ETV Bharat / sports

Cricket World Cup 2023: ବିଶ୍ବକପ୍‌ ପୂର୍ବରୁ ହାଜ୍‌ଲେଉଡ୍‌ଙ୍କ ପ୍ରଂଶସା, କହିଲେ ରୋହିତ ଓ ବିରାଟ ହେଉଛନ୍ତି ଦଶନ୍ଧିର ଶ୍ରେଷ୍ଠ ବ୍ୟାଟର

ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଯେଉଁ କେତେଜଣ ବୋଲରଙ୍କ ଧମାକା ଦେଖିବାକୁ ମିଳିବ, ସେମାନଙ୍କ ମଧ୍ୟରେ ଅଷ୍ଟ୍ରେଲୀୟ ସ୍ପିଡ୍‌ଷ୍ଟାର ଜୋଶ ହାଜଲେଉଡ୍‌ ଅନ୍ୟତମ । ତେବେ ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟର ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ହାଜଲେଉଡ୍‌ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 30, 2023, 11:04 PM IST

Cricket World Cup 2023
Cricket World Cup 2023

ମୁମ୍ବାଇ: ଆରମ୍ଭ ହେବାକୁ ଯାଉଛି ଦିନିକିଆ କ୍ରିକେଟର ମହାକୁମ୍ଭ ବିଶ୍ବକପ୍‌ ୨୦୨୩ । ଏହା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଷ୍ଟ୍ରେଲିଆ ଦେରୁତ ବୋଲର ଜୋସ୍‌ ହାଜ୍‌ଲେଉଡ୍‌ । ବିଶ୍ବକପ୍‌ରେ ସାମ୍ନାସାମ୍ନି ହେବାକୁ ଯାଉଥିବା ଟପ୍‌ ବୋଲରଙ୍କ ମଧ୍ୟରେ ହାଜ୍‌ଲେଉଡ୍‌ଙ୍କ ନାଁ ଆସୁଥିବାବେଳେ ତାଙ୍କରି ମୁହଁରୁ ଏଭଳି ଶୁଣି ଭାରତୀୟ କ୍ରିକେଟ୍‌ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ହାଜ୍‌ଲେଉଡ୍‌ କହିଛନ୍ତି, "ବିଶ୍ବ କ୍ରିକେଟରେ ଭାରତୀୟ ଦଳ ସବୁବେଳେ ଉଚ୍ଚକୋଟୀର ବ୍ୟାଟର ପ୍ରସ୍ତୁତ କରିଥାଏ । ବିଗତ ବର୍ଷରେ ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ବୀରେନ୍ଦ୍ର ସେହୱାଗଙ୍କ ପରି ବ୍ୟାଟରଙ୍କ ଖେଳ ଦେଖିସାରିଛୁ । ଆଉ ଆଜିର ଦିନରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ବ୍ୟାଟର ବିଶ୍ବ କ୍ରିକେଟ୍‌ରେ ରାଜ୍‌ କରୁଛନ୍ତି । ଉଭୟ ବ୍ୟାଟର୍‌ ଯେତେବେଳେ ଖେଳୁଥାନ୍ତି, ସେତେବେଳେ ତାଙ୍କ ଖେଳ ଦେଖିବାକୁ ଖୁବ୍‌ ମଜା ଲାଗିଥାଏ । ଖାସ୍‌ କରି ଦଳ ବିଶେଷ ଚାପରେ ଥିବାବେଳେ ଉଭୟ ବ୍ୟାଟର ଚମତ୍କାର ଖେଳ ପ୍ରଦର୍ଶନ କରିଥାନ୍ତି । ବିଶ୍ବ କ୍ରିକେଟରେ ଚଳିତ ଦଶନ୍ଧିରେ ଉଭୟ କୋହଲି ଓ ରୋହିତ ଶ୍ରେଷ୍ଠ ବ୍ୟାଟର । ଏମାନଙ୍କଠାରୁ ଉନ୍ନତମାନର ବ୍ୟାଟର ଆଜିକା ଦିନରେ ଆଉ କୌଣସି ବି ଦଳ ପାଖରେ ନାହାନ୍ତି ।" ଦିନିକିଆ କ୍ରିକେଟ୍‌ରେ ଏମାନଙ୍କୁ ଚେକ୍‌ ଦେବା ବହୁତ କଷ୍ଟକର ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ଜାଣନ୍ତୁ ଟିମ୍‌ ଇଣ୍ଡିଆର ସାମର୍ଥ୍ୟ ଓ ଦୁର୍ବଳତା

ପ୍ରକାଶଯୋଗ୍ୟ, ରୋହିତ ଶର୍ମା ନିକଟରେ ଦିନିକିଆ କ୍ରିକେଟ୍‌ରେ ୧୦ ହଜାର ରନ୍‌ ପୂରଣ କରିଛନ୍ତି । ଏବେଯାଏଁ ୨୫୧ଟି ମ୍ୟାଚ୍‌ ଖେଳି ୧୦,୧୧୨ ରନ୍‌ ସଂଗ୍ରହ କରିଛନ୍ତି ହିଟ୍‌ମ୍ୟାନ୍‌ । ଯେଉଁଥିରେ ତାଙ୍କର ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୨୬୪ ରନ୍‌ ରହିଛି । ଦିନିକିଆ କ୍ରିକେଟ୍‌ରେ ୫୨ଟି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ୩୦ ଶତକ ମଧ୍ୟ ହାସଲ କରିଛନ୍ତି ଭାରତୀୟ ଅଧିନାୟକ । ଏହାବାଦ୍‌ ୩ଟି ଦ୍ବିଶତକ ମଧ୍ୟ ନିଜ ନାମରେ କରିଛନ୍ତି ରୋହିତ ଶର୍ମା । ଦିନିକିଆ କ୍ୟାରିୟରେ ରୋହିତଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୯୦.୫୩ ରହିଛି । ସେପଟେ ବିରାଟ କୋହଲି ନିକଟରେ ଦିନିକିଆ କ୍ରିକେଟ୍‌ରେ ୧୩ ହଜାର ରନ୍‌ ପୂରଣ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୨୮୧ଟି ମ୍ୟାଚ୍‌ ଖେଳିଥିବା କୋହଲି ଦିନିକିଆରେ ୧୩,୦୮୩ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ସେ ୬୬ଟି ଅର୍ଦ୍ଧଶତକ ଓ ୪୭ଟି ଶତକ ହାସଲ କରିଛନ୍ତି । ବ୍ୟକ୍ତିଗତ ଭାବେ କୋହଲିଙ୍କର ୧୮୩ ସର୍ବାଧିକ ସ୍କୋର ରହିଛି । ଦିନିକିଆ କ୍ରିକେଟ୍‌ରେ ବିରାଟଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୯୩.୭୮ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.