ETV Bharat / sports

IPL ପଏଣ୍ଟ ତାଲିକା: ଟପରେ CSK, 4ର୍ଥରେ ମୁମ୍ବାଇ

author img

By

Published : May 2, 2021, 2:40 PM IST

ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦମଦାର ବିଜୟ ପରେ ଆଇପିଏଲ ପଏଣ୍ଟ ଟେବୁଲରେ ମୋଟ 8 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଅଧିକ ପଢନ୍ତୁ...

MI consolidate themselves in 4th position, CSK stay at top
ଆଇପିଏଲ ପଏଣ୍ଟ ତାଲିକା: ଶୀର୍ଷରେ ସ୍ଥିର ସିଏସକେ, ଚତୁର୍ଥରେ ମୁମ୍ବାଇ ଅପରିବର୍ତ୍ତିତ

ଅହମ୍ମଦାବାଦ: ଶନିବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦମଦାର ବିଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ପଏଣ୍ଟ ଟେବୁଲରେ ମୋଟ 8 ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି । ଏଥିସହ ଟିମର ନେଟ୍‌ ରନ ରେଟ୍‌ ମଧ୍ୟ ବୃଦ୍ଧି ହୋଇଛି ।

ଅନ୍ୟପଟେ ପରାଜୟ ସତ୍ତ୍ବେ ଚେନ୍ନାଇ ସୁପର କିଙ୍ଗ୍ସ ମୋଟ 10 ପଏଣ୍ଟ ସହ ତାଲିକାର ଶୀର୍ଷରେ ରହିଛି । ମାତ୍ର ମୁମ୍ବାଇ ଠାରୁ ପରାଜୟ ପରେ ଟିମର ନେଟ୍‌ ରନ ରେଟ୍‌ +1.475ରୁ +1.263 କୁ ହ୍ରାସ ପାଇଛି । ତେବେ ଦ୍ବିତୀୟ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସ(10 ପଏଣ୍ଟ +0.466) ଓ ତୃତୀୟ ସ୍ଥାନରେ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(10 ପଏଣ୍ଟ , -0.171) ଠାରୁ ଅଧିକ ରହିଛି ।

ପଞ୍ଜାବ କିଙ୍ଗ୍ସ 6 ପଏଣ୍ଟ ଓ -0.264 ନେଟ୍‌ ରନ ରେଟ୍‌ ସହ ପଞ୍ଚମ ସ୍ଥାନରେ ରହିଛି । ପରେ କୋଲକାତା ନାଇଟ ରାଇଡର୍ସ ଷଷ୍ଠ ସ୍ଥାନରେ (4 ପଏଣ୍ଟ, -0.494) ରହିଛି ।

ରାଜସ୍ଥାନ ରୟାଲ୍ସ 4 ପଏଣ୍ଟ ସହ ସପ୍ତମ ଓ ସନରାଇଜର୍ସ ହାଇଦ୍ରାବାଦ 2 ପଏଣ୍ଟ ସହ ତାଲିକାର ଶେଷରେ ରହିଛି ।

ରବିବାର ଅପରାହ୍ନରେ ରୟାଲ୍ସ ସନରାଇଜର୍ସ ମଧ୍ୟରେ ନୂଆଦିଲ୍ଲୀରେ ମୁକାବିଲା ରହିଛି । ଅନ୍ୟପଟେ ସନ୍ଧ୍ୟାରେ ପଞ୍ଜାବକୁ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉନ୍ନୀତ ହେବା ଲକ୍ଷ୍ୟରେ ରହିବ ଦିଲ୍ଲୀ କ୍ୟାପିଟାଲ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.