ETV Bharat / sports

India vs Bangladesh Test: ଶାମିଙ୍କ ସ୍ଥାନରେ ଜୟଦେବ ଉନାଉକତ

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜରେ ସ୍ଥାନ ପାଇଛନ୍ତି ବାମହାତୀ ପେସ ବୋଲର ଜୟଦେବ ଉନାଉକତ । ଅଧିକ ପଢନ୍ତୁ

ଶାମିଙ୍କ ସ୍ଥାନରେ ଉନାଉକତ
India vs Bangladesh Test
author img

By

Published : Dec 11, 2022, 1:43 PM IST

ନୂଆଦିଲ୍ଲୀ: ଟେଷ୍ଟ ଦଳକୁ ଜୟଦେବ ଉନାଉକତଙ୍କୁ ଡାକରା । ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁ ଥିବା ଆଗାମୀ କ୍ରିକେଟ ଟେଷ୍ଟ ସିରିଜରେ ସ୍ଥାନ ପାଇଛନ୍ତି ବାମହାତୀ ପେସ ବୋଲର ଜୟଦେବ ଉନାଉକତ । 12 ବର୍ଷ ପରେ ଟେଷ୍ଟ ଦଳକୁ ଫେରିଛନ୍ତି ଜୟଦେବ । ଆସନ୍ତା 14 ତାରିଖରୁ ବାଂଲାଦେଶ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଆହତ ମହମ୍ମହ ଶାମିଙ୍କ ସ୍ଥାନରେ ଦଳରେ ସାମିଲ ହୋଇଛନ୍ତି ଜୟଦେବ ଉନାଉକତ ।

ବର୍ତ୍ତମାନ ରାଜକୋଟରେ ଅଛନ୍ତି ଜୟଦେବ । କିଛି ଦିନ ମଧ୍ୟରେ ସେ ଦଳରେ ସାମିଲ ହେବେ । ସେ ବର୍ତ୍ତମାନ ସୌରାଷ୍ଟ୍ରରୁ ବିଜୟ ହଜାର ଟାଇଟଲର ନେତୃତ୍ବ ନେଇଛନ୍ତି । ଶେଷ ଥର ପାଇଁ ମଇ 2010ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକମାତ୍ର ଟେଷ୍ଟରେ ଖେଳିଥିଲେ । ଏହାପରେ 7 ଦିନିକିଆ ଓ 10ଟି ଟି-ଟ୍ବେଣ୍ଟି ମ୍ୟାଚରେ ଭାରତ ପାଇଁ ଖେଳିଥିଲେ । ନିକଟରେ ଶେଷ ହୋଇଥିବା ବିଜୟ ହଜାର ଟ୍ରଫିରେ ସେ ସର୍ବାଧିକ ୱିକେଟ ହାସଲ କରିଥିଲେ । ସୌରାଷ୍ଟ୍ର ପାଇଁ ଖେଳୁଥିବା ସମୟରେ 10 ମ୍ୟାଚ ଖେଳି 19ଟି ୱିକେଟ ନେଇଥିଲେ । 2019-20 ପ୍ରଥମ ରଣଜୀ ଟ୍ରଫି ଟାଇଟଲ ବିଜୟରେ ସେ 67ଟି ୱିକେଟ ନେଇଥିଲେ । ରଣଜୀ ସିଜନରେ 21ଟି ମ୍ୟାଚ ଖେଳି 115 ୱିକେଟ ଅକ୍ତିଆର କରିଥିଲେ । ତାଙ୍କର ଏହି ପ୍ରଦର୍ଶନକୁ ଦେଖି ତାଙ୍କୁ ଦଳ ପକ୍ଷରୁ ଡାକରା ଦିଆଯାଇଛି ।

ଏହା ବି ପଢନ୍ତୁ...INDvsBAN 3rd ODI: ସିରିଜ୍ କ୍ଲିନ ସ୍ୱିପ୍ କରିପାରିଲାନି ବାଂଲାଦେଶ, ୨୨୭ ରନରେ ଜିତିଲା ଭାରତ

ପ୍ରକାଶ ଥାଉକି, ନିକଟରେ ବାଂଲାଦେଶ ବିପକ୍ଷରେ ଦିନିକିଆ ସିରିଜ ଶେଷ କରିଛି ଭାରତ । ଆଗୁଆ ପ୍ରଥମ ଦୁଇ ମ୍ୟାଚ ଜିତି ବାଂଲାଦେଶ ସିରିଜ ସିଲ କରିଥିଲା । ତୃତୀୟ ଦିନିକିଆରେ ଭାରତୀୟ ଦଳରେ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 410 ରନ ବିଜୟ ଲକ୍ଷ୍ୟ ନେଇ କ୍ଲିନ ସୁଇପ ଲକ୍ଷ୍ୟରେ ଥିବା ବାଂଲାଦେଶ ନିରାଶ ହୋଇଥିଲା । ଇଷାନ କିଶନ 210 ଓ ବିରାଟ କୋହଲି 113 ରନ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.