ETV Bharat / sports

IPL 2023 SRH vs RCB: ଗୋଟିଏ ମ୍ୟାଚ୍‌ରେ ଅନେକ ରେକର୍ଡ, ସବୁଠୁ ଆଗରେ କୋହଲି- ଆରସିବି

author img

By

Published : May 19, 2023, 6:20 PM IST

ଗତକାଲି ହାଇଦ୍ରାବାଦରେ ଏକ ଦମଦାର ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଉଭୟ ପାଳିରେ ଦୁଇ ଦୁଇଟି ଶତକ ଉପଭୋଗ କରିଥିଲେ ଦର୍ଶକ । ତେବେ ଏହି ମ୍ୟାଚରେ ଅନେକ ରେକର୍ଡ ମଧ୍ୟ ସୃଷ୍ଟି ହୋଇଛି । ବିରାଟ କୋହଲି ଓ ଆରସିବି ସର୍ବାଧିକ ରେକର୍ଡ ହାସଲ କରିଛନ୍ତି । ଅଧିକ ପଢ଼ନ୍ତୁ

IPL 2023 SRH vs RCB Match Records
IPL 2023 SRH vs RCB Match Records

ହାଇଦ୍ରାବାଦ: ଗୁରୁବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଅନେକ ରେକର୍ଡ ହୋଇଛି । ଏହି ମ୍ୟାଚ୍‌ରେ ଉଭୟ ପକ୍ଷର ବ୍ୟାଟର ଚୌକା ଓ ଛକାର ବର୍ଷା କରିଥିଲେ । ଦୁଇ ଦଳର ଦୁଇ ଷ୍ଟାର ବ୍ୟାଟରଙ୍କ ବ୍ୟାଟରୁ ଦୁଇଟି ଶତକ ଦେଖିବାକୁ ମିଳିଥିଲା । ହେଲେ କୋହଲିଙ୍କ ଶତକ ବଳରେ ଆରସିବି ଏହି ମ୍ୟାଚ୍‌କୁ ଜିତି ନେଇଥିଲା । ତେବେ ନଜର ପକାନ୍ତୁ ଆଇପିଏଲ ୨୦୨୩ର ୬୫ତମ ମ୍ୟାଚ୍‌ରେ ବନିଥିବା ନୂଆ ରେକର୍ଡ ଉପରେ ।

ଉଭୟ ପକ୍ଷର ଦୁଇ ବ୍ୟାଟରଙ୍କ ଶତକ: ଗତକାଲି ମ୍ୟାଚ୍‌ରେ ହାଇଦ୍ରାବାଦର ହେନରିକ୍‌ କ୍ଲାସିନ ଓ ବିରାଟ କୋହଲି ଆଇପିଏଲ ଇତିହାସରେ ଶତକ ହାସଲ କରିଥିବା ପ୍ରଥମ ବିରୋଧୀ ଯୋଡ଼ି ବନିଛନ୍ତି । ଆଇପିଏଲ ଇତିହାସରେ ଏବେ ପର୍ଯ୍ୟନ୍ତ ଉଭୟ ପାଳିରେ ଶତକ ଦେଖିବାକୁ ମିଳିନଥିଲା । ତେବେ ପୂର୍ବରୁ ଗୋଟିଏ ପାଳିରେ ଦୁଇଟି ଶତକ ହୋଇଥିବା ଉଦାହରଣ ରହିଛି । ବିରାଟ କୋହଲି ଓ ଏବି ଡିଭିଲିୟର୍ସ ଆଇପିଏଲ ୨୦୧୬ରେ ଗୁଜରାଟ ଲାୟନ୍ସ ବିପକ୍ଷରେ ଗୋଟିଏ ପାଳିରେ ଦୁଇଟି ଶତକ ହାସଲ କରିଥିଲେ । ସେହିଭଳି ଡେଭିଡ ୱାର୍ନର ଓ ଜନି ବେୟାର୍ଷ୍ଟୋ ଆଇପିଏଲ ୨୦୧୯ରେ ଆରସିବି ବିପକ୍ଷରେ ଗୋଟିଏ ପାଳିରେ ଦୁଇଟି ଶତକ ହାସଲ କରିଥିଲେ ।

ଆଇପିଏଲରେ କୋହଲିଙ୍କର ୬ ଶତକ: ଗତକାଲି ମ୍ୟାଚ ପରେ ଆଇପିଏଲରେ ଏବେ ବିରାଟ କୋହଲିଙ୍କ ନାଁରେ ୬ଟି ଶତକ ହୋଇଛି । ଆଇପିଏଲ ଇତିହାସରେ କ୍ରିସ ଗେଲଙ୍କ ସହ ବିରାଟ କୋହଲି ପ୍ରଥମ ଭାରତୀୟ କ୍ରିକେଟର ଭାବେ ୬ ଶତକ ହାସଲ କରିଛନ୍ତି । ଏହାସହ ଟି୨୦ ଫର୍ମାଟରେ କୋହଲିଙ୍କର ଏହା ୭ମ ଶତକ ଥିଲା, ଯାହା କୌଣସି ଭାରତୀୟ କ୍ରିକେଟରଙ୍କ ଦ୍ବାରା ସର୍ବାଧିକ ଶତକ । ପୂର୍ବରୁ କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ନାଁରେ ୬ଟି ଲେଖାଏଁ ଟି୨୦ ଶତକ ରହିଥିଲା ।

କୋହଲି-ଡୁପ୍ଲେସିସ ଯୋଡ଼ି ନଂ ୧: ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ ପରେ ଆଇପିଏଲର ଚଳିତ ସଂସ୍କରଣରେ ବିରାଟ କୋହଲି ଓ ଫାଫ ଡୁପ୍ଲେସିସଙ୍କ ମଧ୍ୟରେ ପ୍ରଥମ ୱିକେଟ ପାଇଁ ୮୭୨ ରନର ଭାଗିଦାରୀ ହୋଇଛି । ଯାହା ଗୋଟିଏ ସଂସ୍କରଣରେ ପ୍ରାରମ୍ଭିକ ଯୋଡ଼ି ମଧ୍ୟରେ ସବୁଠାରୁ ଅଧିକା । ତେବେ ଆଇପିଏଲରେ କୌଣସି ୱିକେଟ ପାଇଁ ସବୁଠାରୁ ଅଧିକା ରନ ସଂଗ୍ରହ କରିଥିବା ଯୋଡ଼ି ମଧ୍ୟରେ ଶୀର୍ଷରେ ରହିଛନ୍ତି ବିରାଟ କୋହଲି ଓ ଏବି ଡିଭିଲିୟର୍ସ । ଉଭୟ ଆଇପିଏଲ ୨୦୧୬ରେ ୯୩୯ ରନ ସଂଗ୍ରହ କରିଥିଲେ ।

RCBର ତୃତୀୟ ସର୍ବାଧିକ ସଫଳ ରନ ଚେଜ୍‌: ହାଇଦ୍ରାବାଦ ବିପକ୍ଷରେ ୧୮୭ ରନର ଟାର୍ଗେଟକୁ ସଫଳତାର ସହ ହାସଲ କରିବା ଆରସିବି ପାଇଁ ତୃତୀୟ ବଡ଼ ସଫଳ ଚେଜ୍‌ । ଏହା ପୂର୍ବରୁ ୨୦୧୦ରେ କିଙ୍ଗସ ଇଲେଭେନ ପଞ୍ଜାବ ବିପକ୍ଷରେ ୨୦୪ ଓ ୨୦୧୬ରେ ରାଇଜିଂ ପୁନେ ସୁପରଜାଏଣ୍ଟ୍ସ ବିପକ୍ଷରେ ୧୯୨ ରନର ବଡ଼ ସଫଳ ରନ ଚେଜ୍‌ ହାସଲ କରିଥିଲା ଆରସିବି । ପ୍ରକାଶ ଥାଉ କି, ୧୮୫ରୁ ଅଧିକ ରନର ପିଛା କରି ଆରସିବି ୩୬ ମ୍ୟାଚରୁ ୩୨ ମ୍ୟାଚରେ ପରାଜୟ ବରଣ କରିଛି ।

ସ୍ପିନରଙ୍କୁ କ୍ଲାସିନଙ୍କ ଟାର୍ଗେଟ: ଗତକାଲି ମ୍ୟାଚ୍‌ରେ ଆରସିବି ବିପକ୍ଷରେ ଧୂଆଁଧାର ବ୍ୟାଟିଂ କରି ୧୦୪ ରନ ସଂଗ୍ରହ କରିଥିଲେ ହାଇଦ୍ରାବାଦର ଷ୍ଟାର ବ୍ୟାଟର ହେନରିକ୍‌ କ୍ଲାସିନ । ଏଥିରେ ସେ କେବଳ ସ୍ପିନରଙ୍କ ବିପକ୍ଷରେ ୭୦ ରନ ସଂଗ୍ରହ କରିଥିଲେ । ଆଇପିଏଲରେ ଗୋଟିଏ ପାଳିରେ ସ୍ପିନରଙ୍କ ବିପକ୍ଷରେ କୌଣସି ବ୍ୟାଟର ସ୍କୋର କରିଥିବା ରନ୍‌ ଭିତରେ ଏହା ପଞ୍ଚମ ସର୍ବାଧିକ । ଗତକାଲି ମ୍ୟାଚ୍‌ରେ କ୍ଲାସିନ ୨୯ ବଲର ସମ୍ମୁଖୀନ ହୋଇଥିଲେ । ଏଥିରେ ସେ ୫ଟି ଲେଖାଏଁ ଚୌକା ଓ ଛକା ମାରିଥିଲେ । ତେବେ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ଏପର୍ଯ୍ୟନ୍ତ କେବଳ ବିଦେଶୀ ଖେଳାଳୀ ହିଁ ଶତକ ହାସଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.