ETV Bharat / sports

WPL 2023: ମୁମ୍ବାଇର ବିଜୟରୁ ଅଭିଯାନ ଆରମ୍ଭ, 143 ରନରେ ହାରିଲା ଗୁଜୁରାଟ

ମହିଳା ପ୍ରିମିୟର ଲିଗ ଉଦଘାଟନୀ ମ୍ୟାଚରେ ବାଜି ମାରି ନେଇଛି ମୁମ୍ବାଇ ଇଣ୍ଡିଆନ୍ସ । ଗୁଜୁରାଟ ବିପକ୍ଷରେ 143 ରନରେ ବିଶାଳ ବିଜୟ ହାସଲ କରିଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ । ଅଧିକ ପଢନ୍ତୁ

author img

By

Published : Mar 5, 2023, 7:11 AM IST

Mumbai vs Gujarat opener match
ମୁମ୍ବାଇର ବିଜୟରୁ ଅଭିଯାନ ଆରମ୍ଭ

ମୁମ୍ବାଇ: ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ପରସ୍ପରକୁ ଭେଟିଥିଲେ । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ । ଅଧିନାୟିକା ହର୍ମନପ୍ରୀତ କୌରଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ଗୁଜୁରାଟ ଜାଏଣ୍ଟ୍ସ ବିପକ୍ଷରେ 143 ରନର ଏକ ବିଶାଳ ବିଜୟ ହାସଲ କରିଛି । 65 ରନର ଦମଦାର ପାଳି ଖେଳି ହର୍ମନପ୍ରୀତ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ମୁମ୍ବାଇର ଡିୱାଅ ପାଟିଲ ଷ୍ଟାଡିୟମରେ ଗୁଜୁରାଟ ଜାଏଣ୍ଟ୍ସ ଅଧିନାୟିକା ବେଥ ମୁନୀ ଟସ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ । ମୁମ୍ବାଇକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲା ଗୁଜୁରାଟ । ଓପନର ୟାସ୍ତିକା ଭାଟିଆ 1 ରନ କରି ଆଉଟ ହୋଇଥିଲେ । ଅନ୍ୟ ଓପନର ହେଲି ମାଥ୍ୟୁସଙ୍କ ସହ ନୀତାଲି ସ୍କିଭର୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର 69 ବେଳେ ବ୍ୟକ୍ତିଗତ 23ରନ କରି ସ୍କିଭର୍ସ ଆଉଟ ହୋଇଥିଲେ । ପରେ ପରେ ମାଥ୍ୟୁସ 47 ରନ କରି ପାଭିଲିୟନ ଫେରିଥିଲେ ।

ଏହାପରେ ହର୍ମନପ୍ରୀତ କୌର ଆସିବା ପରେ ଦ୍ରୁତ ଗତିରେ ବଢି ଚାଲିଥିଲା ରନ ଗାଡି । ମ୍ୟାଚରେ ଅଧିନାୟିକା ହର୍ମନପ୍ରୀତ କୌର 30 ବଲରେ 65 ରନ କରିଥିଲେ । ସେଥିରେ 14ଟି ଚୌକା ରହିଛି । ଚତୁର୍ଥ ୱିକେଟ ପାର୍ଟନରସିପରୁ ଆମେଲିଆ କେରଙ୍କ ସହ 42 ରନ ବଳରେ 65 ରନ କରିଥିଲେ ହର୍ମନପ୍ରୀତ । ଚତୁର୍ଥ ୱିକେଟରେ ଉଭୟ 89 ରନ ଯୋଗ କରିଥିଲେ । ହର୍ମନପ୍ରୀତ 22 ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଦଳୀୟ ସ୍କୋର 166ରେ ହର୍ମନପ୍ରୀତ ଆଉଟ ହୋଇଥିଲେ । ଆମେଲିଆ ଅପରାଜିତ ରହି ଦଳୀୟ ସ୍କୋରକୁ 207ରେ ପହଞ୍ଚାଇଥିଲେ । ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ ଇଣ୍ଡିଆନ୍ସ 5 ୱିକେଟ ହରାଇ 207 ରନ କରିଥିଲା । ଗୁଜୁରାଟ ପକ୍ଷରୁ ସ୍ନେହ ରଣା 2ଟି ୱିକେଟ ହାସଲ କରିଥିଲେ ।

ଏହା ବି ପଢନ୍ତୁ.....Virat-Anushka Visits Mahakaleshwar temple: ମହାକାଳଙ୍କ ଶରଣରେ ବିରୁଷ୍କା

208ରନ ବିଜୟ ଲକ୍ଷ୍ୟ ପିଛା କରି ପାଳି ଆରମ୍ଭ କରିଥିଲା ଗୁଜୁରାଟ । ଜବାବରେ ଆରମ୍ଭରୁ ହିଁ ଗୁଜୁରାଟର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ଗୋଟିଏ ପରେ ଗୋଟିଏ ୱିକେଟ ପତନ ହୋଇଥିଲା । ଦଳ ନିର୍ଦ୍ଧାରିତ ଲକ୍ଷ୍ୟର ବହୁତ ପଛରେ ପଡି ଯାଇଥିଲା । ଅଧିନାୟିକା ବେଥ ମୁନୀ 3ଟି ବଲ ଖେଳି ରିଟୟାର୍ଡ ହର୍ଟ ହୋଇ ପାଭିଲିୟନ ଫେରିଥିଲେ । ଦଳର କୌଣସି ବ୍ୟାଟର ମୁମ୍ବାଇ ବୋଲରଙ୍କ ସାମ୍ନା କରି ପାରିନଥିଲେ । ମାତ୍ର 23 ରନରେ ଦଳର 7ଟି ୱିକେଟ ପତନ ହୋଇଥିଲା । 15.1 ଓଭରରେ ମାତ୍ର 64 ରନ କରି ଅଲଆଉଟ ହୋଇଥିଲା ଗୁଜୁରାଟ । ଦଳ ପକ୍ଷରୁ ଡି.ହେମଲତା 26 ରନ କରି ଅପରାଜିତ ଥିଲେ । ମୁମ୍ବାଇ ପକ୍ଷରୁ ବାମହାତୀ ସ୍ପିନର ସାଇକା ଇଶାସକ ସର୍ବାଧିକ 4ଟି ୱିକେଟ ନେଇଥିଲେ । ସେହିପରି ନାଟ ସିଭର ବ୍ରଣ୍ଟ ଓ ଆମେଲିଆ କେର 2ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.