ହାଇଦ୍ରାବାଦ: ଅଫ୍ ସ୍ପିନର ହରଭଜନ ସିଂହ କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ସନ୍ୟାସ ନେଇଛନ୍ତି । ଟ୍ବିଟ୍ ଯୋଗେଁ ନିଜର ସନ୍ୟାସ ନେଇ ଘୋଷଣା କରିଛନ୍ତି ଭଜି । ଏଥିସହିତ ୨୩ ବର୍ଷର କ୍ରିକେଟ କ୍ୟାରିୟର ଶେଷ ହୋଇଛି । ପଞ୍ଜାବ କ୍ରିକେଟର ହରଭଜନ ସିଂହ ନିଜର ସଫଳତମ କ୍ରିକେଟ କ୍ୟାରିୟରରେ ୧୦୩ଟି ଟେଷ୍ଟରୁ ୪୧୭ ୱିକେଟ ନିଜ ନାମରେ କରିଛନ୍ତି । ସେହିପରି ୨୩୬ ଅନ୍ତର୍ଜତୀୟ ଦିନିକିଆ ମ୍ୟାଚ୍ରୁ ୨୬୯ ୱିକେଟ ଓ ୨୮ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରୁ ୨୫ ୱିକେଟ ଅକ୍ତିଆର କରିଛନ୍ତି ।
୪୧ ବର୍ଷୀୟ ହରଭଜନ ଟ୍ବିଟ୍ରେ ଲେଖିଛନ୍ତି, "ଖେଳକୁ ଅଲବିଦା କରୁଛି, ଜୀବନରେ କ୍ରିକେଟ ମୋତେ ସବୁକିଛି ଦେଇଛି । ସବୁ ଭଲ ଜିନିଷ ମଧ୍ୟ ଦିନେ ଶେଷ ହୋଇଯାଏ । ୨୩ ବର୍ଷର ଲମ୍ବା କ୍ୟାରିୟରରେ ଯେଉଁମାନେ ସାଥ୍ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଉଛି ।"
-
All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
— Harbhajan Turbanator (@harbhajan_singh) December 24, 2021 " class="align-text-top noRightClick twitterSection" data="
My heartfelt thank you 🙏 Grateful .https://t.co/iD6WHU46MU
">All good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
— Harbhajan Turbanator (@harbhajan_singh) December 24, 2021
My heartfelt thank you 🙏 Grateful .https://t.co/iD6WHU46MUAll good things come to an end and today as I bid adieu to the game that has given me everything in life, I would like to thank everyone who made this 23-year-long journey beautiful and memorable.
— Harbhajan Turbanator (@harbhajan_singh) December 24, 2021
My heartfelt thank you 🙏 Grateful .https://t.co/iD6WHU46MU
କୋଚ୍ ହୋଇପାରନ୍ତି ଭଜି
ମିଡି ରିପୋର୍ଟ ମୁତାବିକ, ହରଭଜନ କୌଣସି ଆଇପିଏଲ ଟିମର କୋଚିଂ ଷ୍ଟାଫ୍ରେ ସାମିଲ ହୋଇପାରନ୍ତି । ଭଜି ୪୧ ବର୍ଷରେ ସନ୍ୟାସ ଘୋଷଣା କରିଥିଲେ ମଧ୍ୟ ଲମ୍ବା ସମୟ ଧରି ସେ ଭାରତ ପାଇଁ କୌଣସି ମ୍ୟାଚ୍ ଖେଳିନାହାନ୍ତି । ସେ ଭାରତ ପାଇଁ ଶେଷ ମ୍ୟାଚ୍ ବର୍ଷ ୨୦୧୬ରେ ଖେଳିଥିଲେ । ଲମ୍ବା ସମୟ ଧରି ତାଙ୍କର ସନ୍ୟାସ ଘୋଷଣା ନେଇ ଚର୍ଚ୍ଚା ହୋଇଆସୁଥିଲା । ତେବେ ଶୁକ୍ରବାର ସେ ଆନୁଷ୍ଠାନିକ ଭାବେ ସନ୍ୟାସ ଘୋଷଣା କରିଛନ୍ତି । ଫଳରେ ଏହାର ସଂପୂର୍ଣ୍ଣ ସମ୍ଭାବନା ରହିଛି ଯେ, କୌଣସି ଟିମର କୋଚିଂ ଷ୍ଟାଫ୍ରେ ସ୍ଥାନ ମିଳିପାରେ ।
ଏହି ବର୍ଷ ଖେଳିଥିଲେ ଶେଷ ମ୍ୟାଚ୍
ବର୍ଷ ୨୦୧୬ରେ ହରଭଜନ UAE ବିପକ୍ଷରେ ଏସିଆ କପ୍ରେ ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ । ଆଇପିଏଲରେ ହରଭଜନଙ୍କ ନାମରେ ୧୬୩ ମ୍ୟାଚ୍ରେ ୧୫୦ ୱିକେଟ ରହିଛି । ଭଜି ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଓ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳିସାରିଛନ୍ତି ।
୪୧ ବର୍ଷୀୟ ହରଭଜନ ଏହି IPL ସିଜିନରେ କୋଲକାତା ନାଇଟ ରାଇଡର୍ସ ଟିମର ଅଂଶ ଥିଲେ । ମାତ୍ର ତାଙ୍କୁ IPL 2021ର ଦ୍ବିତୀୟ ପର୍ଯ୍ୟାୟରେ କୌଣସି ମ୍ୟାଚ୍ ଖେଳିବାକୁ ମୌକା ମିଳିନଥିଲା । ହରଭଜନ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ବର୍ଷ ୨୦୧୬ରେ ଖେଳିଥିଲେ ।
ବର୍ଷ ୧୯୮୮ରେ ଖେଳିଥିଲେ ପ୍ରଥମ ଟେଷ୍ଟ
ପଞ୍ଜାବ ଖେଳାଳି ହରଭଜନ ନିଜର ପ୍ରଥମ ଟେଷ୍ଟ ବର୍ଷ ୧୯୮୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ଶେଷ ଟେଷ୍ଟ ବର୍ଷ ୨୦୧୫ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ । ଭଜି ନିଜର ପ୍ରଥମ ଦିନିକିଆ ମ୍ୟାଚ୍ ନ୍ୟୁଜିଲାଣ୍ଡ ବିପକ୍ଷରେ ବର୍ଷ ୧୯୮୮ରେ ଖେଳିଥିଲେ । ଶେଷ ଦିନିକିଆ ମୁକାବିଲା ବର୍ଷ ୨୦୧୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିଥିଲେ ।
ହରଭଜନଙ୍କ ଅନ୍ତର୍ଜାତୀୟ କ୍ୟାରିୟର
- ଟେଷ୍ଟ - ୧୦୩, ୱିକେଟ - ୪୧୭
- ଏକଦିବସୀୟ - ୨୩୬, ୱିକେଟ- ୨୬୯
- ଟି-୨୦ - ୨୮, ୱିକେଟ- ୨୫
ହରଭଜନଙ୍କ ପ୍ରଥମ ଓ ଶେଷ ମ୍ୟାଚ୍
- ପ୍ରଥମ ଟେଷ୍ଟ - ବନାମ ଅଷ୍ଟ୍ରେଲିଆ, ବର୍ଷ ୧୯୮୮
- ଶେଷ ଟେଷ୍ଟ- ବନାମ ଶ୍ରୀଲଙ୍କା, ବର୍ଷ ୨୦୧୫
- ପ୍ରଥମ ଦିନିକିଆ- ବନାମ ନ୍ୟୁଜିଲାଣ୍ଡ, ବର୍ଷ ୧୯୮୮
- ଶେଷ ଦିନିକିଆ- ବନାମ ଦକ୍ଷିଣ ଆଫ୍ରିକା, ବର୍ଷ ୨୦୧୫
- ପ୍ରଥମ ଟି-୨୦- ବନାମ ଦକ୍ଷିଣ ଆଫ୍ରିକା, ବର୍ଷ ୨୦୦୬
- ଶେଷ ଟି-୨୦- ବନାମ ୟୁଏଇ, ବର୍ଷ ୨୦୧୬
ଆଇପିଏଲ କ୍ୟାରିୟର
- ମ୍ୟାଚ୍ ୧୬୩, ୱିକେଟ ୧୫୦
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ