ETV Bharat / sports

ଆଇପିଏଲ୍‌ ଟିମ୍‌ର ସର୍ବାଧିକ ବଜେଟ୍ ୧୦୦ କୋଟିକୁ ବୃଦ୍ଧି, ଜାଣନ୍ତୁ କାହା ପର୍ସରେ ବଳକା କେତେ

ପ୍ରଥମ ଥର ପାଇଁ ଆଇପିଏଲ୍‌ ୨୦୨୪ରେ ସମସ୍ତ ଦଳର ସର୍ବାଧିକ ବଜେଟ୍‌ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଜାଣନ୍ତୁ କେଉଁ ଫ୍ରାଞ୍ଚାଇଜ ପର୍ସରେ କେତେ ଟଙ୍କା ବଳକା ରହିଛି । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Nov 26, 2023, 10:25 PM IST

ଆଇପିଏଲ୍‌ ଟିମ୍‌ର ସର୍ବାଧିକ ବଜେଟ୍ ୧୦୦ କୋଟିକୁ ବୃଦ୍ଧି

ହାଇଦ୍ରାବାଦ: ଆଇପିଏଲ୍‌ ୨୦୨୪ ପାଇଁ ଏବେ ଠାରୁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍‌ । ପୂର୍ବ ନିର୍ଦ୍ଦେଶ ଅନୁସାରେ ରବିବାର ସମସ୍ତ ଫ୍ରାଞ୍ଚାଇଜ୍‌ ନିଜ ନିଜ ରିଟେନ୍ ଓ ରିଲିଜ୍ ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ପୂର୍ବ ସୂଚୀ ଅନୁଯାୟୀ ନଭେମ୍ବର ୨୬, ଅର୍ଥାତ ଆଜି ସରୁଛି ବିଭିନ୍ନ ଦଳ ପାଇଁ ଟ୍ରେଡ୍‌ ୱିଣ୍ଡୋ । ଆସନ୍ତା ଡିସେମ୍ବର ୧୯ରେ ମିନି ନିଲାମ ପ୍ରକ୍ରିୟା ଆୟୋଜନ ହେବାକୁ ଥିବାବେଳେ ଡିସେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଦଳ ପାଇଁ ଟ୍ରେଡ୍‌ ୱିଣ୍ଡୋ ଖୋଲା ରହିବ ବୋଲି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ତେବେ ଏଥର ପ୍ରଥମ ଥର ପାଇଁ ବିଦେଶରେ ଆଇପିଏଲ୍‌ ନିଲାମ ପ୍ରକ୍ରିୟା ଆୟୋଜନ ହେବ । ଦୁବାଇର କୋକାକୋଲା ଆରେନାରେ ଡିସେମ୍ବର ୧୯ ତାରିଖରେ ନିଲାମୀ ଡକାଯିବ ବୋଲି ନିଷ୍ପତ୍ତି ହୋଇଛି । ଏଥର ସମସ୍ତ ଦଳ ପାଇଁ ସର୍ବାଧିକ ବଜେଟ୍‌ ୧୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି ।

ପ୍ରକାଶଯୋଗ୍ୟ, ଗତ ବର୍ଷ ମଧ୍ୟ ବିଦେଶରେ ଆଇପିଏଲ୍‌ ନିଲାମ ପ୍ରକ୍ରିୟା କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିଲା । ଇସ୍ତାନବୁଲରେ ନିଲାମୀ ପ୍ରକ୍ରିୟା କରାଯିବ ବୋଲି ଘୋଷଣା କରିଥିଲା ବିସିସିଆଇ । ହେଲେ ଶେଷ ମୁହୂର୍ତ୍ତରେ ଏହି ନିଷ୍ପତ୍ତି ବଦଳାଇ କେରଳର କୋଚିରେ ହୋଇଥିଲା ମିନି ଅକ୍ସନ । ହେଲେ ଏଥର ଏହା ଦୁବାଇରେ ହେବ ବୋଲି ସୂଚନା ମିଳିଛି । ତେବେ ପ୍ରଥମ ଥର ପାଇଁ ନିଲାମୀରେ ପ୍ରତ୍ୟେକ ଦଳକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଜେଟ୍‌ ରଖିବାକୁ ଅନୁମତି ମିଳିଛି । ପୂର୍ବ ବର୍ଷ ଏହି ବଜେଟ୍‌ ୯୫ କୋଟି ଟଙ୍କା ଥିଲା । ତେବେ ଏହା ସମସ୍ତ ଖେଳାଳିଙ୍କ ପାଇଁ ତୃତୀୟ ତଥା ଶେଷ କଣ୍ଟ୍ରାକ୍ଟ ବର୍ଷ । ଚୁକ୍ତି ଅନୁସାରେ ଆସନ୍ତା ବର୍ଷ ମେଗା ଅକ୍ସନ ହେବ ।

ଏହା ମଧ୍ୟ ପଢ଼ନ୍ତୁ...ଘଡ଼ିକେ ଘୋଡ଼ା ଛୁଟୁଛି; ଗୁଜରାଟ ଛାଡ଼ି ମୁମ୍ବାଇରେ ହାର୍ଦ୍ଦିକ, ଜୋଫ୍ରା ଆର୍ଚରଙ୍କୁ ରିଲିଜ୍‌ କଲା ମୁମ୍ବାଇ

ତେବେ ଆଜି ବିଭିନ୍ନ ଦଳ ସେମାନଙ୍କର ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଜାରି କରିବା ପରେ ସେମାନଙ୍କ ପର୍ସର ପରିମାଣ ନିଶ୍ଚିତ ହୋଇଛି । ନଜର ପକାନ୍ତୁ କେଉଁ ଦଳ ପାଖରେ କେତେ ଟଙ୍କା ବଳକା ରହିଛି ।

RCB: ୪୦.୭୫ କୋଟି

SRH: ୩୪ କୋଟି

KKR: ୩୨.୭ କୋଟି

CSK: ୩୧.୪ କୋଟି

PBKS: ୨୯.୧ କୋଟି

DC: ୨୮.୯୫ କୋଟି

MI: ୧୫.୨୫ କୋଟି

RR: ୧୪.୫ କୋଟି

LSG: ୧୩.୯ କୋଟି

GT: ୧୩.୮୫ କୋଟି

ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ୍‌ରୁ ମୁମ୍ବାଇକୁ ଓ କ୍ୟାମେରନ ଗ୍ରୀନ ମୁମ୍ବାଇରୁ ଆର୍‌ସିବିକୁ ଟ୍ରେଡ୍‌ ହୋଇଥିବା ଖବର ପ୍ରକାଶ ପାଇଛି । ଯଦି ଏହାକୁ ଆଧିକାରୀକ ଭାବେ ଘୋଷଣା କରାଯାଏ, ତେବେ ସେମାନଙ୍କର ପରିମାଣ ସେମାନଙ୍କ ଦଳର ପର୍ସରୁ ଅଦଳ ବଦଳ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.