ETV Bharat / sports

କମିନ୍ସଙ୍କୁ ପଛରେ ପକାଇଲେ ଷ୍ଟାର୍କ, ୨୪.୭୫ କୋଟିରେ କିଣିଲା KKR

author img

By ETV Bharat Odisha Team

Published : Dec 19, 2023, 4:03 PM IST

Updated : Dec 19, 2023, 5:12 PM IST

IPL 2024 Auction: ଆଇପିଏଲ୍‌ ୨୦୨୪ ଅକ୍ସନରେ ସବୁ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲୀୟ ଷ୍ଟାର ପେସର ମିଚେଲ୍‌ ଷ୍ଟାର୍କ । ପ୍ୟାଟ୍‌ କମିନ୍ସଙ୍କ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି ଷ୍ଟାର୍କ୍‌ । କୋଲକାତା ୨୪.୭୫ କୋଟି ଟଙ୍କାରେ ମିଚେଲ୍‌ ଷ୍ଟାର୍କଙ୍କୁ ନିଜ ଦଳରେ ସାମିଲ କରିଛି । ଅଧିକ ପଢ଼ନ୍ତୁ

କମିନ୍ସଙ୍କୁ ପଛରେ ପକାଇଲେ ଷ୍ଟାର୍କ
କମିନ୍ସଙ୍କୁ ପଛରେ ପକାଇଲେ ଷ୍ଟାର୍କ

ଦୁବାଇ: ଆଇପିଏଲ୍‌ ୨୦୨୪ ପାଇଁ ଦୁବାଇରେ ଜାରି ରହିଥିବା ଅକ୍ସନ୍‌ରେ ସବୁ ରେକର୍ଡ ଭାଙ୍ଗିଛନ୍ତି ମିଚେଲ୍‌ ଷ୍ଟାର୍କ । କିଛି ସମୟ ପୂର୍ବରୁ ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ୍‌ କମିନ୍ସ ୨୦.୫୦ କୋଟି ଟଙ୍କାରେ ହାଇଦ୍ରାବାଦକୁ ବିକ୍ରି ହୋଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ହେଲେ ମାତ୍ର କିଛି ସମୟ ବ୍ୟବଧାନରେ ଷ୍ଟାର୍କ ତାଙ୍କ ଦେଶର ସାଥି ଖେଳାଳି କମିନ୍ସଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ୨୦୧୫ ପରେ ପ୍ରଥମ ଥର ଆଇପିଏଲ୍‌ ଖେଳିବାକୁ ଯାଉଥିବା ଷ୍ଟାର୍କଙ୍କୁ ୨୪.୭୫ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି କୋଲକାତା ନାଇଟ୍‌ ରାଇଡର୍ସ (KKR) ।

ଷ୍ଟାର୍କ ୨୦୧୫ ପରେ ପ୍ରଥମ ଥର ପାଇଁ ଆଇପିଏଲ୍‌ ଖେଳିବାକୁ ନିଜ ନାମ ରେଜିଷ୍ଟର କରିଥିଲେ । ଏଥର ନିଜର ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ ଷ୍ଟାର୍କ । ଏହି ବେସ୍‌ ପ୍ରାଇସ୍‌ରେ ହିଁ ତାଙ୍କ ପ୍ରତି ପ୍ରଥମେ ଆଗ୍ରହ ଦେଖାଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହାପରେ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ଷ୍ଟାର୍କଙ୍କୁ ନିଜ ଦଳରେ ସାମିଲ କରିବାକୁ ଆଗ୍ରହ ପ୍ରକାଶ କରିଥିଲା । ଉଭୟ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ୯ କୋଟି ୬୦ ଲକ୍ଷ ଯାଏଁ ଛକାପଞ୍ଝା ଚାଲିଥିଲା । ଗୁଜରାଟ୍‌ ଟାଇଟନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ବିଡ୍‌ରେ ପ୍ରବେଶ କରିଥିଲେ । ବେଶ ପ୍ରତିଯୋଗିତା ପରେ ଶେଷରେ ଗୁଜରାଟ ୨୪ କୋଟି ୫୦ ଲକ୍ଷରେ ଅଟକିଥିଲା । ହେଲେ କୋଲକାତା ମଧ୍ୟ ଷ୍ଟାର୍କଙ୍କୁ ଛାଡ଼ିବା ମୁଡ୍‌ରେ ନଥିଲା । ଶେଷରେ ୨୪ କୋଟି ୭୫ ଲକ୍ଷ ଟଙ୍କାରେ ଷ୍ଟାର୍କ୍‌ଙ୍କୁ ନିଜ ଦଳରେ ସାମିଲ କରିଛି କୋଲକାତା ନାଇଟ୍‌ ରାଇଡର୍ସ ।

ଏହା ପୂର୍ବରୁ ଅଷ୍ଟ୍ରେଲିଆର ବିଶ୍ବ ବିଜୟୀ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ପାଇଁ ଆର୍‌ସିବି ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଛକାପଞ୍ଝା ଲାଗିଥିଲା । କମିନ୍ସଙ୍କ ବେସ୍‌ ପ୍ରାଇସ୍‌ ୨ କୋଟି ଟଙ୍କା ରହିଥିବା ବେଳେ ହାଇଦ୍ରାବାଦ ତାଙ୍କୁ ୨୦ କୋଟି ୫୦ ଲକ୍ଷରେ ନିଜ ଦଳରେ ସାମିଲ୍ କରିଥିଲା । ଆଇପିଏଲ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ୨୦ କୋଟି ଟଙ୍କା ଛୁଇଁଥିଲେ କମିନ୍ସ । ହେଲେ ମାତ୍ର କିଛି ସମୟ ପରେ କମିନ୍ସଙ୍କୁ ପଛରେ ପକାଇ ସବୁ ରେକର୍ଡ ଭାଙ୍ଗିଥିଲେ ଷ୍ଟାର୍କ ।

ଏହା ମଧ୍ୟ ପଢ଼ନ୍ତୁ...ଆଇପିଏଲ୍‌ ଇତିହାସରେ ସବୁଠାରୁ ମହଙ୍ଗା ପ୍ୟାଟ୍‌ କମିନ୍ସ, ୨୦.୫୦ କୋଟିରେ କିଣିଲା SRH

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 19, 2023, 5:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.