ETV Bharat / sports

ମହମ୍ମଦ ଶାମିଙ୍କ ବଦାନ୍ୟତା, ଦୁର୍ଘଟଣାରେ ଶିକାର ଯୁବକଙ୍କ ଜୀବନ ବଞ୍ଚାଇଲେ

ଦୁର୍ଘଟଣାରେ ଶିକାର ଯୁବକଙ୍କ ଜୀବନ ବଞ୍ଚାଇଲେ ଶାମି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଅଧିକ ପଢ଼ନ୍ତୁ

mohammed Shami
mohammed Shami
author img

By ETV Bharat Odisha Team

Published : Nov 26, 2023, 11:50 AM IST

ଡେରାଡୁନ: ଭାରତୀୟ ଦଳର ଫାଷ୍ଟ ବୋଲର ମହମ୍ମଦ ଶାମିଙ୍କ ମହାନତା । ଦୁର୍ଘଟଣାରେ ଶିକାର ହୋଇଥିବା ଜଣେ ଯୁବକଙ୍କ ଜୀବନ ବଞ୍ଚାଇଲେ ଶାମି । ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଓ ଯୁବକ ଜଣଙ୍କ ଦୁର୍ଘଟଣାରେ ଶିକାର ହେବା ପରେ ଦ୍ବିତୀୟ ଜୀବନ ପାଇଥିବାରୁ ବହୁତ ଲକି ବୋଲି କ୍ୟାପସନରେ ଲଖେଛନ୍ତି ମହମ୍ମଦ ଶାମି । ତାଙ୍କର ଏପରି ମହାନତାକୁ ସୋସିଆଲ ମିଡିଆରେ ପ୍ରଶଂସକମାନେ ଭୁରିଭୁରି ପ୍ରଶଂସା କରୁଛନ୍ତି ।

ଶାମି ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି ଯେ, ଯୁବକ ଜଣଙ୍କ ଭାଗ୍ୟବାନ, କାହିଁକିନା ସେ ଦ୍ବିତୀୟ ଜୀବନ ପାଇଛନ୍ତି । ଜଣଙ୍କ ଜୀବନ ବଞ୍ଚାଇଥିବାରୁ ମୁଁ ଖୁସି । ଯୁବକଙ୍କ କାର ପାହାଡ଼ିଆ ରୋଡ୍‌ରେ ଦୁର୍ଘଟଣାର ଶିକାର ହୋଇଥିଲା । ମୋ ଆଖିସାମ୍ନାରେ କାରଟି ରାସ୍ତା ତଳକୁ ଖସି ପଡ଼ିଥିଲା । ଏହାପରେ ଯୁବକଙ୍କୁ ମୁଁ ସଙ୍ଗେ ସଙ୍ଗେ ଉଦ୍ଧାର କରିଥିଲି । ଉତ୍ତରାଖଣ୍ଡର ନୈନିତାଲ ପାହାଡିଆ ରୋଡରେ ଏକ କାରରେ ଜଣେ ଯୁବକ ଯାତ୍ରା କରୁଥିଲେ । ହଠାତ ରୋଡ ତଳକୁ କାର ଖସିଯାଇଥିଲା । ଏହି ସମୟରେ ମହମ୍ମଦ ଶାମି ଘଟଣାସ୍ଥଳରେ ଉପସ୍ଥିତ ଥିଲେ । କାରଟି ଦୁର୍ଘଟଣା ଗସ୍ତ ହେଉଥିବା ଦେଖି ଶାମି ଓ ତାଙ୍କ ସହଯୋଗୀ ଯୁବକଙ୍କୁ କାର ମଧ୍ୟରୁ ଉଦ୍ଧାର କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଶାମି ଜଣେ ଖରାପ ମଣିଷ, ତାଙ୍କୁ ଭଗବାନ ଦଣ୍ଡ ଦେବେ: ହସୀନ ଜହାଁ

ଚଳିତ ବିଶ୍ବକପରେ ଶାମିଙ୍କ ପ୍ରଦର୍ଶନ ଜବରଦସ୍ତ ରହିଥିଲା । ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଓ୍ବିକେଟ ହାସଲକାରୀ ହେଉଛନ୍ତି ଶାମି । ମୋଟ 7ଟି ମ୍ୟାଚ ଖେଳି 24ଟି ଓ୍ବିକେଟ ଅକ୍ତିଆର କରି ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ବୋଲର ଭାବେ ବିବେଚିତ ହୋଇଥିଲେ । ଫାଇନାଲ ମ୍ୟାଚରେ ତାଙ୍କର ଯାଦୁ ଚାଲିନଥିଲେ ମଧ୍ୟ ସେମି ଫାଇନାଲ ମ୍ୟାଚ୍‌ରେ 7ଟି ଓ୍ବିକେଟ୍‌ ନେଇ ବିପକ୍ଷ ଦଳକୁ ଚିତପଟାଂ କରି ଦେଇଥିଲେ । ଫାଇନାଲ୍‌ ମ୍ୟାଚରେ ସେ ଗୋଟିଏ ଓ୍ବିକେଟ୍‌ ଅକ୍ତିଆର କରି ସର୍ବାଧିକ ଓ୍ବିକେଟ ହାସଲକାରୀଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଥିଲେ । ବିଶ୍ବକପରେ ଶାମିଙ୍କ ପ୍ରଦର୍ଶନକୁ କେହିବି ଭୁଲି ପାରିବେ ନାହିଁ ।

ମିଚେଲ ମାର୍ଶଙ୍କ ବିଶ୍ବକପ ଚ୍ରଫି ଉପରେ ଗୋଡ଼ ରଖି ଫଟୋ ଉଠାଇବାକୁ ନେଇ ମହମ୍ମଦ ଶାମି ନାପସନ୍ଦ କରିଥିଲେ । ମିଚେଲ ମାର୍ଶ ଏପରି ଆଚରଣ ତାଙ୍କୁ ଆଘାତ ଦେଇଥିଲା ବୋଲି ସେ କହିଥିଲେ । ଯେଉଁ ଟ୍ରଫି ପାଇଁ ବିଶ୍ବର ସମସ୍ତ ଦଳ ଲଢ଼େଇ କରୁଛନ୍ତି ଓ ଟ୍ରଫିକୁ ମୁଣ୍ଡରେ ରଖିବାକୁ ଚାହୁଁଛନ୍ତି, ସେହି ଟ୍ରଫି ଉପରେ ଗୋଡ ରଖିବା ମୋତେ ଦୁଃଖିତ କରିଛି ବୋଲି କହିଥିଲେ ଶାମି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.