ETV Bharat / sports

IPL 2022: RCBକୁ 129 ବିଜୟ ଲକ୍ଷ୍ୟ ଦେଲା KKR

author img

By

Published : Mar 30, 2022, 9:29 PM IST

RCB ବିପକ୍ଷରେ KKR ବ୍ୟାଟିଂ ଲାଇନ ଧ୍ବଂସ ହୋଇଯାଇଛି । ପ୍ରଥମେ ଟସ୍‌ ଜିତି RCB ବୋଲିଂ ନିଷ୍ପତ୍ତି ନେଇଥିଲା । ଅଧିକ ପଢ଼ନ୍ତୁ

IPL 2022: RCBକୁ 129 ବିଜୟ ଲକ୍ଷ୍ୟ ଦେଲା KKR
IPL 2022: RCBକୁ 129 ବିଜୟ ଲକ୍ଷ୍ୟ ଦେଲା KKR

ମୁମ୍ବାଇ: RCB ବିପକ୍ଷରେ KKR ବ୍ୟାଟିଂ ଲାଇନ ଧ୍ବଂସ ହୋଇଯାଇଛି । ପ୍ରଥମେ ଟସ୍‌ ଜିତି RCB ବୋଲିଂ ନିଷ୍ପତ୍ତି ନେଇଥିଲା । ସେପଟେ ପ୍ରଥମେ ବ୍ୟାଟିଂ କରି କୋଲକାତା ଦଳ ମାତ୍ର ୧୨୮ ରନ୍‌ କରିବାକୁ ହିଁ ସକ୍ଷମ ହୋଇ ପାରିଛି । ଆନ୍ଦ୍ରେ ରସେଲ ଦଳ ପକ୍ଷରୁ ସର୍ବାଧିକ ୨୫ ରନ୍‌ କରିଛନ୍ତି ।

ମ୍ୟାଚ୍‌ ଆରମ୍ଭରୁ କୋଲକାତା ଦଳ ୱିକେଟ ହରାଇଥିଲା । ମାତ୍ର ୧୪ ରନ୍‌ ସ୍କୋର୍‌ରେ ଓପନର ଭେଙ୍କେଟେସ ଆୟର ଆଉଟ ହୋଇଥିଲେ । ଏହାପରେ ବାଙ୍ଗାଲୋର ଦଳ ବୋଲରମାନେ ଆକ୍ରାମକ ବୋଲିଂ କରିବା ଆରମ୍ଭ କରିଥିଲେ । କୌଣସି ବ୍ୟାଟର ଆଖି ଦୃଶିଆ ବ୍ୟାଟିଂ କରିବାକୁ ସକ୍ଷମ ହୋଇ ପାରିନଥିଲେ । ଅଲରାଉଣ୍ଡର ଆନ୍ଦ୍ରେ ରସେଲ ସର୍ବାଧିକ ୨୫ ରନ୍‌ କରିଛନ୍ତି ।

ସେପଟେ ବାଙ୍ଗାଲୋର ପକ୍ଷରୁ ସ୍ପିନର ୱାନିନ୍ଦୁ ହାସାରାଙ୍ଗା ସର୍ବାଧିକ ୪ ୱିକେଟ ନେଇଥିଲେ । ଆକାଶଦୀପ ୩ଟି ୱିକେଟ ନେଇଥିବା ବେଳେ ହର୍ଷଲ ପଟେଲ ଦୁଇଟି ୱିକେଟ ନେଇଥିଲେ । ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇ କେକେଆର୍‌ ବ୍ୟାଟିଂ ଲାଇନକୁ ଧ୍ବସ୍ତ କରି ଦେଇଥିଲେ । ଏହି ପିଚ୍‌ରେ ଆରସିବି ଦଳର ବ୍ୟାଟର କିଭଳି ବ୍ୟାଟିଂ କରିବେ ତାହାରି ଉପରେ ନଜର ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.