ହାଇଦ୍ରାବାଦ: ଏସିଆ କପ ପରେ ନୂଆ ଲୁକ ଏବଂ ନୂଆ ଅନ୍ଦାଜରେ ନଜର ଆସିଲେ ବିରାଟ କୋହଲି (virat kohli ) । ତାଙ୍କର ନୂଆ ହେୟାର ଷ୍ଟାଇଲ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାରତର ପୂର୍ବତନ ଅଧିନାୟକ ତଥା ଷ୍ଟାର ବ୍ୟାଟର ବିରାଟ କୋହଲି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । କେତେବେଳେ ତାଙ୍କ ପ୍ରଦର୍ଶନକୁ ନେଇ ତ ଆଉ କେତେବେଳେ ତାଙ୍କ ଷ୍ଟାଇଲସ ଅନ୍ଦାଜକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ବିରାଟ କୋହଲି ଯାହା ବି କରନ୍ତି ଯୁବବର୍ଗଙ୍କ ସେନସେସନ ପାଲଟିଯାଆନ୍ତି । ବର୍ତ୍ତମାନ ବିରାଟ କୋହଲିଙ୍କ ନୂଆ ଲୁକ୍କୁ ସୋସିଆଲ ମିଡିଆରେ ବେଶ ପସନ୍ଦ କରୁଛନ୍ତି ୟୁଜର୍ସ ।
ସୋସିଆଲ ମିଡିଆରେ ବିରାଟ କୋହଲିଙ୍କର ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ବିରାଟଙ୍କ ଫ୍ୟାନ୍ସ ପସନ୍ଦ କରିଛନ୍ତି । ଏସିଆ କପ ପରେ ବିରାଟ କୋହଲିଙ୍କର ନୂଆ ଲୁକ୍ ଫଟୋ ସାମ୍ନାକୁ ଆସିଛି । ଏହି ଫଟୋରେ ବିରାଟ କୋହଲି ବହୁତ ଷ୍ଟାଇଲିସ ଲାଗୁଛନ୍ତି । ନୂଆ ହେୟାର ଷ୍ଟାଇଲରେ ବିରାଟ ଖୁବ ହ୍ୟାଣ୍ଡସମ ଲାଗୁଛନ୍ତି । ତେବେ ତାଙ୍କର ଏହି ଲୁକ୍କୁ ପ୍ରଶଂସକ ମାନେ ପ୍ରତିକ୍ରିୟା ଦେଇ କହିଛନ୍ତି । "କାଫି ହଟ୍ ଲାଗୁଛନ୍ତି" । ଆସନ୍ତା ୨୦ ତାରିଖରୁ (ମଙ୍ଗଳବାର) ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବ । ଏହି ସିରିଜରେ ବିରାଟ ନୂଆ ହେୟାର ଷ୍ଟାଇଲ ସହିତ ମଇଦାନରେ ନଜର ଆସିବେ ।
ନିକଟରେ ବିରାଟ କୋହଲି ଖରାପ ଫର୍ମ ଦେଇ ଗତି କରୁଥିଲେ । ଯେଉଁ କାରଣରୁ ତାଙ୍କୁ ଅନେକ ସମାଲୋଚନାର ଶିକାର ମଧ୍ୟ ହେବାକୁ ପଡିଥିଲା । ତାଙ୍କର ଖରାପ ଫର୍ମ ପାଇଁ ତାଙ୍କୁ ଦଳ ତରଫରୁ ଗୋଟେ ମାସ ବିଶ୍ରାମ ଦିଆଯାଇଥିଲା । ପରେ ଏସିଆ କପ ମାଧ୍ୟମରେ ବିରାଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏସିଆ କପ ତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଥିଲା । ଏସିଆ କପ ଟୁର୍ଣ୍ଣାମେଣ୍ଟରେ ପ୍ରଥମେ ଅର୍ଦ୍ଧଶତକ ହାସଲ କରିବା ପରେ ପରେ ସେ ଶତକୀୟ ଇନିଂସ ଖେଳିବାରେ ସଫଳ ହୋଇଥିଲେ । ୧୦୨୦ ଦିନ ପରେ କ୍ରିକେଟ ପ୍ରଶଂସକ ବିରାଟଙ୍କ ବ୍ୟାଟରୁ ବିରାଟ ଶତକ ଦେଖିବାକୁ ପାଇଥିଲେ ।
ଏସିଆ କପ ସୁପର ୪ ରାଉଣ୍ଡରେ ବିରାଟ କୋହଲି ଆଫଗାନିସ୍ତାନ ବିପକ୍ଷରେ 61 ବଲରୁ ୧୨ ଟି ଚୌକା ଏବଂ ୬ ଟି ଛକା ମାରିବା ସହିତ ୧୨୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ବିରାଟ କୋହଲି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ୭୧ ତମ ଶତକ ହାସଲ କରିବା ସହିତ ଟି-୨୦ ମ୍ୟାଚରେ ପ୍ରଥମ ଥର ପାଇଁ ଶତକ ହାସଲ କରିବାରେ ସଫଳ ରହିଥିଲେ ।