ETV Bharat / sports

IPL 2022: ଆଜି ଲକ୍ଷ୍ନୌ-ପଞ୍ଜାବ ଫାଇଟ - ଆଇପିଏଲ 2022

ଚଳିତ ଆଇପିଏଲରେ ଆଜି (ଶୁକ୍ରବାର) 42ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପରସ୍ପରକୁ ଭେଟିବ । ଅଧିକ ପଢନ୍ତୁ

ଆଜି ଲକ୍ଷ୍ନୌ - ପଞ୍ଜାବ ଫାଇଟ
ଆଜି ଲକ୍ଷ୍ନୌ - ପଞ୍ଜାବ ଫାଇଟ
author img

By

Published : Apr 29, 2022, 1:02 PM IST

ପୁଣେ: ଚଳିତ ଆଇପିଏଲରେ ଆଜି (ଶୁକ୍ରବାର) 42ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ପଞ୍ଜାବ କିଙ୍ଗସ ଓ ଲକ୍ଷ୍ନୌ ସୁପରଜିଆଣ୍ଟ୍ସ ପରସ୍ପରକୁ ଭେଟିବ । ଏହି ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ରହିଛି । ସୁପରଜିଆଣ୍ଟ୍ସ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । 8ଟି ମ୍ୟାଚରୁ 5ଟି ଜିତି ମୋଟ 10 ପଏଣ୍ଟ ପାଇଛି ସୁପରଜିଆଣ୍ଟ୍ସ । ଆଜିର ମ୍ୟାଚ ଜିତିଲେ ତୃତୀୟକୁ ଉଠିବ ଦଳ ।

ସେହିପରି 8ଟି ମ୍ୟାଚ ଖେଳି 4ଟି ଜିତି 8 ପଏଣ୍ଟ ସହ ଟେବୁଲ ସପ୍ତମ ସ୍ଥାନରେ ରହିଛି ପଞ୍ଜାବ । ଆଜିର ମ୍ୟାଚକୁ ଜିତି ଦଳ ପାଇଁ ଷଷ୍ଠ ସ୍ଥାନକୁ ଉଠିବାର ସୁଯୋଗ ରହିଛି । ଆଜିର ମ୍ୟାଚରେ ଦଳର ଦମଦାର ବ୍ୟାଟିଂ ଶୃଙ୍ଖଳିତ ବୋଲିଂ ମୁଖ୍ୟ ଆକର୍ଷଣ ସାଜିବ । ପୂର୍ବରୁ କେ.ଏଲ ରାହୁଲ ପଞ୍ଜାବ କିଙ୍ଗସର ଅଧିନାୟକ ଥିଲେ । ଏଥର ସୁପରଜିଆଣ୍ଟ୍ସର ନେତୃତ୍ବ ନେଉଛନ୍ତି । ପୂର୍ବ ଦୁଇ ମ୍ୟାଚରେ ସେ ଦମଦାର ଶତକ ହାସଲ କରିଛନ୍ତି । ଆଜିର ମ୍ୟାଚରେ ମଧ୍ୟ କିଛି ବଡ ଇନିଂସ ଖେଳି ପାରନ୍ତି । ତାଙ୍କୁ ରୋକିବାକୁ ହେଲେ ପଞ୍ଜାବ ବୋଲରଙ୍କୁ କିଛି କମାଲ କରିବାକୁ ପଡିବ । ମୟଙ୍କ ନେତୃତ୍ବରେ ଦଳ ଆଜିର ମ୍ୟାଚ ଜିତିବାକୁ କୌଣସି ସୁଯୋଗ ହାତଛଡା କରିବ ନାହିଁ ।

ଏହା ବି ପଢନ୍ତୁ...IPL 2022: କୁଲଦୀପଙ୍କ କମାଲ, 4 ୱିକେଟରେ କୋଲକାତାକୁ ହରାଇଲା ଦିଲ୍ଲୀ

ସେପଟେ ଲକ୍ଷ୍ନୌ ମଧ୍ୟ ଫୁଲ ପ୍ରସ୍ତୁତରେ ରହିଛି । ଧାୱନଙ୍କୁ ବ୍ୟାଟଂରେ ବ୍ରେକ ଦେବାକୁ ସୁପରଜିଆଣ୍ଟ୍ସ ଚାମିରଙ୍କୁ ପ୍ରୟୋଗ କରିବ । ପୂର୍ବରୁ ଧାୱନଙ୍କୁ (ଅନ୍ତର୍ଜାତୀୟ କ୍ରିକେଟ) 2ଥର ଆଉଟ କରିଛନ୍ତି । ଆଜି ଲକ୍ଷ୍ନୌ ଏକାଦଶରେ ମନୀଷ ପାଣ୍ଡେ ସାମିଲ ହୋଇପାରନ୍ତି । ରାହୁଲଙ୍କ ଉପରେ ନଜର ରହିବ । ମୁମ୍ବାଇ ବିପକ୍ଷରେ 2ଟି ଶତକ ଅର୍ଜନ କରିଛନ୍ତି ରାହୁଲ । ରାହୁଲ ସଫଳ ହେଲେ ଦଳ ପାଇଁ ବିଜୟ ସହଜ ହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.