ଜୟପୁର: ରାଜସ୍ଥାନ ରୟାଲ୍ସର ନୂତନ ଜର୍ସି ଉନ୍ମୋଚିତ । ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ରାଜସ୍ଥାନ ରୟାଲ୍ସର ନୂତନ ଜର୍ସି ଉନ୍ମୋଚିତ କରାଯାଇଛି । ଏପ୍ରିଲ 9ରେ ମୁମ୍ବାଇରେ ଆରମ୍ଭ ହେବ ଆଇପିଏଲ 2021 ।
-
Pink. Blue. Royal. 🔥😍
— Rajasthan Royals (@rajasthanroyals) April 4, 2021 " class="align-text-top noRightClick twitterSection" data="
Our #IPL2021 jersey is here.#HallaBol | #RoyalsFamily | #IPL2021 | @redbull pic.twitter.com/UAO1FFo4g3
">Pink. Blue. Royal. 🔥😍
— Rajasthan Royals (@rajasthanroyals) April 4, 2021
Our #IPL2021 jersey is here.#HallaBol | #RoyalsFamily | #IPL2021 | @redbull pic.twitter.com/UAO1FFo4g3Pink. Blue. Royal. 🔥😍
— Rajasthan Royals (@rajasthanroyals) April 4, 2021
Our #IPL2021 jersey is here.#HallaBol | #RoyalsFamily | #IPL2021 | @redbull pic.twitter.com/UAO1FFo4g3
ରାଜସ୍ଥାନ ଖେଳାଳି ଲାଇଭ ଶୋ ମାଧ୍ୟମରେ ରାଜସ୍ଥାନ ଫ୍ୟାନ୍ସଙ୍କ ସହ ଯୋଡି ହୋଇଥିଲେ । ଜୟପୁରରେ ସୱାଇ ମାନସିଂହ ଷ୍ଟାଡିୟମରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟରେ ରାଜସ୍ଥାନ ରୟାଲ୍ସର ଜର୍ସି ଉନ୍ମୋଚିତ କରାଯାଇଛି । ରାଜସ୍ଥାନ ରୟାଲ୍ସର ଖେଳାଳିମାନେ 3ଡି ସହ ରଙ୍ଗାରଙ୍ଗ ଲାଇଟ ଶୋ ସହ 2021 ଆଇପିଏଲ ପାଇଁ ଜର୍ସି ପ୍ରଦର୍ଶନ କରିଛନ୍ତି । ଷ୍ଟାଡିୟମରୁ ପ୍ରଶଂସକଙ୍କ ପାଇଁ ରାଜସ୍ଥାନ ରୟାଲ୍ସ ଦଳର ଖେଳାଳିଙ୍କୁ ମୁମ୍ବାଇରେ ସେମାନଙ୍କର ବାୟୋ-ବବୁଲରେ ଏକ ଅଡିଓ-ଭିଜୁଆଲ୍ ସୋ ସିଧା ପ୍ରସାରଣ କରାଯାଇଥିଲା । ରୟାଲ୍ସ ପ୍ରଶଂସକମାନେ ସେମାନଙ୍କ ହୃଦୟରେ ଥିବା ଷ୍ଟାଡିୟମ୍, ଜୟପୁର ସହର, ରାଜସ୍ଥାନ ସଂସ୍କୃତି ଏବଂ ଭାସ୍କର୍ଯ୍ୟ ଏହି ଶୋ’ର ଏକ ମୁଖ୍ୟ ଆକର୍ଷଣ ରହିଛି ।
ଦକ୍ଷିଣ ଆଫ୍ରିକା ଖେଳାଳି ତଥା ଚଳିତ ବର୍ଷର ଦାମିକିଆ ଆଇପିଏଲ ଖେଳାଳି କ୍ରିସ ମୋରିସ ରାଜସ୍ଥାନ ଜର୍ସି ଉନ୍ମୋଚନ କରିଥିଲେ । 2015ରୁ ପ୍ରଥମ ଥର ପାଇଁ ରାଜସ୍ଥାନର ଜର୍ସି ପରିବର୍ତ୍ତନ କରାଯାଇଛି । ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ଆଇପିଏଲ ଭାରତରେ ଆୟୋଜନ କରାଯାଉଛି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ