ETV Bharat / sports

IPL 2021: ମୁମ୍ବାଇକୁ ୫୪ ରନରେ ହରାଇଲା RCB - ମୁମ୍ବାଇ ଇଣ୍ଡିଆନ୍ସ

ରବିବାର IPLରେ ଖେଳା ଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ବିଜୟ । ୫୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଅଧିକ ପଢନ୍ତୁ...

IPL 2021: ମୁମ୍ବାଇକୁ ୫୪ ରନରେ ହରାଇଲା RCB
IPL 2021: ମୁମ୍ବାଇକୁ ୫୪ ରନରେ ହରାଇଲା RCB
author img

By

Published : Sep 27, 2021, 7:49 AM IST

ଦୁବାଇ: ରବିବାର IPLରେ ଖେଳା ଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମଦାର ବିଜୟ । ୫୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏହି ମ୍ୟାଚରେ ବିଜୟ ପରେ ପରାଜୟରେ ବ୍ରେକ ଲଗାଇଛି RCB । ଦ୍ବିତୀୟ ଫେଜରେ ଦଳ ଲଗାତାର ୨ଟି ମ୍ୟାଚ ହାରିବା ପରେ ଏହା ପ୍ରଥମ ବିଜୟ । ଗତକାଲି ୨୦ ଓଭର ଶେଷର ଶୁଦ୍ଧା RCB ୬ ୱିକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଥିଲା । ଏହା ପରେ MIକୁ ୧୬୬ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ହେଲେ MI ଦଳ ୧୮.୧ ଓଭରରେ ୧୧୧ ରନ କରି ଅଲଆଉଟ ହୋଇଯାଇଥିଲା ।

RCB ପକ୍ଷରୁ ବାଙ୍ଗାଲୋର ପକ୍ଷରୁ ଗ୍ଳେନ ମାକ୍ସୱେଲ ୩୭ ବଲ୍‌ରୁ ୬ ଚୌକା ଓ ୩ ଛକା ସହାୟତାରେ ୫୬ ଓ ବିରାଟ କୋହଲି ୪୨ ବଲ୍‌ରୁ ୩ ଚୌକା ଓ ୩ ଛକା ସହାୟତାରେ ୫୧ ରନ୍‌ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଶ୍ରୀକର ଭାରତ ୩୨ ଓ ଏବି ଡିଭିଲିୟର୍ସ ୧୧ ରନ୍‌ କରିଥିଲେ । ସେହିପରି ଯୁଜବେନ୍ଦ୍ର ଚହଲ ୩ ଟି ଓ୍ବିକେଟ ନେଇଥିବା ବେଳେ ମ୍ୟାକ୍ସଓ୍ବେଲ ୨ଟି ଓ ଶେଷରେ ହର୍ଷଙ୍କ ହ୍ୟାଟିକ ଓ୍ବିକେଟରେ ପରାଜୟ ହୋଇଥିଲା ମୁମ୍ବାଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.