ଆବୁଧାବି: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଘାତକ ବୋଲିଂ ଆଗରେ ସନ୍ରାଇଜର୍ସ ହାଇଦ୍ରାବାଦ ମାତ୍ର ୧୪୧ ରନ୍ କରିବାକୁ ହିଁ ସକ୍ଷମ ହୋଇଛି । ଟସ୍ ଜିତି ପ୍ରଥମେ SRHକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ ଦେଇଥିଲା RCB । ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇ ଦଳ ଦ୍ବିତୀୟ ଓଭରରେ ହିଁ ପ୍ରଥମ ୱିକେଟ ହରାଇଥିଲା । ସେତେବେଳେ ଦଳୀୟ ସ୍କୋର୍ ମାତ୍ର ୧୪ ରନ୍ ହିଁ ହୋଇଥିଲା ।
-
Job with the ball done. ✅
— Royal Challengers Bangalore (@RCBTweets) October 6, 2021 " class="align-text-top noRightClick twitterSection" data="
Chase coming up…💪🏻#PlayBold #WeAreChallengers #ನಮ್ಮRCB #RCBvSRH pic.twitter.com/n5IbLCITyt
">Job with the ball done. ✅
— Royal Challengers Bangalore (@RCBTweets) October 6, 2021
Chase coming up…💪🏻#PlayBold #WeAreChallengers #ನಮ್ಮRCB #RCBvSRH pic.twitter.com/n5IbLCITytJob with the ball done. ✅
— Royal Challengers Bangalore (@RCBTweets) October 6, 2021
Chase coming up…💪🏻#PlayBold #WeAreChallengers #ನಮ್ಮRCB #RCBvSRH pic.twitter.com/n5IbLCITyt
ଏହାପରେ ଅଧିନାୟ କେନ ୱିଲିୟମସନ୍ ଓ ଜେଶନ ରୟଙ୍କ ମଧ୍ୟରେ ଅର୍ଦ୍ଧଶତକୀୟ ଭାଗିଦାରୀ ଦେଖିବାକୁ ମିଳିଥିଲା । ତେବେ କେନ୍ ୱିଲିୟମସନ୍ଙ୍କୁ ୩୧ ରନ୍ରେ ଆଉଟ୍ କରିଥିଲେ ହର୍ଷଲ ପଟେଲ । ଏହାପରେ ପ୍ରିୟମ ଗର୍ଗ ମଧ୍ଯ ମାତ୍ର ୧୩ ରନ୍ କରି ପାଭେଲିୟନ ଫେରିଥିଲେ । ୱିଲିୟମସନ୍ଙ୍କ ପରେ କୌଣସି ବ୍ୟାଟସ୍ମ୍ୟାନ ପଡି଼ଆରେ ବଡ଼ ସଟ୍ ଖେଳି ପାରିନଥିଲ । ଏହା ଭାଗିଦାରୀ ମଧ୍ୟ କରି ପାରିନଥିଲେ ।
ଦଳ ପକ୍ଷରୁ ଓପନର ଜେଶନ ରୟ ସର୍ବାଧିକ ୪୪ ରନ୍ କରିଥିଲେ । ରିଦ୍ଧିମାନ ଶାହା ମାତ୍ର ୧୦ ରନ୍ କରିଥିବା ବେଳେ ଜେଶନ ହୋଲ୍ଡର ୧୬ ରନ୍ କରି ଆଉଟ ହୋଇଥିଲେ । ସେପଟେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ହର୍ଷଲ ପଟେଲ ସର୍ବାଧିକ ୩ ୱିକେଟ ନେଇଛନ୍ତି । ଡାନିଏଲ କ୍ରିଷ୍ଟିଆନ ଦୁଇଟି ୱିକେଟ ନେଇଥିବା ବେଳେ ଜର୍ଜ ଗାର୍ଟନ ଓ ୟୁଜିବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ନିର୍ଦ୍ଧାରିତ ୨୦ ଓଭର ମଧ୍ୟରେ SRH ଦଳ ୭ ୱିକେଟ ବିନିୟମରେ ମାତ୍ର ୧୪୧ ରନ୍ ହିଁ ସଂଗ୍ରହ କରିପାରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ