ମୁମ୍ବାଇ: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଟସ୍ ଜିତି ପ୍ରଥମେ ବୋଲି ନିଷ୍ପତ୍ତି ନେଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । କୋଲକାତା ପ୍ରଥମ ମ୍ୟାଚ୍ରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ବର୍ତ୍ତମାନ ଚତୁର୍ଥ ସ୍ଥାନରେ ରହିଛି । ସେପଟେ ବାଙ୍ଗାଲୋର ପ୍ରଥମ ମ୍ୟାଚ୍ରେ ପଞ୍ଜାବଠୁ ହାରି ପଏଣ୍ଟ ଟେବୁଲ ଅଷ୍ଟମ ସ୍ଥାନରେ ରହିଛି ।
-
#RCB have won the toss and they will bowl first against #KKR.
— IndianPremierLeague (@IPL) March 30, 2022 " class="align-text-top noRightClick twitterSection" data="
Live - https://t.co/BVieVfFKPu #RCBvKKR #TATAIPL pic.twitter.com/oZmaJ5IyTH
">#RCB have won the toss and they will bowl first against #KKR.
— IndianPremierLeague (@IPL) March 30, 2022
Live - https://t.co/BVieVfFKPu #RCBvKKR #TATAIPL pic.twitter.com/oZmaJ5IyTH#RCB have won the toss and they will bowl first against #KKR.
— IndianPremierLeague (@IPL) March 30, 2022
Live - https://t.co/BVieVfFKPu #RCBvKKR #TATAIPL pic.twitter.com/oZmaJ5IyTH
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଜିର ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲରେ ଖାତା ଖୋଲିବାକୁ ଚେଷ୍ଟା କରିବ । ସେପଟେ କୋଲକାତା ମଧ୍ୟ ଆଜିର ମ୍ୟାଚ୍ରେ ବିଜୟ ହାସଲ କରି ନିଜର ଦବ୍ଦବା ବଜାୟ ରଖିବାକୁ ଚେଷ୍ଟା କରିବ । ଗତ ମ୍ୟାଚ୍ରେ ବାଙ୍ଗାଲୋର ବିଶାଳ ସ୍କୋର୍ କରି ମଧ୍ୟ ପରାଜିତ ହୋଇଥିଲା । ଆଜିର ମ୍ୟାଚ୍ରେ ଦଳ ବୋଲିଂ ଉପରେ ଅଧିକ ଫୋକସ କରିବାକୁ ଚେଷ୍ଟା କରିବ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ
ଫାଫ୍ ଡୁ ପ୍ଲେସିସ୍ (ଅଧିନାୟକ), ଅନୁଜ ରାୱତ, ବିରାଟ କୋହଲି, ଦୀନେଶ କାର୍ତ୍ତିକ, ଶେରଫେନ୍ ରଦରଫୋର୍ଡ, ଶାହାବାଜ ଅହମ୍ମଦ, ୱାନିନ୍ଦୁ ହାସରାଙ୍ଗା, ଡେଭିଡ ୱିଲି, ହର୍ଷଲ ପଟେଲ, ଆକାଶ ଦୀପ, ମହମ୍ମଦ ସିରାଜ
କୋଲକାତା ନାଇଟ ରାଇଡର୍ସ ଦଳ
ଆଜିଙ୍କ୍ୟ ରାହାଣେ, ଭେଙ୍କଟେଶ ଆୟର, ନୀତୀଶ ରାଣା, ଶ୍ରେୟସ ଆୟର (ଅଧିନାୟକ), ସାମ ୱିଲିଂସ୍, ଶେଲଡନ୍ ଜ୍ୟାକସନ୍, ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ଟିମ୍ ସାଉଥି, ଉମେଶ ଯାଦବ, ବରୁଣ ଚକ୍ରବର୍ତ୍ତୀ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ