ETV Bharat / sports

ଆରସିବି ପିଛା ଛାଡ଼ୁନି କୋରୋନା: ପାଡ୍ଡିକଲ ସୁସ୍ଥ, ଡାନିଏଲ ସଂକ୍ରମିତ

author img

By

Published : Apr 7, 2021, 8:01 PM IST

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପିଛା ଛାଡ଼ୁନି କୋରୋନା ଭାଇରସ। କୋରୋନାରୁ ବାଙ୍ଗାଲୋରର ବ୍ୟାଟସମ୍ୟାନ ଦେବଦତ୍ତ ପାଡ୍ଡିକଲ ସୁସ୍ଥ ହୋଇଥିବାବେଳେ ଡାନିଏଲ ସାମ୍ସ କୋରୋନା ସଂକ୍ରମିତ ହୋଇଛନ୍ତି । ଅଧିକ ପଢ଼ନ୍ତୁ...

ଆରସିବି ପିଛା ଛାଡ଼ୁନି କୋରୋନା, ପାଡ୍ଡିକଲ ସୁସ୍ଥ, ଡାନିଏଲ ସଂକ୍ରମିତ

ଚେନ୍ନାଇ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପିଛା ଛାଡ଼ୁନି କୋରୋନା ଭାଇରସ। କୋରୋନାରୁ ବାଙ୍ଗାଲୋରର ବ୍ୟାଟସମ୍ୟାନ ଦେବଦତ୍ତ ପାଡ୍ଡିକଲ ସୁସ୍ଥ ହୋଇଥିବାବେଳେ ଡାନିଏଲ ସାମ୍ସ କୋରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

ବୁଧବାର ଆରସିବି ଫ୍ରାଞ୍ଚାଇଜି ଏକ ଭିଡିଓ ଜାରି କରିଥିଲା। ଭିଡିଓରେ ଦେବଦତ୍ତ ପାଡ୍ଡିକଲ କୋରୋନା ସୁସ୍ଥ ହୋଇଥିବା ନେଇ ସୂଚନା ଦେଉଥିବା ଦେଖିବାକୁ ମିଳିଛି। କ୍ବାରେଣ୍ଟିନରେ ରହିବା ଗତ ସପ୍ତାହରେ ତାଙ୍କ କୋରୋନା ରିପୋର୍ଟ ପଜଟିଭ ଆସିଥିଲା। କୋରୋନାରୁ ସୁସ୍ଥ ହେବାପରେ ସେ ଦଳ ସହ ଅଭ୍ୟାସରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥିବା କଥା କହିଛନ୍ତି। ତେବେ ଏହାସତ୍ତ୍ବେ ସେ ଏପ୍ରିଲ 9 ତାରିଖରେ ମୁମ୍ବାଇ ବିପକ୍ଷରେ ହେବାକୁ ଥିବା ମ୍ୟାଚରେ ଖେଳି ପାରିବେ ନାହିଁ।

ସେପଟେ ପାଡ୍ଡିକଲ ସୁସ୍ଥ ହୋଇ ଅଭ୍ୟାସ କ୍ୟାମ୍ପରେ ଯୋଗ ଦେଇଥିବା ବେଳେ ଡାନିଏଲ ସାମ୍ସ କୋରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଏହାକୁ ନେଇ ଟ୍ବିଟ କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲେଖିଛି ଯେ, "ଏପ୍ରିଲ 3 ତାରିଖରେ ଡାନିଏଲ ସାମ୍ସ ହୋଟେଲରେ ପହଞ୍ଚିଥିଲେ। ଏହାପରେ ସେ କ୍ବାରେଣ୍ଟିନରେ ରହିଥିବାବେଳେ ତାଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା। ତେବେ ଆଜି ତାଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି। ତାଙ୍କର କୌଣସି କୋରୋନା ଲକ୍ଷଣ ନାହିଁ ଓ ସେ ଆଇସୋଲେସନରେ ରହିଛନ୍ତି।"

ବିରାଟବାହିନୀ ପାଇଁ ଏହା ଆଉ ଏକ କ୍ଷତି କହିଲେ ଅତ୍ୟୁକ୍ତି ହେବନାହିଁ । କାରଣ ଡାନିଏଲ ସାମ୍ସ ଆଉ କିଛିଦିନ ପାଇଁ ବାଙ୍ଗାଲୋର ପାଇଁ ମ୍ୟାଚ ଖେଳି ପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.