ETV Bharat / sports

ଟେଷ୍ଟ କ୍ରିକେଟରେ କୋହଲିଙ୍କ 7,500 ରନ ପୂରଣ

author img

By

Published : Jun 19, 2021, 10:22 PM IST

ଭାରତୀୟ କ୍ୟାପଟେନ ବିରାଟ କୋହଲି ଶନିବାର କ୍ରିକେଟର ଲମ୍ବା ଫର୍ମାଟରେ 7,500 ରନ୍‌ ପୂରଣ କରିଛନ୍ତି । ଅଧିକ ପଢନ୍ତୁ...

Kohli goes past 7500 runs in Test cricket
ଟେଷ୍ଟ କ୍ରିକେଟରେ କୋହଲିଙ୍କ 7,500 ରନ ପୂରଣ

ସାଉଥାମ୍ପଟନ: ଭାରତୀୟ କ୍ୟାପଟେନ ବିରାଟ କୋହଲି ଶନିବାର କ୍ରିକେଟର ଲମ୍ବା ଫର୍ମାଟରେ 7,500 ରନ୍‌ ପୂରଣ କରିଛନ୍ତି । ଚଳିତ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ମ୍ୟାଚ୍‌ର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିଛନ୍ତି କୋହଲି । ଫଳରେ ବର୍ତ୍ତମାନ କୋହଲି ଟେଷ୍ଟ କ୍ରିକେଟରେ ନବମ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ 7,500ର ମାଇଲଷ୍ଟୋନ ଅତିକ୍ରମ କରିଛନ୍ତି । ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ଚତୁର୍ଥ ଦ୍ରୁତତମ ଭାବେ ଏହି ସଫଳତାର ଅଧିକାରୀ ହୋଇଛନ୍ତି ।

କୋହଲି, ଭାରତୀୟ ବ୍ୟାଟିଂ ମହାନ ସୁନୀଲ ଗାଭାସ୍କରଙ୍କ ସହ 154 ଇଂନିସରୁ କ୍ରିକେଟର ଲମ୍ବା ଫର୍ମାଟରେ 7,500 ରନ୍‌ ପୂରଣ କରିଛନ୍ତି । ଅନ୍ୟପଟେ ସଚିନ ତେନ୍ଦୁଲକର ଏହି ମାଇଲଷ୍ଟୋନକୁ ଅତିକ୍ରମ କରିବାକୁ 144 ଇଂନିସ ନେଇଥିଲେ ।

କୋହଲି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ନ୍ୟୁଜିଲାଣ୍ଡ କ୍ୟାପଟେନ କେନ ୱଲିୟମସନଙ୍କ ସହ କ୍ୟାପଟେନ ଭାବେ ଟସ୍‌ ପାଇଁ ଯିବାସହ ମହେନ୍ଦ୍ର ସିଂହ ଧୋନିଙ୍କ ପଛରେ ପକାଇ ସର୍ବାଧିକ ଟେଷ୍ଟ ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଇଥିବା କ୍ୟାପଟେନ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.