ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ସିଜିନର ପଞ୍ଚଦଶ ସଂସ୍କରଣରେ ସମସ୍ତ ୧୦ ଟିମ ଅତିକମରେ 3ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଛନ୍ତି । ଶନିବାର ଦୁଇଟି ମୁକାବିଲା ହୋଇଥିଲା । ପ୍ରଥମଟି ହାଇଦ୍ରାବାଦ ଓ ଚେନ୍ନାଇ ମଧ୍ୟରେ ଦ୍ବିତୀୟଟି ବାଙ୍ଗାଲୋର ଓ ମୁମ୍ବାଇ ମଧ୍ୟରେ ହୋଇଥିଲା । ମ୍ୟାଚର ଫଳାଫଳ ପରେ ପଏଣ୍ଟ ଟେବୁଲରେ 6 ପଏଣ୍ଟ ସହ ଶୀର୍ଷରେ କୋଲକାତା ନାଇଟ ରାଇଡର୍ସ ଥିବାବେଳେ ଶେଷରେ ଚେନ୍ନାଇ ସୁପରକିଙ୍ଗସ ରହିଛି ।
ଚଳିତ ସିଜିନରେ ଫୁଲ ଫର୍ମରେ ରହିଛି କୋଲକାତା ନାଇଟ ରାଇଡର୍ସ । ଏଯାବତ 4ଟି ମ୍ୟାଚ ଖେଳି 6 ପଏଣ୍ଟ ସହ ଶୀର୍ଷ ସ୍ଥାନରେ ରହିଛି କୋଲକାତା । ପଛକୁ 6 ପଏଣ୍ଟ ସହ ନୂଆଦଳ ଗୁଜୁରାଟ ରହିଛି । ତୃତୀୟ ସ୍ଥାନରେ ବାଙ୍ଗାଲୋର ଓ ଚତୁର୍ଥରେ ଲକ୍ଷ୍ନୌ ରହିଛନ୍ତି । ପଞ୍ଚମରେ ରାଜସ୍ଥାନ, ଷଷ୍ଠରେ ପଞ୍ଜାବ, ସପ୍ତମରେ ଦିଲ୍ଲୀ ଓ ଅଷ୍ଟମରେ 2 ପଏଣ୍ଟ ସହ ହାଇଦ୍ରାବାଦ ରହିଛି ।
ଆଇପିଏଲ ୨୦୨୨ ପଏଣ୍ଟ ଟେବୁଲ...
ସବୁଠି ଦୁର୍ଭାଗ୍ୟର ବିଷୟ ଆଇପିଏଲର ସବୁଠୁ ଶକ୍ତିଶାଳୀ ଟିମ ଚଳିତ ସିଜିନରେ କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛନ୍ତି । 5 ଥର ଟାଇଟଲ ହାତେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଓ ଡିଫେଣ୍ଡିଂ ଚାମ୍ପିଅନ ଖାତା ଖୋଲିବାରେ ବିଫଳ ହୋଇଛନ୍ତି । ପୂର୍ବ 14 ସଂସ୍କରଣରେ ଉଭୟ ଦଳ 9ଥର ଟ୍ରଫି ହାତେଇଛନ୍ତି । ଉଭୟ ଦଳ 4ଟି ଲେଖାଏ ମ୍ୟାଚ ଖେଳିଲେଣି ହେଲେ ଗୋଟିଏରେ ମଧ୍ୟ ବିଜୟ ହାସଲ କରି ନାହାନ୍ତି । ବିଜୟ ସ୍ବାଦ ଚାଖିବା ଯେମିତି ଦୁଇଦଳ ପାଇଁ ସ୍ବପ୍ନ ହୋଇଛି । ପ୍ରତିଟି ମ୍ୟାଚରେ ଦଳ ନିରାଶ ହୋଇଛି । 4ଥର ଚମ୍ପିଆନ ଦଳ ଚେନ୍ନାଇ ତାର ଚମକ ହରାଇ ପଏଣ୍ଟ ଟେବୁଲ ଶେଷରେ ରହିଛି ।
ଏହା ବି ପଢନ୍ତୁ...IPL 2022: ଆଜି KKR-DC, RR-LSG ମୁକାବିଲା
ପ୍ରକାଶ ଥାଉ କି, ମୁମ୍ବାଇ ଇଣ୍ଡିଆନ୍ସ ଶେଷ ମ୍ୟାଚରେ ବାଙ୍ଗାଲୋରଠୁ 7 ୱିକେଟ ପରାସ୍ତ ହୋଇଥିଲାବେଳେ ଚେନ୍ନାଇ ସୁପରକିଙ୍ଗସ ହାଇଦ୍ରାବାଦଠୁ 8 ୱିକେଟରେ ପରାସ୍ତ ହୋଇଛି । ଆଜି ସୁପର ସନଡେରେ ଦୁଇ ଦୁଇଟି ମୁକାବିଲା ରହିଛି, ଗୋଟିଏ କୋଲକାତା ଓ ଦିଲ୍ଲୀ ଅନ୍ୟଟି ଲକ୍ଷ୍ନୌ ଓ ରାଜସ୍ଥାନ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ