ETV Bharat / sports

BAN VS NZ, 2nd Test: ଲାଥମଙ୍କ ଅପରାଜିତ ଶତକ, ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ - ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟେଷ୍ଟ

ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଟିମ ମାତ୍ର ଗୋଟିଏ ୱିକେଟ ହରାଇ ୩୪୯ ରନ୍‌ ସଂଗ୍ରହ କରିନେଇଛି । କ୍ୟାପଟେନ ଟମ ଲାଥମ ଅପରାଜିତ ଶତକୀୟ ଇଂନିସ ଖେଳିଛନ୍ତି । ଡେଭନ କନୱେ ମଧ୍ୟ ୯୯ ରନର ମାରାଥନ ଇଂନିସ ଖେଳି ଅପରାଜିତ ଅଛନ୍ତି । ଅଧିକ ପଢନ୍ତୁ

Latham slams unbeaten 186, Conway 99 as New Zealand in command on Day 1
BAN VS NZ, 2nd Test: ଲାଥମଙ୍କ ଅପରାଜିତ ଶତକ, ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ
author img

By

Published : Jan 9, 2022, 7:37 PM IST

ହେଗଲି ଓଭାଲ: ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଦୃଢ ସ୍ଥିତିରେ ନ୍ୟୁଜିଲାଣ୍ଡ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଘରୋଇ ଟିମ ମାତ୍ର ଗୋଟିଏ ୱିକେଟ ହରାଇ ୩୪୯ ରନ୍‌ ସଂଗ୍ରହ କରିନେଇଛି । କ୍ୟାପଟେନ ଟମ ଲାଥମ ଅପରାଜିତ ଶତକୀୟ ଇଂନିସ ଖେଳିଛନ୍ତି । ସେହିପରି ଡେଭନ କନୱେ ମଧ୍ୟ ୯୯ ରନର ମାରାଥନ ଇଂନିସ ଖେଳି ଅପରାଜିତ ଅଛନ୍ତି ।

  • An incredible day for New Zealand in Christchurch.

    Tom Latham and Devon Conway combine in an unbeaten partnership of 201, with Tom Latham finishing the day on 186.

    The pair will resume tomorrow with Conway on 99!#WTC23 | #NZvBAN pic.twitter.com/g05j0gtqK9

    — ICC (@ICC) January 9, 2022 " class="align-text-top noRightClick twitterSection" data=" ">

ପ୍ରଥମ ଦିନରେ ବାଂଲାଦେଶ ବୋଲରଙ୍କୁ ନିରାଶ ହେବାକୁ ପଡିଛି । ଅନ୍ୟପଟେ ଲାଥମ ନିଜର ଦ୍ବାଦଶତମ ଟେଷ୍ଟ ଶତକ ହାସଲ କରିଛନ୍ତି । ୨୭୮ ବଲ୍‌ରୁ ସାମ୍ନା କରିବା ସହ ୨୮ଟି ବାଉଣ୍ଡ୍ରୀ ସହାୟତାରେ ୧୮୬ ରନ୍‌ର ଜବରଦସ୍ତ ଇଂନିସ ଖେଳିଛନ୍ତି । ୨୯ବର୍ଷୀୟ ଲାଥମ ଦ୍ବିଶତକ ଠାରୁ ମାତ୍ର ୧୪ ରନ୍‌ ଦୂରରେ ରହିଛନ୍ତି ।

ଏହାମଧ୍ୟ ପଢନ୍ତୁ: IND vs SA, 3rd Test: କେପ୍‌ ଟାଉନରେ ବିରାଟ ବାହିନୀର ବିଜୟ ପ୍ରସ୍ତୁତି

ପ୍ରଥମ ୱିକେଟ ଯୋଡିରେ ୱିଲ ୟଙ୍ଗଙ୍କ ସହିତ ୧୪୮ ରନ୍‌ର ଭାଗିଦାରୀ କରିଥିଲେ ଲାଥମ । ୫୪ ରନ୍‌ରେ ବ୍ୟାଟିଂ କରୁଥିବା ସମୟରେ ୟଙ୍କ୍‌ ପାଭିଲିଅନ ଫେରିଥିଲେ । ପରେ କନୱେଙ୍କ ସହ ମିଶି ନ୍ୟୁଜିଲାଣ୍ଡ ଇଂନିସକୁ ଆଗକୁ ବଢାଇଥିଲେ । ପ୍ରଥମ ଇଂନିସରେ ବଡ ସ୍କୋର ସହ ବିଜୟ ଲକ୍ଷ୍ୟରେ ରହିଛି ଘରୋଇ ଟିମ । କାରଣ ପ୍ରଥମ ଟେଷ୍ଟରେ ୮ ୱିକେଟରେ ବାଂଲାଦେଶ ଠାରୁ ପରାସ୍ତ ହୋଇଥିଲା ନ୍ୟୁଜିଲାଣ୍ଡ । ବାଂଲା ବୋଲର ଏବାଡଟ ହୋସେନ ଦ୍ବିତୀୟ ଇଂନିସରେ ମାରାତ୍ମକ ବୋଲିଂ ସହ ୬ଟି ୱିକେଟ ହାତେଇଥିଲେ ।

ସଂକ୍ଷିପ୍ତ ସ୍କୋର: ନ୍ୟୁଜିଲାଣ୍ଡ ୩୪୯/୧, ୯୦ ଓଭର(ଟମ ଲାଥମ ୧୮୬ ଅପରାଜିତ, ୱିଲ ୟଙ୍ଗ୍‌ ୫୪, ଡେଭନ କନୱେ ୯୯ ଅପରାଜିତ) ବନାମ ବାଂଲାଦେଶ ।

IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.