ETV Bharat / sports

T20 WC: ଋଷିଲେ ରସିଦ, ବାଜି ମାରିନେଲେ ନବି

author img

By

Published : Sep 10, 2021, 4:43 PM IST

ଭେଟେରାନ ଅଲରାଉଣ୍ଡର ମହମ୍ମଦ ନବି ଆଗାମୀ ଟି୨୦ ବିଶ୍ବକପ ପାଇଁ ଆଫଗାନିସ୍ତାନ କ୍ରିକେଟ ଟିମର ଅଧିନାୟକ ନିଯୁକ୍ତ । ଅଧିକ ପଢନ୍ତୁ...

Mohammad Nabi named captain of Afghan team for T20 WC after Rashid steps downMohammad Nabi named captain of Afghan team for T20 WC after Rashid steps down
T20 WC: ମହମ୍ମଦ ନବିଙ୍କୁ ଆଫଗାନ ଟିମର ନେତୃତ୍ବ

କାବୁଲ: ଭେଟେରାନ ଅଲରାଉଣ୍ଡର ମହମ୍ମଦ ନବି ଆଗାମୀ ଟି୨୦ ବିଶ୍ବକପ ପାଇଁ ଆଫଗାନିସ୍ତାନ କ୍ରିକେଟ ଟିମର ଅଧିନାୟକ ନିଯୁକ୍ତ ହୋଇଛନ୍ତି । ଷ୍ଟାର ସ୍ପିନର ରସିଦ ଖାନ ତାଙ୍କ ବିନା ପରାମର୍ଶରେ ଜାତୀୟ ସ୍କ୍ବାଡ ଚୟନକୁ ବିରୋଧ କରି ଅଧିନାୟକ ପଦ ଛାଡିଥିଲେ । ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ACB) ଏଯାବତ ନୂଆ ଅଧିନାୟକ ନିଯୁକ୍ତି ନେଇ ଆନୁଷ୍ଠାନିକ ଘୋଷଣା କରିନଥିଲେ ମଧ୍ୟ ନବି ଟ୍ବିଟ ଯୋଗେଁ ଟିମର ନେତୃତ୍ବ ତାଙ୍କୁ ମିଳିଥିବା କହିଛନ୍ତି ।

"ଏହି କଠିନ ସମୟରେ ମୁଁ ACBର ନିଷ୍ପତ୍ତିକୁ ଗ୍ରହଣ କରୁଛି ଓ ଟି୨୦ ଜାତୀୟ କ୍ରିକେଟ ଟିମର ନେତୃତ୍ବ ନେବାକୁ ପ୍ରସ୍ତୁତ," 36 ବର୍ଷୀୟ ନବି ଟ୍ବିଟରେ ଏହା ଉଲ୍ଲେଖ କରିଛନ୍ତି । ଏଥିସହ ଆଗାମୀ ଟି୨୦ ବିଶ୍ବକପରେ ଭଲ ପ୍ରଦର୍ଶନ ନେଇ ଆଶାବାଦୀ ଅଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ(IPL) ଟିମ ସନରାଇଜର୍ସ ହାଇଦ୍ରାବାଦର ସ୍ପିନ ବୋଲିଂ ଅଲରାଉଣ୍ଡର ଭାବେ ଖେଳୁଛନ୍ତି ନବି ।

ଟି୨୦ ବିଶ୍ବକପ ପାଇଁ ଘୋଷଣା ହୋଇଥିବା ଆଫଗାନିସ୍ତାନ ସ୍କ୍ବାଡ ଚୟନ ସମୟରେ ପରାମର୍ଶ ନିଆଯାଇନଥିବା ଦର୍ଶାଇ ରସିଦ ଖାନ କ୍ୟାପଟେନ ପଦ ଛାଡିଥିଲେ । ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ACB ଫଟାଫଟ କ୍ରିକେଟ ବିଶ୍ବକପ ପାଇଁ ସ୍କ୍ବାଡ ଘୋଷଣା କରିବାର କିଛି ସମୟ ପରେ ରସିଦ କ୍ୟାପଟେନ ପଦ ଛାଡିଥିଲେ । ଟି୨୦ ବିଶ୍ବକର ଅକ୍ଟୋବର ୧୭ରୁ ନଭେମ୍ବର ୧୪ ପର୍ଯ୍ୟନ୍ତ UAE ଓ ଓମାନରେ ଅନୁଷ୍ଠିତ ହେବାନେଇ ହେବ । ତେବେ ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ କ୍ରିକେଟ ଟିମ ଉପରେ ଏହାର ପ୍ରଭାବ ପଡିବାକୁ ଯାଉଛି ।

ଆଫଗାନ ମହିଳାଙ୍କୁ କ୍ରିକେଟ ସମେତ ଅନ୍ୟ ଖେଳରେ ଅଂଶଗ୍ରହଣ କରିବାକୁ ତାଲିବାନ ବ୍ୟାନ କରିବା ପରେ ସଙ୍କଟରେ ଆଫଗାନିସ୍ତାନ କ୍ରିକେଟ ଟିମର ଟେଷ୍ଟ ସଦସସ୍ୟତା । ICCର ନୀୟମ ଅନୁଯାୟୀ, ସମସ୍ତ ଟେଷ୍ଟ ଖେଳୁଥିବା ଦେଶର ମହିଳା ଟିମ ମଧ୍ୟ ରହିଥିବା ଆବଶ୍ୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.