାଇଥାଏ । ସଦସ୍ୟତା ପାଇଥିବା ସମସ୍ତ ଭାରତୀୟ ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରି ସାରିଛନ୍ତି ।

ଏହା ବି ପଢନ୍ତୁ...ICC ODI Ranking: କ୍ୟାରିଅରର ଶ୍ରେଷ୍ଠ ଚତୁର୍ଥ ସ୍ଥାନରେ ଶୁଭମନ

ମହେନ୍ଦ୍ର ସିଂ ଧୋନୀ 2020ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ । ସେ କେବଳ ଆଇପିଏଲ ଖେଳୁଛନ୍ତି । ଧୋନୀ 538 ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିରେ 350ଟି ଦିନିକିଆ, 90ଟି ଟେଷ୍ଟ ଓ 98ଟି ଟି-20 ରହିଛି । ସୁରେଶ ରୈନା 322ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେଥିରେ 18ଟି ଟେଷ୍ଟ, 226ଟି ଦିନିକିଆ ଓ 70ଟି ଟି-ଟ୍ବେଣ୍ଟି ରହିଛି । ସେହିପରି ଯୁବରାଜ ସିଂ 40ଟି ଟେଷ୍ଟ, 304 ଦିନିକିଆ ଓ 58ଟି ଟି ଟ୍ବେଣ୍ଟି ମ୍ୟାଚ ଖେଳିଛନ୍ତି । ସେଥିରେ 17ଟି ଶତକ ଓ 71ଟି ଅର୍ଦ୍ଧଶତକ ରହିଛି ।

ଏହା ବି ପଢନ୍ତୁ...IPL 2023: KKRକୁ ଝଟକା, ଆଇପିଏଲରୁ ଓହରିଲେ ସାକିବ

ମିତାଲି ରାଜ 333ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । 12ଟି ଟେଷ୍ଟ ମ୍ୟାଚରେ 699, 232ଟି ଦିନିକିଆରେ 7805 ଏବଂ 89ଟି ଟି-ଟ୍ବେଣ୍ଟିରେ 2346 ରନ କରିଛନ୍ତି । ଝୁଲଣ ଗୋସ୍ବାମୀ ଦିନିକିଆରେ ସବୁଠୁ ଅଧିକ ୱିକେଟ ନେଇଛନ୍ତି । 284 ଅନ୍ତର୍ଜାତୀୟ ମ୍ୟାଚରେ ସେ 355ଟି ୱିକେଟ ଅକ୍ତିଆର କରିଛନ୍ତି । ମିତାଲି ଓ ଝୁଲଣ ଉଭୟ କ୍ରିକେଟରୁ ସନ୍ୟାସ ନେଇ ସାରିଛନ୍ତି ।

ମେରିଲବୋନ କ୍ରିକେଟ କ୍ଲବ ମୋଟ 19 ଜଣ କ୍ରିକେଟରଙ୍କୁ ଆଜୀବନ ସଦସ୍ୟତା ପ୍ରଦାନ କରିଛି । ପାକିସ୍ତାନର ମହମ୍ମହ ହାଫିଜ, ଇଂଲଣ୍ଡର କେଭିନ ପିଟରସନ, ଇଅନ ମୋର୍ଗାନ, ବାଂଲାଦେଶର ଶାର୍ଫି ମୋର୍ତ୍ତଜା, ନ୍ୟୁଜିଲାଣ୍ଡର ରସ ଟେଲର, ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନଙ୍କ ସମେତ ବିଶ୍ବର ଅନ୍ୟ ଜଣାଶୁଣା ଖେଳାଳି ଏହି ସଦସ୍ୟତା ପାଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.