ETV Bharat / sports

ଆଇପିଏଲ 14: ପ୍ରଥମ ବିଜୟ ସନ୍ଧାନରେ ସନରାଇଜର୍ସ ହାଇଦ୍ରାବାଦ

author img

By

Published : Apr 17, 2021, 2:08 PM IST

ଆଇପିଏଲର 14ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଲଢ଼େଇ। ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ। ଅଧିକ ପଢ଼ନ୍ତୁ...

ଆଇପିଏଲ 14: ପ୍ରଥମ ବିଜୟ ସନ୍ଧାନରେ ସନରାଇଜର୍ସ ହାଇଦ୍ରାବାଦ
ଆଇପିଏଲ 14: ପ୍ରଥମ ବିଜୟ ସନ୍ଧାନରେ ସନରାଇଜର୍ସ ହାଇଦ୍ରାବାଦ

ଚେନ୍ନାଇ: ଆଇପିଏଲର 14ତମ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ହେବ ଲଢ଼େଇ। ଚେନ୍ନାଇର ଏମ.ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ । ଚଳିତ ସିଜିନର ଏହି ନବମ ମ୍ୟାଚରେ ବିଜୟରଥ ଆରମ୍ଭ କରିବାକୁ ଚେଷ୍ଟା କରିବ ସନରାଜଇର୍ସ ହାଇଦ୍ରାବାଦ। ସେପଟେ ଗତ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରତିପକ୍ଷ କୋଲକାତା ନାଇଟ ରାଇଡର୍ସଠାରୁ ବିଜୟ ଛଡ଼ାଇ ଆଣିଥିଲା। ଏଥିପାଇଁ ସନରାଇଜର୍ସ ହାଇଦ୍ରାବାଦକୁ ସତର୍କ ହେବାକୁ ପଡ଼ିବ।

ଡିଫେଣ୍ଡିଂ ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ସମସ୍ତ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ଚାହିଁବ। ଏହି ମ୍ୟାଚରେ ହାଇଦ୍ରାବାଦର ଚୂଡ଼ାନ୍ତ ଏକାଦଶ ଉପରେ ସଭିଙ୍କ ନଜର ରହିବ। ଦଳରେ ନ୍ୟୁଜିଲାଣ୍ଡ କ୍ରିକେଟର କେନ ୱିଲିୟମସନ ସାମିଲ ହୋଇ ପାରନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦ ଭଲ ବ୍ୟାଟିଂ ଆରମ୍ଭ କରିଥିଲେ ସୁଦ୍ଧା ଲୋୟର ଅର୍ଡର ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ପାରିନଥିଲେ। ଫଳରେ ବିଜୟୀ ହେବା ମ୍ୟାଚକୁ ହାତଛଡ଼ା କରିଥିଲା ଦଳ। ବୋଲିଂ ପାଇଁ ଭୁବନେଶ୍ବର କୁମାରଙ୍କ ଉପରେ ଆଶା ବାନ୍ଧିବ ଦଳ। ସେପଟେ ସନ୍ଦୀପ ଶର୍ମାଙ୍କୁ ଆଗୁଆ ବୋଲିଂ କରାଇପାରେ ଦଳ।

ସେପଟେ ମୁମ୍ବାଇ ବର୍ତ୍ତମାନ ଦୁଇଟି ମ୍ୟାଚ ଖେଳିଛି । ସେଥିମଧ୍ୟରେ ଗୋଟିଏ ମ୍ୟାଚରେ ଦଳ ପରାଜିତ ହୋଇଥିବା ବେଳେ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି ଦଳ। ତେବେ ଦୁଇଟି ମ୍ୟାଚରେ ଦଳର ବ୍ୟାଟିଂ ଫେଲ ମାରିଛି। ମୁମ୍ବାଇ ପାଖରେ ଆକ୍ରାମକ ବ୍ୟାଟସମ୍ୟାନ ରହିଥିଲେ ସୁଦ୍ଧା ସେମାନେ ବଡ଼ ସଟ ଖେଳିବାରେ ବିଫଳ ରହିଛନ୍ତି। ହାଇଦ୍ରାବାଦ ବିପକ୍ଷରେ ଦଳ ବ୍ୟାଟିଂ ସୁଧାରିବାକୁ ଚେଷ୍ଟା କରିବ। ସେପଟେ ବୋଲିଂ କଥା କହିଲେ, ମୁମ୍ବାଇର ଟ୍ରେଣ୍ଟ ବୋଲ୍ଟ ଭଲ ପ୍ରଦର୍ଶନ କରିଛନ୍ତି। ମୁମ୍ବାଇର ପିଚ ସ୍ପିନରଙ୍କୁ ସହାୟକ ହେଉଛି। ଏମିତିରେ ପ୍ରଥମ ବୋଲିଂ କରୁଥିବା ଦଳକୁ ଅଧିକ ଫାଇଦା ମିଳିବ। ଦେଖିବାକୁ ବାକି ରହିଲା ଆଜିର ମ୍ୟାରେ କିଏ ବାଜମାତ କରୁଛି।

ମୁମ୍ବାଇ ଇଣ୍ଡିଆନ୍ସ ଦଳ

ରୋହିତ ଶର୍ମା(କ୍ୟାପଟେନ), ଆଡାମ ମିଲନେ, ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂହ, ଅଙ୍କୁଲ ରୟ, ଅର୍ଜୁନ ତେନ୍ଦୁଲକର, କ୍ରିସ ଲିନ, ଧାୱଲ କୁଲକର୍ଣ୍ଣୀ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶନ(ୱିକେଟ କିପର), ଜେମ୍ସ ନିଶାମ, ଜଶପ୍ରୀତ ବୁମରା, ଜୟନ୍ତ ଯାଦବ, କିରଣ ପୋଲାର୍ଡ, କ୍ରୁଣାଳ ପାଣ୍ଡ୍ୟା, ମାର୍କୋ ଜାନସନ, ମୋହଶିନ କାନ, ନାଥନ କୁଲଟର-ନାଇଲ, ପିୟୁଷ ଚାୱଲା, କ୍ବିଣ୍ଟନ ଡି କକ୍‌(ୱିକେଟ କିପର), ରାହୁଲ ଚହର, ସୌରଭ ତିୱାରୀ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ, ଯୁଧିବୀର ସିଂହ।

ସନରାଇଜର୍ସ ହାଇଦ୍ରାବାଦ ଦଳ

ଡେଭିଡ ୱାର୍ଣ୍ଣର (ଅଧିନାୟକ), କେନ ୱିଲିୟମସନ, ବିରାଟ ସିଂ, ମନୀଷ ପାଣ୍ଡେ, ପ୍ରିୟମ୍ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜେସନ ରଏ, ଶ୍ରୀବତ୍ସ ଗୋସ୍ବାମୀ, ବିଜୟ ଶଙ୍କର, ମହମ୍ମଦ ନବୀ, କେଦାର ଯାଦବ, ଜେ ସୁଚିତ, ଜେସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମାଦ, ଭୁବନେଶ୍ବର କୁମାର, ରାସିଦ ଖାନ, ଟି ନଟରାଜନ୍, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କାଉଲ, ବେସିଲ ଥାମ୍ପି, ଶାହାବାଜ ନଦୀମ ଏବଂ ମୁଜିବ ଉର-ରେହମାନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.