ETV Bharat / sports

World Cup 2023: ଭାରତକୁ ସେମିରେ ପହଞ୍ଚାଇବା ପରେ ଏମିତି କହିଲେ ଶାମି

author img

By ETV Bharat Odisha Team

Published : Nov 16, 2023, 7:57 AM IST

ବିଶ୍ବକପ ଫାଇନାଲରେ ଭାରତ । 7ଟି ଓ୍ବିକେଟ ନେଇ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି ଶାମି । ଅଧିକ ପଢନ୍ତୁ

Etv Bharat
Etv Bharat

ମୁମ୍ବାଇ: ବିଶ୍ବକପର ସେମି ଫାଇନାଲ ମ୍ୟାଚରେ ମହମ୍ମଦ ଶାମୀଙ୍କ ପ୍ରଦର୍ଶନକୁ ଯେତେ ପ୍ରଶଂସା କଲେବି କମ ପଡିବ । ସର୍ବାଧିକ 7ଟି ଓ୍ବିକେଟ ନେଇ ଦଳକୁ ଫାଇନାଲରେ ପହଞ୍ଚାଇଛନ୍ତି ଶାମି । ଯାହା ଫଳରେ ସେମି ଫାଇନାଲ ନୁହଁ ବରଂ ସାମି ଫାଇନାଲ ମ୍ୟାଚ ବୋଲି କୁହାଯାଉଛି । ମ୍ୟାଚକୁ ବିଜୟୀ କରିଥିବାରୁ ଶାମି ବହୁତ ଖୁସି ପ୍ରକାଶ କରିଛନ୍ତି । ପ୍ଲେୟାର ଏଫ ଦ ମ୍ୟାଚ ବିବେଚିତ ହେବା ପରେ ସେ ଖୁସି ବ୍ୟକ୍ତି କରି ଏହି ସୁଯୋଗକୁ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ବୋଲି ମତ ରଖିଛନ୍ତି ।

ଶାମି କହିଛନ୍ତି ଯେ, ମୁଁ ଏପରି ଏକ ସୁଯୋଗକୁ ଅପେକ୍ଷା କରିଥିଲି। ମୁଁ ହ୍ବାଇଟବଲ୍ କ୍ରିକେଟ୍ ଅଧିକ ଖେଳିନାହାଁ। ବିଶ୍ବକପରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ମୁଁ ଏକାଦଶରେ ସାମିଲ ହୋଇଥିଲି । ୱିଲିୟମସନଙ୍କ କ୍ୟାଚ୍ ଛାଡି ଦେଇଥିଲି, ଯାହା ମୋତେ ସାମାନ୍ୟ ଦୁଃଖିତ କରିଥିଲା। କିନ୍ତୁ ଓ୍ବିକେଟ ନେବାକୁ ଆମେ ଚେଷ୍ଟା ଜାରି ରଖିଥିଲୁ । ସଫଳ ମଧ୍ୟ ହେଲୁ । ଅପରାହ୍ନ ସମୟରେ ମ୍ୟାଚ ଆରମ୍ଭ ହୋଇଥିବାରୁ ଭାରତ ଭଲ ସ୍କୋର କରିପାରିଥିଲା। ଗତ ଦୁଇଟି ବିଶ୍ୱକପରେ ଆମେ ସେମିଫାଇନାଲରେ ହାରିଯାଇଥିଲୁ । କାହାକୁ ବା ଜଣା ଏହାପରେ ଆମେ ସୁଯୋଗ ପାଇବୁ ନାହିଁ। ତେଣୁ ଆମେ ମ୍ୟାଚ ଜିତିବାକୁ ଚେଷ୍ଟା ଜାରି ରଖିଥିଲୁ। ଗୋଟିଏ ବି ସୁଯୋଗ ଆମେ ଛାଡିବାକୁ ଚାହୁଁନଥିଲୁ ।

ଏହା ମଧ୍ୟ ପଢନ୍ତୁ-ବିଶ୍ବକପ୍‌ ୨୦୨୩: ବୋଲରଙ୍କୁ ପାଣି ପିଆଇଲେ କିୱି ବ୍ୟାଟର, ଭାରତକୁ ଫାଇନାଲ୍‌ରେ ପହଞ୍ଚାଇଲେ ଶାମି

ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ସେମି ଫାଇନାଲ ମ୍ୟାଚରେ ଶାମି ବିଶ୍ବକପରେ 50 ତମ ଓ୍ବିକେଟ ପୂରଣ କରିବାରେ ଦ୍ରୁତତମ ସାବ୍ୟସ୍ତ ହୋଇଥିଲେ। 17ଟି ବିଶ୍ବକପ ମ୍ୟାଚରେ ସେ 50 ଟି ଓ୍ବିକେଟ ନେଇଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କଙ୍କ ନମାରେ ଏହି ରେକର୍ଡ ରହିଥିଲା । ସେହିପରି ଚଳିତ ବିଶ୍ବକପରେ ସର୍ବାଧିକ ଓ୍ବିକେଟ ହାସଲକାରୀ ହୋଇପାରିଛନ୍ତି ଶାମି । ମୋଟ 6ଟି ମ୍ୟାଚ ଖେଳି ସେ 23ଟି ଓ୍ବିକେଟ ନେଇ ପ୍ରଥମ ସ୍ଥାନରେ ରହିଛନ୍ତି ।

ସେମି ଲଢ଼େଇରେ ପ୍ରଥମେ ଭାରତ ବ୍ୟାଟିଂ କରିଥିଲା । ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି 47 ରନ କରିଥିଲେ ଅଧିନାୟକ ରୋହିତ ଶର୍ମା । 79 ରନର ଦମଦାର ପାଳି ଖେଳିଥିବା ଶୁଭମନ ଗିଲ୍‌ ଆହତ ହୋଇ ପାଭିଲିୟନ ଫେରିଯାଇଥିଲେ । ମଧ୍ୟ ଶେଷ ଓଭରରେ ବ୍ୟାଟି କରି 80 ରନର ପାଳି ଖେଳିଥିଲେ । ଶ୍ରେୟସ ଆୟର ଓ କୋହଲି ଶତକ ହାସ କରି ଦ 397ରନର ବିଶାଳ ସ୍କୋର କରିଥିଲେ। ଏହାପରେ ବିଜୟ ରନର ପିଛା କରି 50 ଓଭର ଶେଷ ସୁଦ୍ଧା 327 ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା ନ୍ୟୁଜିଲାଣ୍ଡ । ଫଳରେ 70 ରନ୍‌ରେ ବିଜୟୀ ହୋଇଥିଲା ଭାରତ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.