ETV Bharat / sports

Jasprit Bumrah Health Update: ଆୟର୍ଲାଣ୍ଡ ବିପକ୍ଷ ଟି୨୦ରେ ଫେରିବେ ବୁମ୍‌ରା ! - ଭାରତୀୟ ଦଳକୁ ଫେରିପାରନ୍ତି ଯଶପ୍ରୀତ ବୁମ୍‌ରା

ଆସନ୍ତା ଏସିଆ କପ୍‌ ପୂର୍ବରୁ ଭାରତୀୟ ଦଳକୁ ଫେରିପାରନ୍ତି ଯଶପ୍ରୀତ ବୁମ୍‌ରା । ବିସିସିଆଇର ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ବୁମ୍‌ରା ଯେଉଁଭଳି ରିକଭେରି କରିଛନ୍ତି, ତାହା ବଜାୟ ରହିଲେ ଆୟର୍ଲାଣ୍ଡ ବିପକ୍ଷରେ ଆୟୋଜିତ ହେବାକୁ ଥିବା ଟି-୨୦ ଶୃଙ୍ଖଳାରେ ସେ ଦଳକୁ ଫେରିପାରନ୍ତି । ଅଧିକ ପଢ଼ନ୍ତୁ

Jasprit Bumrah Health Update
Jasprit Bumrah Health Update
author img

By

Published : Jun 18, 2023, 8:08 PM IST

ମୁମ୍ବାଇ: ଭାରତୀୟ ଷ୍ଟାର ବୋଲର ଯଶପ୍ରୀତ ବୁମ୍‌ରା ଦୀର୍ଘ ୮ ମାସ ହେବ ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି । ବୁମରାଙ୍କ ଅନୁପସ୍ଥିତି ଟିମ ଇଣ୍ଡିଆରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି । ଏହାରି ମଧ୍ୟରେ ଭାରତ ଖେଳିଥିବା ଅନେକ ମ୍ୟାଚ୍‌ରେ ଯଦିଓ ମହମ୍ମଦ ସାମି ଓ ସିରାଜ ଦୃଢ଼ ଭାବରେ ଭାରତୀୟ ବୋଲିଂ ବିଭାଗକୁ ସମ୍ଭାଳିଛନ୍ତି, ହେଲେ ବୁମ୍‌ରା ଥିଲେ ଫଳାଫଳ କିଛି ଅଲଗା ହୋଇଥାଆନ୍ତା ବୋଲି ଅନେକ ମତ ରଖିଛନ୍ତି । ଏହାରି ଭିତରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଜଣେ ବିସିସିଆଇ ଅଧିକାରୀଙ୍କ ସୂଚନା ଅନୁସାରେ ଆସନ୍ତା ଅଗଷ୍ଟ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତୀୟ ଦଳକୁ ଫେରିପାରନ୍ତି ଏହି ଭାରତୀୟ ସ୍ପିଡ୍‌ଷ୍ଟାର ।

ବୁମରାଙ୍କ ପ୍ରତ୍ୟାବର୍ତ୍ତନ ସୂଚନା ଦେବାକୁ ଯାଇ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, "ବୁମ୍‌ରା ଏନସିଏ (ଜାତୀୟ କ୍ରିକେଟ ଏକାଡେମୀ)ରେ ଖୁବ୍‌ଶୀଘ୍ର ଫିଟ୍‌ ହେଉଛନ୍ତି । ଆସନ୍ତା ଅଗଷ୍ଟ ମାସରେ ଆୟର୍ଲାଣ୍ଡ ବିପକ୍ଷରେ ଆୟୋଜିତ ହେବାକୁ ଥିବା ଟି୨୦ ଶୃଙ୍ଖଳାରେ ସେ ଭାରତୀୟ ଦଳକୁ ଫେରିପାରନ୍ତି ।"ଯଦି ତାଙ୍କର ଏଭଳି ରିକଭେରି ଜାରି ରୁହେ, ତେବେ ଆସନ୍ତା ଅଗଷ୍ଟରେ ଆୟର୍ଲାଣ୍ଡ ବିପକ୍ଷରେ ପୁଣିଥରେ ବୁମ୍‌ରାଙ୍କୁ ବୋଲିଂ କରୁଥିବାର ପ୍ରଶଂସକମାନେ ଦେଖିବାକୁ ପାଇବେ ବୋଲି ସେ ସୂଚନା ଦେଇଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ, ୨୯ ବର୍ଷୀୟ ଯଶପ୍ରୀତ ବୁମ୍‌ରା ପିଠିରେ ଆଘାତ କାରଣରୁ ଦୀର୍ଘ ୮ ମାସ ହେବ ଟିମ୍ ଇଣ୍ଡିଆରୁ ବାହାରେ ରହିଛନ୍ତି । ସେ ୨୫ ସେପ୍ଟେମ୍ବର ୨୦୨୨ରେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ । ପିଠିରେ ଆଘାତ ଲାଗିବାରୁ ଏହି ମ୍ୟାଚ୍‌ ପରେ ସେ ଆଉ ପଡ଼ିଆକୁ ଫେରିନଥିଲେ । ଫଳରେ ବୁମ୍‌ରାଙ୍କ ଅନୁପସ୍ଥିତିରେ ଟି-୨୦ ବିଶ୍ବକପ୍‌, ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଫାଇନାଲ୍ ଭଳି ଦୁଇ ଦୁଇଟି ICC ଟ୍ରଫି ଖେଳିଛି ଭାରତ । ଏପରିକି ଆଇପିଏଲ୍‌ ୨୦୨୩ ଟୁର୍ନାମେଣ୍ଟରୁ ମଧ୍ୟ ବଞ୍ଚିତ ହୋଇଥିଲେ ବୁମ୍‌ରା । ସେ ଏପର୍ଯ୍ୟନ୍ତ ଭାରତ ପାଇଁ ୩୦ ଟେଷ୍ଟ, ୭୨ ଦିନିକିଆ ଏବଂ ୬୦ ଟି୨୦ ମ୍ୟାଚ୍ ଖେଳିଛନ୍ତି । ଏଥିରେ ସେ ଯଥାକ୍ରମେ ୧୨୮ଟି ଟେଷ୍ଟ ୱିକେଟ୍, ୧୨୧ଟି ଦିନିକିଆ ୱିକେଟ୍ ଏବଂ ୭୦ଟି ଟି୨୦ ୱିକେଟ୍ ହାସଲ କରିଛନ୍ତି । ବୁମ୍‌ରା ଭାରତ ପାଇଁ ପ୍ରମୁଖ ଦୃତ ବୋଲର ଭାବରେ ପ୍ରତି ଟୁର୍ଣ୍ଣମେଣ୍ଟରେ ଅବତୀର୍ଣ୍ଣ ହୋଇଥାନ୍ତି । ତେଣୁ ତାଙ୍କର ପ୍ରତ୍ୟାବର୍ତ୍ତନ ନିଶ୍ଚୟ ଦଳର ମନୋବଳ ବଢାଇବ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.