ETV Bharat / sports

Ranji Trophy 2023 : ଉତ୍ତରାଖଣ୍ଡକୁ ପରାସ୍ତ କରି ସେମିରେ କର୍ଣ୍ଣାଟକ

author img

By

Published : Feb 3, 2023, 6:15 PM IST

ତୃତୀୟ କ୍ବାର୍ଟରଫାଇନାଲ ମ୍ୟାଚରେ କର୍ଣ୍ଣାଟକ ଉତ୍ତରାଖଣ୍ଡକୁ ୨୮୧ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଅଧିକ ପଢନ୍ତୁ

ରଣଜୀ ଟ୍ରଫି ସେମିଫାଇନାଲରେ କର୍ଣ୍ଣାଟକ
ରଣଜୀ ଟ୍ରଫି ସେମିଫାଇନାଲରେ କର୍ଣ୍ଣାଟକ

ହାଇଦ୍ରାବାଦ: ରଣଜୀ ଟ୍ରଫି ଦ୍ବିତୀୟ ସେମିଫାଇନାଲରେ ପ୍ରବେଶ କରିଛି କର୍ଣ୍ଣାଟକ । ରଣଜୀ ଟ୍ରଫି ୨୦୨୩ ଅନ୍ତିମ ପର୍ଯ୍ୟାୟରେ ପହଁଞ୍ଚିଛି । ତୃତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଉତ୍ତରାଖଣ୍ଡ ବନାମ କର୍ଣ୍ଣାଟକ । ଏଥିରେ କର୍ଣ୍ଣାଟକ ଉତ୍ତରାଖଣ୍ଡକୁ ୨୮୧ ରନରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଶ୍ରେୟାସ ଗୋପାଲ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

କର୍ଣ୍ଣାଟକ ପ୍ରଥମ ଇନିଂସରେ ଜବରଦସ୍ତ ପାଳି ଖେଳିଥିଲା । କର୍ଣ୍ଣାଟକ ପ୍ରଥମ ପାଳିରେ ୬୦୬ ରନ କରି ଅଲଆଉଟ ହୋଇଥିଲା । ଶ୍ରେୟାସ ଗୋପାଳ ଶତକୀୟ ଇନିଂସ ଖେଳି ଅପରାଜିତ ରହିଥିଲେ । ସେ ୧୬ଟି ଚୌକା ଏବଂ ଗୋଟିଏ ଛକା ବଳରେ ୧୬୧ ରନର ଇନିଂସ ଖେଳିଥିଲେ । ସେହିପରି ଦୁଇ ଓପନର ରବିକୁମାର ସମର୍ଥ ଓ ମୟଙ୍କ ଅଗ୍ରୱାଲ କ୍ରମଶଃ ୮୨ ଓ ୮୩ ରନ କରିଥିଲେ । ସେହିପରି ଦେବଦତ୍ତ ପାଡିକଲ ୬୯ ରନ, ନିକିନ ଜୋସ ୬୨ ରନ, ମନୀଷ ପାଣ୍ଡେ ୩୯, ଶରତ ବିଆର ୩୩ ରନ, କ୍ରୀଷ୍ଣାପା ଗୌତମ ୩୯ ରନ, ମୂରଲିଧର ଭେଙ୍କେଟେଶ ୧୫ ରନ କରିଥିଲେ । ପ୍ରଥମ ପାଳିରେ ବୋଲିଂ କରି ଏମ ଭେଙ୍କେଟସ ସର୍ବାଧିକ ୫ଟି ୱିକେଟ ନେଇଥିଲେ । କେ ଗୌତମ ଓ ଭିଦ୍ବାଥ କାଭେରପ୍ପା ୨ଟି ୱିକେଟ ନେଇଥିବା ବେଳେ ବିଜୟ କୁମାର ଗୋଟିଏ ୱିକେଟ ନେଇଥିଲେ । ଦ୍ବିତୀୟ ପାଳିରେ ବିଜୟକୁମାର ଓ ଶ୍ରେୟାସ ଗୋପାଲ ସର୍ବାଧିକ ୩ଟି ୱିକେଟ ନେଇଥିଲେ । ଭିଦ୍ବାଥ କାଭେରପ୍ପା ଓ ମୂରଲୀଧର ଭେଙ୍କେଟେଶ ୨ଟି ୱିକେଟ ନେଇଥିଲେ ।

କର୍ଣ୍ଣାଟକ ଟସ ଜିତି ଅଧିନାୟକ ମୟଙ୍କ ଅଗ୍ରୱାଲ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ବ୍ୟାଟିଂ ଆମନ୍ତ୍ରଣ ପାଇଁ ମଇଦାନକୁ ଓହ୍ଲାଇଥିଲା ଉତ୍ତରାଖଣ୍ଡ । ପ୍ରଥମ ପାଳିରେ ଉତ୍ତରାଖଣ୍ଡ କର୍ଣ୍ଣାଟକ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଥିଲା । ୫୫.୪ ଓଭରରେ ୧୧୬ ରନ କରି ଅଲଆଉଟ ହୋଇଥିଲା ଉତ୍ତରାଖଣ୍ଡ । କୁନାଲ ଚାନ୍ଦେଲା ଧୀମା ଇନିଂସ ଖେଳି ସର୍ବାଧିକ ୩୧ ରନ କରିଥିଲେ । ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା ଉତ୍ତରାଖଣ୍ଡ । ଅଖିଲ ରାୱତ ଓ ଆଦିତ୍ୟ ତାରେ ୧୪ ରନ କରିଥିଲେ । ଓପନର ଅବିନାଶ ସୁଧା ୧୭ ରନ କରିଥିଲେ । ଅନ୍ୟ କେହି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରି ପାରିନଥିଲେ । ସେହିପରି ଦ୍ବିତୀୟ ପାଳିରେ ଉତ୍ତରାଖଣ୍ଡ କମବ୍ୟାକ କରିପାରିନଥିଲା । ଦ୍ବୀତିୟ ପାଳିରେ ଦଳ ୨୦୯ ରନ କରି ଅଲଆଉଟ ହୋଇଥିଲା । ସ୍ବପ୍ନିଲ ସିଂହ ସର୍ବାଧିକ ୫୧ ରନର ଇନିଂସ ଖେଳିଥିଲେ । ସେହିପରି ଅଧିନାୟକ ଜୀବନଜିତ ସିଂହ ୨୪ ରନ, କୁନାଲ ଚାନ୍ଦେଲା ୨୫ ରନ, ଦିକ୍ଷାଷ୍ଣୁ ନେଗି ୨୯ ରନ, ଆଦିତ୍ୟ ତାରେ ୨୮ ରନ, ଅଖିଲ ରାୱତ ୧୦ ରନ, ଅଭୟ ନେଗି ୧୫ ରନ, ମୟଙ୍କ ମିଶ୍ର ୧୧ ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.