ETV Bharat / sports

ପୁରୁଣା ଦିନ ମନେ ପକାଇଲେ ମାଷ୍ଟରବ୍ଲାଷ୍ଟର - sachin tendulkar latest news

ପୂର୍ବରୁ କିଭଳି ଭାବରେ ଖେଳରେ ଟେକ୍ନୋଲୋଜିର ଏତେଟା ବ୍ୟବହାର ହେଉନଥିଲା ତାହାକୁ ମନେ ପକାଇଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ପ୍ରଥମ ଥର ପାଇଁ ସେ ଡ୍ରେସିଂରୁମରେ ଲ୍ୟାପଟପ ଦେଖି ଆଚମ୍ବିତ ହୋଇଯାଇଥିଲେ । ଅଧିକ ପଢ଼ନ୍ତୁ...

ପୁରୁଣା ଦିନ ମନେ ପକାଇଲେ ମାଷ୍ଟରବ୍ଲାଷ୍ଟର
ପୁରୁଣା ଦିନ ମନେ ପକାଇଲେ ମାଷ୍ଟରବ୍ଲାଷ୍ଟର
author img

By

Published : Aug 12, 2021, 6:09 PM IST

ମୁମ୍ବାଇ: ଆଜିକାଲି ପ୍ରତ୍ୟେକ ଖେଳରେ କୌଶଳ ସହ ଟେକ୍ନୋଲୋଜିର ବ୍ୟବହାର ହେଉଛି । ସେ ଫୁଟବଲ ହେଉ କି କ୍ରିକେଟ । ପ୍ରତ୍ୟେକ ଖେଳାଳିଙ୍କ କୌଶଳ ସମୀକ୍ଷା କରିବାକୁ ଏହି ଟେକ୍ନୋଲୋଜିକୁ ଆପଣାଉଛନ୍ତି ପ୍ରତ୍ୟେକ ଖେଳାଳି ବା କୋଚ୍ । ଏହାଦ୍ବାରା ପ୍ରତିପକ୍ଷ ଖେଳାଳିଙ୍କ ଶକ୍ତି ଓ ଦୁର୍ବଳତା ବିଷୟରେ ଅତି ସହଜରେ ଜାଣି ହେଉଛି । ତେବେ ପୂର୍ବରୁ କୌଣସି ଖେଳରେ ଏଭଳି ଟେକ୍ନୋଲୋଜି ବ୍ୟବହାର ହେଉନଥିଲା । ଏହାକୁ ନେଇ ପୁରୁଣା ଦିନଗୁଡ଼ିକୁ ମନେ ପକାଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ।

ଏକ ସାକ୍ଷାତକାରରେ ସଚିନ ତେନ୍ଦୁଲକର ପୂର୍ବରୁ କେଉଁଭଳି ଭାବରେ କ୍ରିକେଟ ଖେଳାଯାଉଥିଲା ତାହା ମନେ ପକାଇଛନ୍ତି । ୨୦୦୨ ମସିହାରେ ପ୍ରଥମ ଥର ପାଇଁ ସେ ଡ୍ରେସିଂ ରୁମରେ ଏକ ଲ୍ୟାପଟପ ଦେଖିବାକୁ ପାଇଥିଲେ ବୋଲି କହିଛନ୍ତି । ସେହି ସମୟରେ ଡ୍ରେସିଂ ରୁମରେ ଲ୍ୟାପଟପର କଣ ଆବଶ୍ୟକତା ବୋଲି ତାଙ୍କ ମନକୁ ପ୍ରଶ୍ନ ଆସିଥିଲା । କିନ୍ତୁ ସମୟ ସହ ସେ ଏଭଳି ଉପକରଣ ଓ ଟେକ୍ନୋଲୋଜିକୁ ଆପଣେଇ ନେଲେ ।

ଏହାକୁ ନେଇ ସଚିନ ତେନ୍ଦୁଲକର କହିଛନ୍ତି ଯେ, "ଆଜି ଟେକ୍ନୋଲୋଜି ସବୁକିଛି ବଦଳାଇ ଦେଇଛି । ୨୦୦୨ ମସିହାରେ ଡ୍ରେସିଂ ରୁମକୁ ଜଣେ ଖେଳାଳି ଲ୍ୟାପଟପ ନେଇ ଆସିଲେ । ଏହା ଦେଖି ମୁଁ ତାଙ୍କୁ ପଚାରିଲି । ଡ୍ରେସିଂ ରୁମ୍ ମେ ଲ୍ୟାପଟପ କ୍ୟା କରେଗା ।"

ଜଣେ ଖେଳାଳି ହେଉ ଦଳ । ପ୍ରତ୍ୟେକଙ୍କ ଶକ୍ତି, ଦୁର୍ବଳତା, ମ୍ୟାଚ ସମୀକ୍ଷା କରିବାରେ ସହାୟକ ହୋଇଛି ଟେକ୍ନୋଲୋଜି । ସଚିନଙ୍କୁ ମଧ୍ୟ ଏହାର ଖୁବ ଲାଭ ମିଳିଛି ବୋଲି କହିଛନ୍ତି । ଟେକ୍ନୋଲୋଜି ଦ୍ବାରା ଖେଳର ପରିଭାଷା ବଦଳିଛି । ରଣନୀତି ପ୍ରସ୍ତୁତି କରିବା ପାଇଁ ଆପଣଙ୍କୁ ପଡ଼ିଆକୁ ଯିବା ଜରୁରୀ ନାହିଁ ଆପଣ ଗୋଟିଏ ଯାଗାରେ ବସି ଲ୍ୟାପଟପରେ ପଡି଼ଆ ସହ ଖେଳାଳି ଚିତ୍ର ରଖି ରଣନୀତି କରି ପାରିବେ ।

ସଚିନ ତେନ୍ଦୁଲକର ଆହୁରି ମଧ୍ୟ କହିଛନ୍ତ ଯେ, "ପୂର୍ବରୁ ଆମେ କଥା ହେଉଥିଲୁ, ମନେ ଅଛି ନା ମେଲବର୍ଣ୍ଣରେ କିଭଳି ଆଉଟ ସ୍ବିଙ୍ଗରେ ତୁମକୁ ଆଉଟ କରିଥିଲି । ବର୍ତ୍ତମାନ ଏଭଳି କିଛି ସ୍ମୃତିକୁ ମନେ ପକାଇବା ସହ ତାହାକୁ ପୁନଃ ଦେଖି ମଧ୍ୟ ପାରିବେ ।"

୨୦୦୦ ମସିହା ଆରମ୍ଭ ବେଳକୁ ଖେଳରେ ଟେକ୍ନୋଲୋଜିର ବ୍ୟବହାର ଆରମ୍ଭ ହେଲା । ବର୍ତ୍ତମାନ ଏହା ପ୍ରତ୍ୟେକ ଖେଳର ଏକ ଅଂଶ ପାଲଟିଛି । ବିଶେଷ କରି କ୍ରିକେଟ ଖେଳକୁ ଟେକ୍ନୋଲୋଜି ସମ୍ପୂର୍ଣ୍ଣ ବଦଳାଇ ଦେଇଛି ବୋଲି କହିଛନ୍ତି ସଚିନ ତେନ୍ଦୁଲକର । କିନ୍ତୁ ସଚିନ କେବେ ଟେକ୍ନୋଲୋଜି ସମୀକ୍ଷାକୁ ଏତେଟା ଧ୍ୟାନ ଦେଇ ନାହାନ୍ତି । ମ୍ୟାଚ ପୂର୍ବରୁ ସେ ପ୍ରତିପକ୍ଷ ବୋଲରଙ୍କ ଭିଡିଓ ଦେଖି ନିଜକୁ ସେଭଳି ଭାବରେ ପ୍ରସ୍ତୁତ କରୁଥିଲେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.