ETV Bharat / sports

'ଆସ ଜିତିବା ଅନ୍ୟକୁ ହରାଇବା' ଭାରତୀୟ ଆଥଲେଟିକ୍ସ ଟିମକୁ ସଚିନଙ୍କ ମନ୍ତ୍ର

author img

By

Published : Jul 20, 2021, 10:44 PM IST

ପ୍ରେରଣାଦାୟୀ ବାର୍ତ୍ତା ସହ ତେନ୍ଦୁଲକର ସମସ୍ତ ଖେଳାଳିଙ୍କୁ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି । ଅଧିକ ପଢନ୍ତୁ...

Let us win and let the others lose: Tendulkar's message to Indian athletics contingent
'ଆସ ଜିତିବା ଅନ୍ୟକୁ ହରାଇବା,' ଭାରତୀୟ ଆଥଲେଟିକ୍ସ ଟିମକୁ ସଚିନଙ୍କ ମନ୍ତ୍ର

ନୂଆଦିଲ୍ଲୀ: କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ମଙ୍ଗଳବାର ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଉଥିବା ଭାରତୀୟ ଆଥଲେଟିକ୍ସ ଟିମ ସହ କଥା ହୋଇଛନ୍ତି । ଦେଶ ପାଇଁ ପଦକ ଜିତିବାର ସ୍ବପ୍ନ ନେଇ ଦୀର୍ଘ ବର୍ଷ ନିଷ୍ଠାର ସହ ଟ୍ରାକ୍‌ରେ କଠିନ ପରିଶ୍ରମ କରିଥିବା ଆଥଲେଟ୍‌ସଙ୍କୁ ବିଜୟ ମନ୍ତ୍ର ଦେଇଛନ୍ତି କ୍ରିକେଟର ଭଗବାନ ।

ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ତେନ୍ଦୁଲକର ୨୬ଜଣ ଭାରତୀୟ ଆଥଲେଟ୍‌ସଙ୍କୁ କହିଛନ୍ତି, "ଚାପ ସାଥୀ ହୋଇ ରହିବ ମାତ୍ର ପ୍ରଦର୍ଶନର ଆଶାଠୁ ଉପରକୁ ଉଠିବାକୁ ହେବ ।"

ଆଥେଲ୍‌ଟଙ୍କୁ ସଚିନ କହିଛନ୍ତି, "ପ୍ରତିକୂଳ ପରିସ୍ଥିତିରେ ମଧ୍ୟ କଠିନ ପରିଶ୍ରମ କରିଛ । ଜଣେ ଆଥଲେଟ୍‌ ହୋଇଥିବାରୁ ଯଦି କେହି ତୁମଠାରୁ କିଛି ଆଶା ରଖିନାହାଁନ୍ତି, ତେବେ ତୁମେ ଭୁଲ୍‌ ସ୍ଥାନରେ ରହିଛ । ବିଜୟ ଓ ପରାଜୟର ଦୁଇଟି ସତ୍ୟକୁ ଖେଳରେ ତୁମକୁ ଶୁଣିବାକୁ ହେବ । ଏବେ ଆମେ ଜିତିବା ଓ ଅନ୍ୟମାନଙ୍କୁ ହରାଇବା । ଯେତେ ତୁମେ ପଦକ ପିନ୍ଧି, ତ୍ରିରଙ୍ଗାକୁ ଉପରକୁ ଉଠୁଥିବାର ଦେଖିବ ଓ ଜାତୀୟ ସଙ୍ଗୀତ ଶୁଣିବ, ଏହା ଜୀବନର ଶ୍ରେଷ୍ଠ ମୂହୂର୍ତ୍ତ ପାଲଟିଯିବ ।"

ଏହି ପ୍ରେରଣାଦାୟୀ ବାର୍ତ୍ତା ସହ ତେନ୍ଦୁଲକର ସମସ୍ତ ଖେଳାଳିଙ୍କୁ ମନୋବଳ ବଢାଇବାକୁ ପ୍ରୟାସ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.