ETV Bharat / sports

ଜୁନ 25 ଭାରତୀୟ କ୍ରିକେଟ ପାଇଁ 'ରେଡ୍‌ ଲେଟର ଡେ' - କ୍ରିକେଟର ଏକ ଅଭୁଲା ଦିନ

ଇଂଲଣ୍ଡର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ସିକେ ନାଇଡୁଙ୍କ ଅଧିନାୟକତ୍ବରେ ପ୍ରଥମ ଟେଷ୍ଟମ୍ୟାଚ ଖେଳିଥିଲା ଟିମ ଇଣ୍ଡିଆ । ଏହି ମ୍ୟାଚ୍‌ ପରେ ଭାରତକୁ ମିଳିଥିଲା ଷଷ୍ଠ ଟିମ ଭାବେ ଟେଷ୍ଟ ମାନ୍ୟତା । ଅଧିକ ପଢନ୍ତୁ...

June 25 is a Red Letter Day for Indian cricket: BCCI Secretary Jay Shah
ଜୁନ 25 ଭାରତୀୟ କ୍ରିକେଟ ପାଇଁ 'ରେଡ୍‌ ଲେଟର ଡେ'
author img

By

Published : Jun 25, 2021, 4:03 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପାଇଁ ଆଜିର ଦିନ (ଜୁନ 25) 'ରେଡ୍‌ ଲେଟର ଡେ' ଅର୍ଥାତ ସ୍ମରଣୀୟ ଦିନ, ଏହା କହିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା। ବର୍ଷ 1932ର ଜୁନ 25 ତାରିଖ ଭାରତୀୟ କ୍ରିକେଟର ଏକ ଅଭୁଲା ଦିନ । ଏହି ଦିନ ଭାରତ ଆରମ୍ଭ କରିଥିଲା ଟେଷ୍ଟ କ୍ରିକେଟର ଲମ୍ବା ଫର୍ମାଟ ଟେଷ୍ଟ କ୍ରିକେଟର ଯାତ୍ରା ।

  • June 25 is a Red Letter Day for Indian Cricket.

    On this day in 1932, India began its Test journey under CK Nayudu's captaincy at @HomeOfCricket, the historic venue where @therealkapildev's men produced a magical performance in 1983 to bring home the World Cup. 🏆

    — Jay Shah (@JayShah) June 25, 2021 " class="align-text-top noRightClick twitterSection" data=" ">

ଇଂଲଣ୍ଡର ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ସିକେ ନାୟୁଡୁଙ୍କ ଅଧିନାୟକତ୍ବରେ ପ୍ରଥମ ଟେଷ୍ଟମ୍ୟାଚ ଖେଳିଥିଲା ଟିମ ଇଣ୍ଡିଆ । କେବଳ ସେତିକି ନୁହେଁ ସମାନ ଦିନ ଅର୍ଥାତ ଜୁନ 25, 1983ରେ ଭାରତ, ୱେଷ୍ଟଇଣ୍ଡିଜକୁ ହରାଇବା ପରେ କପିଳ ଦେବ ପ୍ରଥମ ଭାରତୀୟ କ୍ୟାପଟେନ ଭାବେ କ୍ରିକେଟ ବିଶ୍ବକପ ଉଠାଇଥିଲେ ।

ଶାହା ଟ୍ବିଟରେ ଲେଖିଛନ୍ତି, "ଜୁନ 25 ଭାରତୀୟ କ୍ରିକେଟ ପାଇଁ ଏକ ରେଡ୍‌ ଲେଟର ଡେ । 1932 ଏହି ଦିନରେ ଭାରତ ସିକେ ନାଇଡୁଙ୍କ ନେତତ୍ବରେ ଟେଷ୍ଟ ଯାତ୍ରା ଆରମ୍ଭ କରିଥିଲା । ଅନ୍ୟପଟେ ଅବିଶ୍ବସନୀୟ ପ୍ରଦର୍ଶନ ସହ ବର୍ଷ 1983 ଜୁନ 25ରେ କପିଳ ଦେବଙ୍କ ଟିମ ଇଣ୍ଡିଆ ବିଶ୍ବବିଜୟୀ ହୋଇଥିଲା ।"

ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତୀୟ ଜାତୀୟ କ୍ରିକେଟ ଟିମକୁ ଷଷ୍ଠ ଟିମ ଭାବେ ଟେଷ୍ଟ ମାନ୍ୟତା ମିଳିଥିଲା । ଏହି ମ୍ୟାଚରେ ଭାରତକୁ ପରାଜୟ ମିଳିଥିଲା ମାତ୍ର ଟେଷ୍ଟ ଷ୍ଟାଟସ ପ୍ରାପ୍ତ ହୋଇଥିଲା । ପ୍ରାୟ 3 ଦିନ ଏହି ମ୍ୟାଚ ଖେଳାଯାଇଥିଲା ଓ ଭାରତ 187 ରନ୍‌ରେ ଅଲଆଉଟ ହେବାପରେ ଆୟୋଜକ ଇଂଲଣ୍ଡ ଠାରୁ 158 ରନ୍‌ରେ ପରାସ୍ତ ହୋଇଥିଲା । ଏହାପରେ 1932ରୁ 1951 ବିଜୟ ପାଇଁ ଭାରତକୁ କରିବାକୁ ପଡିଥିଲା ଲମ୍ବା ପ୍ରତୀକ୍ଷା । ପ୍ରାୟ 20 ବର୍ଷ ଅପେକ୍ଷା ପରେ ପ୍ରଥମ ଟେଷ୍ଟ ବିଜୟ ମିଳିଥିଲା ।

ପରେ ବର୍ଷ 1983, ସଫଳତମ ଭାରତୀୟ କ୍ରିକେଟ ଇତିହାସରେ ଏକ ସ୍ବର୍ଣ୍ଣିମ ସ୍ମରଣୀୟ ବର୍ଷ ପାଲଟିଯାଇଥିଲା । ପୁଣି ଇଂଲଣ୍ଡର ଐତିହାସିକ ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡ ଆଉ ଏକ ଐତିହାସିକ ମୂହୂର୍ତ୍ତର ସାକ୍ଷୀ ପାଲଟିଥିଲା । ଯେବେ ସେହିସମୟର ସବୁଠୁ ଶକ୍ତିଶାଳୀ ଟିମ ତଥା ଦୁଇଥରର ବିଶ୍ବ ଚମ୍ପିଆନ ୱେଷ୍ଟଇଣ୍ଡିଜକୁ 43 ରନ୍‌ରେ ମାତ ଦେଇ ଟ୍ରଫି ଟେକିଥିଲା ଭାରତ ।

ପ୍ରଥମେ ବ୍ୟାଟିଂ କରି ଭାରତ 54.5 ଓଭରରେ 183 ରନ୍‌ରେ ଅଲଆଉଟ ହୋଇଥିଲା । କ୍ରିସ ଶ୍ରୀକାନ୍ତ ସର୍ବଧିକ 38 ରନ୍‌ର ଉପଯୋଗୀ ଇଂନିସ ଖେଳିଥିଲେ । ତେବେ ୱେଷ୍ଟଇଣ୍ଡିଜର ଆକ୍ରଣାତ୍ମକ, ଅଭିଜ୍ଞ , ଦକ୍ଷ ବ୍ୟାଟିଂକ୍ରମକୁ ଦେଖିଲେ ସମସ୍ତେ ଏହା ଆକଳନ କରୁଥିଲେ ଯେ, କାରବିୟନ ଟିମକୁ ସହଜ ବିଜୟ ମିଳିବ, ଏମିତିରେ ବି ଲକ୍ଷ୍ୟ ବଡ ନଥିଲା । ମାତ୍ର ଭାରତୀୟ ବୋଲର ଦେଶକୁ ବିଶ୍ବ ବିଜେତା କରାଇବାର ସୁବର୍ଣ୍ଣ ସୁଯୋଗ ହାତଛଡା କରିବାକୁ ପ୍ରସ୍ତୁତ ନଥିଲେ । କ୍ଲିଭ ଲୟଡଙ୍କ ୱେଷ୍ଟଇଣ୍ଡିଜ ଟିମକୁ ମାତ୍ର 140 ରନ୍‌ରେ ରୋକିବା ପରେ ଖୁସିରେ ଝୁମିଥିଲେ କୋଟିକୋଟି ଭାରତୀୟ ।

ମହିନ୍ଦର ଅମନନାଥ ଓ ମଦଲ ଲାଲ ବୋଲିଂ ଷ୍ଟାର ଥିଲେ ।

ଭାରତ ଏଯାବତ ବିଶ୍ବକପ ଟାଇଟେଲ ଦୁଇଥର ଜିତିଛି, ପ୍ରଥମେ 1983 ଓ ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ 2011ରେ । ଏହା 28 ବର୍ଷ ପରେ ଦ୍ବିତୀୟ ବିଶ୍ବକପ ଟ୍ରଫି ଥିଲା । ଅଷ୍ଟ୍ରେଲିଆ 5ଥର (1987, 1999, 2003, 2007 ଓ 2015) ବିଶ୍ବକପ ଟ୍ରଫି ହାତେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.