ETV Bharat / sports

IPL 2022: ସପ୍ତମ ମ୍ୟାଚ୍ ପରେ ଶୀର୍ଷରେ ରାଜସ୍ଥାନ, ଶେଷରେ ହାଇଦ୍ରାବାଦ

author img

By

Published : Apr 1, 2022, 4:56 PM IST

ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଆଇପିଏଲ ଇତିହାସରେ ଏହା ପ୍ରଥମ ଥର CSK ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛି । ଅଧିକ ପଢନ୍ତୁ

POINT TABLE POSITION AFTER 7TH MATCH IN IPL 2022
IPL 2022: ସପ୍ତମ ମ୍ୟାଚ୍‌ ପରେ ଶୀର୍ଷରେ ରାଜସ୍ଥାନ, ଶେଷରେ ହାଇଦ୍ରାବାଦ

ହାଇଦ୍ରାବାଦ: ଇଣ୍ଡିଆନ ପ୍ରିମିୟର ଲିଗ(IPl)ରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ(CSK)କୁ ହରାଇ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ(LSG) ଟୁର୍ଣ୍ଣାମେଣ୍ଟର ପ୍ରଥମ ବିଜୟ ହାସଲ କରିଛି । ଲକ୍ଷ୍ନୌ ଟିମ ପ୍ରଥମ ପାଇଁ ଆଇପିଏଲରେ ଖେଳୁଛି ଓ ଏହା ଟିମର ପ୍ରଥମ ବିଜୟ ଥିଲା । ଏହି ମ୍ୟାଚ୍‌ ପରେ ପଏଣ୍ଟ ତାଲିକାରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଛି ।

POINT TABLE POSITION AFTER 7TH MATCH IN IPL 2022
ଆଇପିଏଲ ପଏଣ୍ଟ ଟେବୁଲ

ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ ଏବେ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିଯାଇଛି । ଅନ୍ୟପଟେ ଲଗାତାର ଦୁଇଟି ମ୍ୟାଚ୍‌ରେ ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ ତାଲିକାର ଅଷ୍ଟମ ସ୍ଥାନରେ ରହିଛି । ଆଇପିଏଲ ଇତିହାସରେ ଏହା ପ୍ରଥମ ଥର ହୋଇଛି, ଯେ CSK ନିଜର ପ୍ରଥମ ଦୁଇଟି ମ୍ୟାଚ୍‌ରେ ପରାଜିତ ହୋଇଛି ।

ପଏଣ୍ଟ ଟେବୁଲରେ ବର୍ତ୍ତମାନ ରାଜସ୍ଥାନ ରୟାଲ୍ସ ଶୀର୍ଷରେ ରହିଛି । ରାଜସ୍ଥାନ ଗୋଟିଏ ହିଁ ମ୍ୟାଚ୍‌ ଖେଳିଛି ଓ ଦୁଇ ପଏଣ୍ଟ ହାସଲ କରିଛି । ତେବେ ସନରାଇଜର୍ସ ହାଇଦ୍ରାବାଦ ଟିମ ପଏଣ୍ଟ ଟେବୁଲର ସବୁଠୁ ଶେଷରେ ରହିଛି । ଶୁକ୍ରବାର କୋଲକାତା ନାଇଟ ରାଇଡର୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ୍‌ ରହିଛି । ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜାଙ୍କ ପରି ଷ୍ଟାର ଖେଳାଳିଥିବା ଆଇପିଏଲ ଇତିହାସର ଦ୍ବିତୀୟ ସଫଳତମ ଟିମ ଚେନ୍ନାଇ ଲଗାତାର ଦ୍ବିତୀୟ ମ୍ୟାଚ୍‌ରେ ପରାଜୟର ମୁହଁ ଦେଖିବା ସହ ଅଷ୍ଟମ ସ୍ଥାନରେ ରହିଛି । କେନ ୱିଲିୟମସଙ୍କ ନେତୃତାଧିନ ହାଇଦ୍ରାବାଦ ୧୦ମ ସ୍ଥାନରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.