ETV Bharat / sports

IPL 2022: ପ୍ଲେ-ଅଫରେ ସୁପରଜିଆଣ୍ଟ୍ସ, ବାଦ୍‌ ପଡିଲା KKR

author img

By

Published : May 19, 2022, 7:07 AM IST

Updated : May 19, 2022, 8:19 AM IST

ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ (IPL 2022) ଦ୍ବିତୀୟ ଟିମ ଭାବେ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିଛି କେଏଲ ରାହୁଲଙ୍କ ନେତୃତାଧୀନ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ(LSG) । ଅଧିକ ପଢନ୍ତୁ

କୋଲକାତାକୁ ହରାଇ ପ୍ଲେ ଅଫରେ ସୁପରଜିଆଣ୍ଟ୍ସ
କୋଲକାତାକୁ ହରାଇ ପ୍ଲେ ଅଫରେ ସୁପରଜିଆଣ୍ଟ୍ସ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ (IPL 2022) ଦ୍ବିତୀୟ ଟିମ ଭାବେ ପ୍ଲେ-ଅଫ୍‌ରେ ସ୍ଥାନ ପକ୍କା କରିଛି କେଏଲ ରାହୁଲଙ୍କ ନେତୃତାଧୀନ ଲକ୍ଷ୍ନୌ ସୁପରଜିଆଣ୍ଟ୍‌ସ(LSG) । ବୁଧବାର ସନ୍ଧ୍ୟାରେ ଖେଳାଯାଇଥିବା ଟୁର୍ଣ୍ଣାମେଣ୍ଟରେ 66ତମ ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସକୁ(KKR) 2 ରନରେ ହରାଇଛି ଲକ୍ଷ୍ନୌ । ଫଳରେ କୋଲକାତାର ପ୍ଲେ-ଅଫ୍‌ ଆଶା ଧୂଳିଶାତ୍‌ ହେବାସହ ଆଇପିଏଲ ୨୦୨୨ ଅଭିଯାନ ଶେଷ ହୋଇଛି । ଶ୍ରେୟ ଆୟରଙ୍କ ନେତୃତାଧୀନ ଟିମ ସମସ୍ତ ୧୪ଟି ଲିଗ ମ୍ୟାଚ୍‌ ଖେଳି ୧୨ ପଏଣ୍ଟରେ ସନ୍ତୁଷ୍ଟ ହୋଇଛି ।

ଡିୱାଇ ପାଟିଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ । ପରେ ସୁପରଜିଆଣ୍ଟ୍‌ସର ଦୁଇ ଷ୍ଟାର ଓପନର କ୍ବିଣ୍ଚନ ଡିକକ୍‌ ଓ କ୍ୟାପଟେନ କେଏଲ ରାହୁଲ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଇଂନିସ ଖେଳିଥିଲେ । ଡିକକ୍‌ ବିସ୍ଫୋରକ ବ୍ୟାଟିଂ ସହ ୭୦ ବଲ୍‌ରୁ ୧୦ ଚୌକା ଓ ୧୦ ଛକା ସହାୟତାରେ ୧୪୦ ରନ୍‌ର ମାରାଥନ ଇଂନିସ ଖେଳିଥିଲେ । ସେହିପରି ରାହୁଲ ୫୧ ବଲ୍‌ରୁ ୬୮ ରନ୍‌ର ଜବରଦସ୍ତ ଇଂନିସ ଖେଳିଥିଲେ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଉଭୟ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ଓ ରେକର୍ଡ ଭାଗିଦାରୀ କରିଥିଲେ । ଫଳରେ ଆଇପିଏଲ ଇତିହାସରେ ଏକ ବିରଳ ରେକର୍ଡ ଯୋଡିହୋଇଥିଲା ଯେ ବିନା କୌଣସି ୱିକେଟରେ ସୁପରଜିଆଣ୍ଟ୍ସ ସଂପୂର୍ଣ୍ଣ ୨୦ ଓଭର ଖେଳିଥିଲେ ।

ପରେ ୨୧୧ ରନ୍‌ର ବିଶାଳ ବିଜୟକୁ ପିଛା କରିଥିବା କୋଲକାତା ୮ ୱିକେଟ ହରାଇ ୨୦୮ ରନ୍‌ କରି ବିଜୟ ଠାରୁ ମାତ୍ର ୩ ରନ୍‌ ଦୂରରେ ରହିଥିଲା । ଫଳରେ ୨ ରନ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ଲକ୍ଷ୍ନୌ ।

କ୍ୟାପଟେନ ଶ୍ରେୟସ ଆୟର ସର୍ବାଧିକ ୫୦ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ନୀତିଶ ରାଣା ୪୨ ଓ ରିଙ୍କୁ ସିଂ ୪୦ ରନ୍‌ର ଇଂନିସ ଖେଳିଥିଲେ ମଧ୍ୟ ଟିମକୁ ବିଜୟୀ କରାଇପାରିନଥିଲେ । ସାମ ବିଲିଙ୍ଗ୍‌ସ ମଧ୍ୟ ୨୪ ବଲ୍‌ରୁ ଦ୍ରୁତ ୩୬ ରନ୍‌ର ଇଂନିସ ଖେଳିଥିଲେ । ଶେଷ ଭାଗରେ ସୁନୀଲ ନାରିନ ୭ଟି ବଲ୍‌ରୁ ୨୧ ରନ୍‌ର ଇଂନିସ ଖେଳି କୋଲକାତା କ୍ୟାମ୍ପ୍‌ରେ ସାମାନ୍ୟ ବିଜୟ ଆଶା ଭରିଥିଲେ ମାତ୍ର ସଫଳ ହୋଇନଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 19, 2022, 8:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.