ହାଇଦ୍ରାବାଦ: କ୍ୟାପଟେନ କୁଲ ତଥା ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏଜବେଷ୍ଟନରେ ଖେଳୁଥିବା ଟି-20 ଭାରତୀୟ ଦଳକୁ ଭେଟିଛନ୍ତି । ଗତକାଲି ଭାରତ ଇଂଲଣ୍ଡକୁ 49 ରନରେ ହରାଇ ବିଜୟ ହାସଲ କରିବା ସହିତ ସିରିଜରେ 2-0 ରେ ଆଗୁଆ ରହିଛି । ଭାରତର ବିଜୟ ହାସଲ ପରେ ଭାରତୀୟ ଖେଳିଳିଙ୍କୁ ଡ୍ରେସିଂ ରୁମରେ ଭେଟିଥିଲେ ଧୋନୀ । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI) ଟ୍ବିଟରରେ ଏକ ପୋଷ୍ଟ ସେୟାର କରିଛି । ଏହି ପୋଷ୍ଟରେ ଇଶାନ କିଶାନ ଧୋନୀଙ୍କ ସହିତ କଥାବାର୍ତ୍ତା ହେବାର ଦେଖାଯାଇଛି । ଗତକାଲି ଟି-20 ମ୍ୟାଚରେ ଇଶାନ କିଶାନ ଭାରତ ପକ୍ଷରୁ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଖେଳୁନଥିଲେ ।
-
Always all ears when the great @msdhoni talks! 👍 👍#TeamIndia | #ENGvIND pic.twitter.com/YKQS8taVcH
— BCCI (@BCCI) July 9, 2022 " class="align-text-top noRightClick twitterSection" data="
">Always all ears when the great @msdhoni talks! 👍 👍#TeamIndia | #ENGvIND pic.twitter.com/YKQS8taVcH
— BCCI (@BCCI) July 9, 2022Always all ears when the great @msdhoni talks! 👍 👍#TeamIndia | #ENGvIND pic.twitter.com/YKQS8taVcH
— BCCI (@BCCI) July 9, 2022
ଗତକାଲି ଭାରତ ରବିନ୍ଦ୍ର ଜାଡେଜାଙ୍କ ଅପରାଜିତ 46 ରନ ବଳରେ ଭାରତ ନିର୍ଦ୍ଧାରିତ 20 ଓଭରରେ 8 ଟି ୱିକେଟ ହରାଇ 170 ରନ କରିଥିଲା । ଇଂଲଣ୍ଡ ସାମ୍ନାରେ ଭାରତ 171 ରନର ଟାର୍ଗେଟ ଦେଇଥିଲା । ପରେ ଇଂଲଣ୍ଡ ନିର୍ଦ୍ଧାରିତ 20 ଓଭର ପୂର୍ବରୁ 121 ରନ କରି ଅଲ୍ ଆଉଟ ହୋଇଯାଇଥିଲା ।
କ୍ୟାପଟେନ କୁଲ ତଥା ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ 7 ତାରିଖରେ 41 ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଧୋନୀ 2009 ମସିହା ଟେଷ୍ଟ ରାଙ୍କିଂରେ ଶୀର୍ଷ ସ୍ଥାନରେ ପହଁଞ୍ଚାଇଥିଲେ । ତା ସହିତ 2007 ମସିହାରେ ଧୋନୀଙ୍କ ନେତୃତ୍ବରେ ଭାରତୀୟ ଦଳ ପ୍ରଥମ ଟି-20 ବିଶ୍ବ କପ ହାସଲ କରିଥିଲା। ଏହାପରେ ତାଙ୍କରି ନେତୃତ୍ବରେ ଟିମ୍ ଇଣ୍ଡିଆ 2011 ମସିହା ଦିନିକିଆ ବିଶ୍ବକପ ସହିତ ୨୦୧୩ ମସିହା ଚମ୍ପିଆନ୍ସ ଟ୍ରଫି ହାତେଇଥିଲା।