ETV Bharat / sports

IPL 2023 CSK vs GT Final: ବର୍ଷା ଧୋଇଦେବ ଫାଇନାଲ ମ୍ୟାଚ୍‌ ! ଜାଣନ୍ତୁ କଣ ରହିଛି ବିକଳ୍ପ

author img

By

Published : May 28, 2023, 6:11 PM IST

ଆଇପିଏଲ ୨୦୨୩ ଫାଇନାଲ ମ୍ୟାଚ୍‌ରେ ବର୍ଷା ଆଶଙ୍କା । ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବର୍ଷା ବାଧକ ସାଜିଲେ ରହିଛି ଏକାଧିକ ବିକଳ୍ପ । ଅଧିକ ପଢ଼ନ୍ତୁ

IPL ଫାଇନାଲ ମ୍ୟାଚ୍‌ ବର୍ଷାରେ ଧୋଇଗଲେ କଣ ହେବ ଜାଣନ୍ତୁ

ଅହମ୍ମଦାବାଦ: ୧୨ଟି ଭେନ୍ୟୁରେ ୫୮ ଦିନ ଧରି ଆଇପିଏଲ ୨୦୨୩ର ୭୩ ମ୍ୟାଚ୍‌ ଖେଳାଯିବା ପରେ ଆଜି ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମ୍ୟାଚ୍‌ । ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚ୍‌ରେ କଡ଼ା ମୁକାବିଲା ହେବାର ଆଶାରେ ଏହାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ହେଲେ ଆଜି ଖେଳାଯିବାକୁ ଥିବା ଏହି ମହା ମୁକାବିଲାରେ ବର୍ଷା ବାଧକ ସାଜିପାରେ । ବର୍ତ୍ତମାନ ଅହମ୍ମଦାବାଦର ଆଖପାଖ ଅଞ୍ଚଳରେ ବର୍ଷା ଜାରି ରହିଛି । ଏହି ମ୍ୟାଚ୍‌ ସମୟରେ ମଧ୍ୟ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ପାଣିପାଗ ବିଭାଗ ମଧ୍ୟ ଅହମ୍ମଦାବାଦରେ ସମ୍ଭାବ୍ୟ ବର୍ଷା ନେଇ ଆଲର୍ଟ ଜାରି କରିଛି ।

ବର୍ଷା ଧୋଇଦେବ ଫାଇନାଲ ମ୍ୟାଚ୍‌ !: ପାଣିପାଗ ରିପୋର୍ଟ ଅନୁସାରେ ଆଜି ଅହମ୍ମଦାବାଦରେ ବର୍ଷା ହେବାର ୪୦ ପ୍ରତିଶତ ସମ୍ଭାବନା ରହିଛି । ଅହମ୍ମଦାବାଦରେ ଲଗାତାର ଭାବେ ୨ ଘଣ୍ଟା ଧରି ବର୍ଷା ହେବାର ସମ୍ଭାବନା ରହିଛି, ଯାହା ମ୍ୟାଚ୍‌କୁ ପ୍ରଭାବିତ ମଧ୍ୟ କରିପାରେ । ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ୨୬ ତାରିଖରେ ଏହି ମୈଦାନରେ ଦ୍ବିତୀୟ କ୍ବାଲିଫାୟରରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ଏହି ମ୍ୟାଚ୍‌ ମଧ୍ୟ ବର୍ଷା କାରଣରୁ ବିଳମ୍ବରେ ଆରମ୍ଭ ହୋଇଥିଲା । ବର୍ତ୍ତମାନ ଯଦିଓ ଅହମ୍ମଦାବାଦରେ ବର୍ଷା ହେଉନାହିଁ, କିନ୍ତୁ ଆକାଶରେ ମେଘ ରହିଛି । ସେହିଭଳି ସହରର ଆଖପାଖ ଅଞ୍ଚଳରେ ମଧ୍ୟ ହେଉଥିବା ବର୍ଷାକୁ ଦୃଷ୍ଟିରେ ରଖିଲେ ଅହମ୍ମଦାବାଦରେ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ।

ଆଇପିଏଲ ଫାଇନାଲ ମ୍ୟାଚ୍‌ ବର୍ଷାରେ ଧୋଇଗଲେ କଣ ହେବ ?: ପ୍ରକାଶ ଥାଉ କି, ଆଇପିଏଲ ୨୦୨୩ ଫାଇନାଲ ମ୍ୟାଚ୍‌ ପାଇଁ କୌଣସି ଅତିରିକ୍ତ ଦିନ ରଖାଯାଇନାହିଁ । ସେଥିପାଇଁ ଚଳିତ ସଂସ୍କରଣର ବିଜେତା ଆଜି ହିଁ ସ୍ପଷ୍ଟ ହେବ । ଯଦି ମ୍ୟାଚ୍‌ ଅଧାରେ ବର୍ଷା ବାଧକ ସାଜେ, ତେବେ ଡକୱର୍ଥ ଲୁଇସ୍‌ ନିୟମ (DL Method)ର ବ୍ୟବହାର କରାଯିବ । ଆରମ୍ଭରୁ ବର୍ଷା ଲାଗି ରହିଲେ ଉଭୟ ଟିମ୍‌ ଅତି କମରେ ୫ ଓଭର ଲେଖାଏଁ ଖେଳ ଖେଳିବାକୁ ଅପେକ୍ଷା କରିବେ । ଏହା ମଧ୍ୟ ଯଦି ଅସମ୍ଭବ ହୁଏ, ତେବେ ସୁପର ଓଭର ମାଧ୍ୟମରେ ବିଜେତା ଚୟନ କରାଯିବ । ତେବେ ଯଦି ଏହା ମଧ୍ୟରୁ କୌଣସି ବିକଳ୍ପ ସମ୍ଭବ ନହୁଏ, ତେବେ ଆଇପିଏଲ ୨୦୨୩ ଲିଗ୍‌ ପ୍ରର୍ଯ୍ୟାୟରେ ପଏଣ୍ଟ୍ସ ଟେବୁଲର ଶୀର୍ଷରେ ରହିଥିବା ଗୁଜରାଟ ଟାଇଟନ୍ସକୁ ଆଇପିଏଲ ୨୦୨୩ର ଚମ୍ପିଆନ୍‌ ଘୋଷଣା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.