ETV Bharat / sports

India Vs Indies T20 Series: ବାଦ ପଡିଲେ ରାହୁଲ-ଅକ୍ଷର

author img

By

Published : Feb 11, 2022, 8:15 PM IST

Updated : Feb 11, 2022, 8:43 PM IST

ୱେଷ୍ଟଇଣ୍ଡିଜ ବିପକ୍ଷ T୨୦ ସିରିଜରୁ ବାଦ ପଡିଲେ କେ.ଏଲ ରାହୁଲ ଏବଂ ଅକ୍ଷର ପଟେଲ । ଅଧିକ ପଢନ୍ତୁ

India Vs Indies T20 Series: ବାଦ୍‌ପଡିଲେ ରାହୁଲ-ଅକ୍ଷର

ହାଇଦ୍ରାବାଦ: ୱେଷ୍ଟ ଇଣ୍ଡିଜ T୨୦ ସିରିଜରୁ ବାଦ ପଡିଲେ କେ.ଏଲ ରାହୁଲ ଏବଂ ଅକ୍ଷର ପଟେଲ । ଏମାନଙ୍କ ପରିବର୍ତ୍ତେ ଋତୁରାଜ ଗାଏକ୍ବାଡ ଏବଂ ଦୀପକ ହୁଡ୍ଡା ଦଳରେ ସାମିଲ । ଆସନ୍ତା ୧୬ ରୁ କୋଲକାତାରେ ଖେଳାଯିବ T20 ସିରିଜ ।

  • 🚨 NEWS 🚨: KL Rahul and Axar Patel ruled out of @Paytm #INDvWI T20I Series. #TeamIndia

    The All-India Senior Selection Committee has named Rututaj Gaikwad and Deepak Hooda as replacements.

    More Details 🔽

    — BCCI (@BCCI) February 11, 2022 " class="align-text-top noRightClick twitterSection" data=" ">

କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (BCCI) ଏନେଇ ଆଜି(ଶୁକ୍ରବାର) ସନ୍ଧ୍ୟାରେ ଏକ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛି । BCCI ଏକ ପ୍ରେସ ବିବୃତ୍ତିରେ କହିଛି ଯେ, ଉପ-ଅଧିନାୟକ କେ.ଏଲ୍ ରାହୁଲ ଏବଂ ଅଲରାଉଣ୍ଡର ଅକ୍ସର ପଟେଲ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଆସନ୍ତା ୩ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍‌ ପଡିଛନ୍ତି ।

9 ଫେବୃଆରୀ 2022 ରେ ଦ୍ୱିତୀୟ ODI ରେ ଫିଲ୍ଡିଂ କରିବା ସମୟରେ ରାହୁଲ ଆଘାତ ପାଇଥିବାରୁ ତାଙ୍କୁ ଟିମ୍‌ରୁ ବାଦ୍ ଦିଆଯାଇଛି । ସେହିପରି ଅକ୍ସର୍ ମଧ୍ୟ କୋଭିଡ୍ -19 ରେ ଆକ୍ରାନ୍ତ ହେଇଛନ୍ତି । ସୁସ୍ଥ ହେବା ପରେ ଦଳରେ ସାମିଲ ହେବେ ବୋଲି BCCI କହିଛି । ତେବେ ଏମାନଙ୍କ ପରିବର୍ତ୍ତେ ଅଲ-ଇଣ୍ଡିଆ ସିନିୟର ସିଲେକସନ କମିଟି ୱେଷ୍ଟ ଇଣ୍ଡିଜ ବିପକ୍ଷ ଟି୨୦ ମ୍ୟାଚ ପାଇଁ ଋତୁରାଜ ଗାଏକ୍ବାଡ ଏବଂ ଦୀପଙ୍କ ହୁଡ୍ଡାଙ୍କୁ ଦଳରେ ସାମିଲ କରିଛି ।

ଏହା ମଧ୍ୟ ପଢନ୍ତୁ:- Ind vs WI 3rd ODI: ସମ୍ମାନ ରଖିଲା ଆୟର-ପନ୍ତ ଯୋଡି, ଇଣ୍ଡିଜକୁ ୨୬୬ ରନର ଟାର୍ଗେଟ

ଆସନ୍ତା ୧୬ ରୁ T୨୦ ମ୍ୟାଚ ଖେଳାଯିବ । ଅହମ୍ମଦାବାଦରେ ODI ସିରିଜ୍ ଶେଷ ହେବା ପରେ ଦୁଇ ଦଳ ତିନି ମ୍ୟାଚ୍ ବିଶିଷ୍ଟ T୨୦ ସିରିଜ୍ ପାଇଁ କୋଲକାତା ଅଭିମୁଖେ ଯାତ୍ରା କରିବେ । ଏହି ତିନୋଟି ମ୍ୟାଚ୍ ଫେବୃଆରୀ 16, 18 ଏବଂ 20 ରେ ଖେଳାଯିବ । ଅନ୍ୟପଟେ ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆର ଅନ୍ତିମ ମ୍ୟାଚ ଖେଳାଯାଉଛି ।

Last Updated : Feb 11, 2022, 8:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.