ETV Bharat / sports

ଧୋନିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଆଉ ଏକ ସିଜିନ ଖେଳିବେ କ୍ୟାପ୍ଟେନ କୁଲ୍ - ଏମଏସ ଧୋନି

ଧୋନିଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଏଥର IPL ସିଜିନ ପରେ ଅବସର ନେବେନି କ୍ୟାପ୍ଟେନ କୁଲ୍ । ଅଧିକ ପଢନ୍ତୁ...

MS Dhoni to continue playing for CSK in next year's IPL
ଏଥର IPL ସିଜିନ ପରେ ଅବସର ନେବେନି କ୍ୟାପ୍ଟେନ କୁଲ୍
author img

By

Published : Oct 10, 2021, 7:33 AM IST

ଚେନ୍ନାଇ: କ୍ୟାପ୍ଟେନ କୁଲ୍ ଏମଏସ ଧୋନିଙ୍କ IPLରୁ ଅବସରକୁ ନେଇ ବହୁ କଳ୍ପନାଜଳ୍ପନା ଲାଗିରହିଛି । ଚଳିତ IPL ସିଜିନରେ ଧୋନିଙ୍କ କ୍ରମାଗତ ଦୁର୍ବଳ ପ୍ରଦର୍ଶନ ଏହାର ମୁଖ୍ୟ କାରଣ ମଧ୍ୟ ହୋଇପାରେ । ହେଲେ ଏସବୁ କଳ୍ପନାଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି ଚେନ୍ନାଇ ସୁପରକିଙ୍ଗ୍ସ।

ଧୋନି IPL ରୁ ଅବସର ଘୋଷଣା କରିବେନି ବୋଲି ଚେନ୍ନାଇ ସୁପରକିଙ୍ଗ୍ସର ଜଣେ ଅଧିକାରୀ ସ୍ପଷ୍ଟ କରିଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, 'ଧୋନି ଆଉ ଏକ ସିଜିନ ଖେଳିବେ । ଚେପକ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ହିଁ ନିଜ ଶେଷ ମ୍ୟାଚ ଖେଳିବେ । ମୁଁ ଭାବୁନି ଯେ ଧୋନି ଏଥର IPL ପରେ ଅବସର ଘୋଷଣା କରିବେ । ସେ ଘରୋଇ ଷ୍ଟାଡିୟମରେ ନିଜର ଶେଷ ମ୍ୟାଚ୍ ଖେଳନ୍ତୁ ବୋଲି ଆମେ ଚାହୁଁଛୁ ।'

ଅନ୍ୟପଟେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ ପୂର୍ବରୁ ଭାଷ୍ୟକାର ଡାନି ମୋରିସନ୍ ଧୋନିଙ୍କୁ ଭବିଷ୍ୟତ ବାବଦରେ ପ୍ରଶ୍ନ କରିଥିଲେ । ଧୋନି ଏହାର ଜବାବ ଦେଇ କହିଥିଲେ ଯେ, 'ଆସନ୍ତା ଋତୁରେ ମଧ୍ୟ ଆପଣ ମୋତେ ହଳଦିଆ ଜର୍ସିରେ ଦେଖିବାକୁ ପାଇବେ । ଚେନ୍ନାଇ ସୁପରକିଙ୍ଗସ ପାଇଁ ଖେଳିବି କି ନାହିଁ ଜାଣିନାହିଁ ତାହା ସମୟ କହିବ । ଆଗକୁ କଣ ଘଟିବ ତାହା ବର୍ତ୍ତମାନ କହିହେବ ନାହିଁ । ଆସନ୍ତା ବର୍ଷ ମଧ୍ୟ ଆଉ ୨ଟି ନୂଆ ଟିମ୍ ଆସୁଛି । ଆଗକୁ କଣ ହେବ କହିହେବ ନାହିଁ ।' ତେବେ ଧୋନିଙ୍କ ଏ ଜବାବରୁ ମଧ୍ୟ ସେ ଘରୋଇ ଷ୍ଟାଡିୟମରେ ନିଜର ଶେଷ ମ୍ୟାଚ ଖେଳିବାକୁ ଚାହୁଁଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.