ETV Bharat / sports

IPL 2023: ଆଜି KKR-RR ମୁକାବିଲା, କମବ୍ୟାକ ଲକ୍ଷ୍ୟରେ ରାଜସ୍ଥାନ

author img

By

Published : May 11, 2023, 12:16 PM IST

ଇଣ୍ଡିଆନ ପ୍ରିମିୟର ଲିଗ 16ତମ ସଂସ୍କରଣରେ ଆଜି 56ତମ ମ୍ୟାଚ ଖେଳାଯିବ । ଏଥିରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

IPL 2023
ଆଜି KKR-RR ମୁକାବିଲା

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲରେ ଆଜି 56ତମ ଲିଗ ମ୍ୟାଚ ଖେଳାଯିବ । ଏଥିରେ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ପରସ୍ପରକୁ ଭେଟିବେ । ଘରୋଇ ଗ୍ରାଉଣ୍ଡରେ ଖେଳିବ କୋଲକାତା । ପ୍ରଥମରୁ ଭଲ ଆରମ୍ଭ କରିଥିବା ରାଜସ୍ଥାନ ଧିମା ପଡି ଯାଇଛି । ଆଜି କୋଲକାତାକୁ ହରାଇ କମବ୍ୟାକ ଲକ୍ଷ୍ୟରେ ରହିଛି ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ । ସେପଟେ ପ୍ଲେ ଅଫ ପାଖେଇ ଆସୁଥିବାକୁ ଦୁଇ ଦଳର ସ୍ଥିତି କର ବା ମର ସଦୃଶ ରହିଛି । ଏହି ମ୍ୟାଚ ବିଜୟୀ ଦଳ ପ୍ଲେ ଅଫ ଦୌଡରେ ସାମିଲ ହେବ । ଚଳିତ ସିଜନରେ ଦୁଇ ଦଳର ଏହା ପ୍ରଥମ ମୁକାବିଲା । ଘରୋଇ ଗ୍ରାଉଣ୍ଡରେ ବିଜୟ ହାସଲ କରି କେକେଆର ପ୍ଲେ ଅଫ ଦୌଡରେ ସାମିଲ ହେବାକୁ ପ୍ରୟାସ କରିବ ।

RRVSKKR: କୋଲକାତା-ରାଜସ୍ଥାନ ମଧ୍ୟରେ ମୋଟ 27ଟି ମ୍ୟାଚ ଖେଳାଯାଇଛି । କୋଲକାତା 14ଥର ଜିତିଥିବାବେଳେ ରାଜସ୍ଥାନ 12ଥର ଜିତିଛି । ଗୋଟିଏ ମ୍ୟାଚ ଫଳଶୂନ୍ୟ ରହିଥିଲା । ରେକର୍ଡକୁ ଦେଖିଲେ ରାଜସ୍ଥାନ ପଲ୍ଲା ଭାରି ରହିଛି । ଚଳିତ ସିଜନରେ ରାଜସ୍ଥାନ ମୋଟ 11ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରିଥିବା ବେଳେ କୋଲକାତା ମଧ୍ୟ ସମାନ 11ଟି ମ୍ୟାଚ ଖେଳି 5ଟି ଜିତିଛି । ଆଜି ଦୁଇ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ରାଜସ୍ଥାନ ପ୍ରଥମରୁ ଚମତ୍କାର ଆରମ୍ଭ କରିଥିଲେ ସୁଦ୍ଧା ଧୀରେ ଧୀରେ ଲୟ ହରାଇଥିଲା । କ୍ରମାଗତ 3ଟି ମ୍ୟାଚରେ ପରାସ୍ତ ହୋଇଛି ଦଳ ।

ମୁମ୍ବାଇ, ଦିଲ୍ଲୀ ଓ ହାଇଦ୍ରାବାଦଠୁ ହାରିବା ପରେ ଆଜି ବିଜୟଧାରାକୁ ଫେରିବାକୁ ପ୍ରୟାସ କରିବ ରୟାଲ୍ସ । ଦଳରେ ବିଶେଷ କରି ଯଶସ୍ବୀ ଜୈସ୍ବାଲ ଓ ବଟଲରଙ୍କ ଉପରେ ନଜର ରହିବ । ସେହିପରି କୋଲକାତା ତାର ଶେଷ ମ୍ୟାଚରେ ପଞ୍ଜାବ ବିପକ୍ଷରେ ଜବରଦସ୍ତ ବିଜୟ ହାସଲ କରିଥିଲା । ଆନ୍ଦ୍ରେ ରସଲେ ଓ ରିଙ୍କୁ ଶର୍ମା ଦଳକୁ ବିଜୟ ଭେଟି ଦେଇଥିଲେ । ଦଳର ଉଭୟ ବିଭାଗ ସନ୍ତୁଳିତ ରହିଛି । ବୋଲିଂରେ ବରୁଣ ଚକ୍ରବର୍ତ୍ତୀଙ୍କ ଉପରେ ନଜର ରହିବ । ରସଲେ ଓ ରିଙ୍କୁଙ୍କ ବ୍ୟାଟକୁ ମଧ୍ୟ ସଫଳ ଇନିଂସ ଆଶା କରାଯାଉଛି ।

ଏହା ବି ପଢନ୍ତୁ...IPL 2023 CSK vs DC: 140ରେ ଅଟକିଲା ଦିଲ୍ଲୀ, 27 ରନରେ ଜିତିଲା ଚେନ୍ନାଇ

ଏହା ବି ପଢନ୍ତୁ...ICC ODI World Cup: ଅକ୍ଟୋବର 15ରେ ଭାରତ-ପାକିସ୍ତାନ ଫାଇଟ

RR ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ), ଜୋରୁଟ, ଦେବଦତ୍ତ ପାଡିକଲ, ସିମରନ ହେତମାୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଟ୍ରେଣ୍ଡ ବୋଲ୍ଟ, ସନ୍ଦୀପ ଶର୍ମା, ୟୁଝବେନ୍ଦ୍ର ଚହଲ ।

KKR ସମ୍ଭାବ୍ୟ ଏକାଦଶ: ଜାସନ ରଏ, ରହମନୁଲ୍ଲା ଗୁରବାଜ, ଭେଙ୍କଟେଶ ଆୟର, ନିତୀଶ ରାଣା,(ଅଧିନାୟକ), ଆନ୍ଦ୍ରେ ରସେଲ, ରିଙ୍କୁ ସିଂହ, ସାର୍ଦୁଳ ଠାକୁର, ସୁନିଲ ନାରାଏନ, ହର୍ଷିତ ରାଣା, ବୈଭବ ଆରୋରା, ବରୁଣ ଚକ୍ରବର୍ତ୍ତୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.