ETV Bharat / sports

IPL2022: କ୍ୟାପିଟାଲ୍ସ ଆଗରେ 209 ରନର ଟାର୍ଗେଟ ରଖିଲା ଚେନ୍ନାଇ - ଆଇପିଏଲ 2022

ଚଳିତ IPL2022 55ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । କ୍ୟାପିଟାଲ୍ସ ଆଗରେ 209 ରନର ଟାର୍ଗେଟ ରଖିଲା ଚେନ୍ନାଇ । ଅଧିକ ପଢନ୍ତୁ

IPL2022: କ୍ୟାପିଟାଲ୍ସ ଆଗରେ 209 ରନର ଟାର୍ଗେଟ ରଖିଲା ଚେନ୍ନାଇ

author img

By

Published : May 8, 2022, 9:36 PM IST

Updated : May 8, 2022, 10:07 PM IST

ମୁମ୍ବାଇ: ଚଳିତ IPL2022 55ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ 208 ରନ୍ ସଂଗ୍ରହ କରିଛି । ଫଳରେ କ୍ୟାପିଟାଲ୍ସ ଆଗରେ 209 ରନର ବିଜୟ ଲକ୍ଷ୍ୟ ରହିଛି । ତେବେ ଚେନ୍ନାଇ ପକ୍ଷରୁ ଡେଭନ କନୱେ ସର୍ବାଧିକ 87 ରନ୍ କରିଛନ୍ତି ।

ମୁମ୍ବାଇର ଡ. ଡି.ୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଖେଳା ଯାଉଥିବା ଆଜିର ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ଏହାପରେ ଧୋନୀ ବାହିନୀର ଓପନର ଋତୁରାଜ ଗାଏକ୍ବାଡ ଏବଂ ଡେଭନ କନୱେ ମୈଦାନକୁ ଓହ୍ଲାଇଥିଲେ । ଉଭୟ ଏକ ରୋମାଞ୍ଚକର ପାଳି ଆରମ୍ଭ କରିଥିଲେ । ଦୁଇଜଣଙ୍କ ଭାଗିଦାରୀରେ 11 ଓଭର ସୁଦ୍ଧା ଦଳ ଗୋଟିଏ ୱିକେଟ ହରାଇବା ବେଳକୁ 110 ରନ୍ ସଂଗ୍ରହ କରି ସାରିଥିଲା ।

33 ବଲରେ 41 ରନ କରି ଋତୁରାଜ ଆଉଟ୍ ହୋଇଯିବା ପରେ କନୱେଙ୍କ ସାଥ୍ ଦେଇଥିଲେ ଶିବମ ଦୁବେ । ଏହାପରେ ଉଭୟ ଧୂଆଁଧାର ସର୍ଟ୍ସ ମାରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ । ଟିମର ସ୍କୋର 169 ବେଳକୁ ଦ୍ବିତୀୟ ୱିକେଟ କନୱେଙ୍କ ଯାଇଥିଲା । 49 ବଲର ସମ୍ମୁଖୀନ ହୋଇଥିବା କନୱେ 87 ରନ କରିଥିଲେ। ସେଥିରେ 7ଟି ଚୌକା ଏବଂ 5ଟି ଛକା ଥିଲା । ପରେ ପରେ ଶିବମ ଦୁବେ ମଧ୍ୟ 32 ରନ୍ କରି ମିଚେଲ ମାର୍ଶଙ୍କ ଶିକାର ହୋଇଥିଲେ ।

ଶେଷ ଭାଗକୁ କେବଳ ଧୋନି ହିଁ ବଡ ସର୍ଟ ମାରିଥିଲେ । ଧୋନି 8 ବଲ୍ ଖେଳି ଅପରାଜୟ 21 ରନ୍ ସଂଗ୍ରହ କରି ଥିବାବେଳେ ଅମ୍ବାତି ରାୟିଡୁ 5, ମୋଇନ ଅଲ୍ଲି 9, ଉଥାପ୍ପା ଖାତା ଖୋଲିପାରିନଥିଲେ । ତେବେ ଡିଜେ ବ୍ରାଭୋ ଗୋଟିଏ ବଲ୍ ଖେଳି 1 ରନ୍ କରି ଅପରାଜେୟ ରହିଥିଲେ ।

Last Updated : May 8, 2022, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.