ମୁମ୍ବାଇ: ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟର(IPL 2022) 56ତମ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ(MI) ଓ କୋଲକାତା ନାଇଟ ରାଇଡର୍ସ (KKR) ମଧ୍ୟରେ ଖେଳାଯାଇଛି । ମୁମ୍ବାଇ ଇଣ୍ଡିଆନ୍ସ ଟସ୍ ଜିତିବା ପରେ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନୀତିଶ ରାଣା ଓ ଭେଙ୍କଟେଶ ଆୟରଙ୍କ ସର୍ବାଧିକ ରନ୍ ବଳରେ କୋଲକାତା ୧୬୫ ରନ କରିଛି ।
-
Innings Break!#KKR post a total of 165/9 on the board.#MumbaiIndians chase coming up shortly. Stay tuned!
— IndianPremierLeague (@IPL) May 9, 2022 " class="align-text-top noRightClick twitterSection" data="
Scorecard - https://t.co/0TDNSwhQXs #MIvKKR #TATAIPL pic.twitter.com/OuZWq6F8zY
">Innings Break!#KKR post a total of 165/9 on the board.#MumbaiIndians chase coming up shortly. Stay tuned!
— IndianPremierLeague (@IPL) May 9, 2022
Scorecard - https://t.co/0TDNSwhQXs #MIvKKR #TATAIPL pic.twitter.com/OuZWq6F8zYInnings Break!#KKR post a total of 165/9 on the board.#MumbaiIndians chase coming up shortly. Stay tuned!
— IndianPremierLeague (@IPL) May 9, 2022
Scorecard - https://t.co/0TDNSwhQXs #MIvKKR #TATAIPL pic.twitter.com/OuZWq6F8zY
ଫଳରେ ମୁମ୍ବାଇ ଆଗରେ ୧୬୫ ରନ୍ର ଟାର୍ଗେଟ ରହିଛି । ଭେଙ୍କଟେଶ ୨୪ ବଲରେ ୩ଟି ଚୌକା ଓ ୪ଟି ଛକା ମାରି ୪୩ ରନ କରିଥିବା ବେଳେ ନୀତିଶ ରାଣା ମଧ୍ୟ ସମାନ ରନ୍ କରିଛନ୍ତି । ରାଣା ୨୬ ବଲ୍ ଖେଳି ୩ଟି ଚୌକା ସହ ଓ ୪ଟି ଛକା ସହ ୪୩ ରନ ଯୋଡ଼ିଥିଲେ । ଅଜିଙ୍କ୍ୟ ରାହାଣେ ୨୪ ବଲ୍ ଖେଳି ୩ଟି ଚୌକା ସହ ୨୫ ରନ କରିଥିବାବେଳେ ଅଧିନାୟକ ଶ୍ରେୟାସ ଆୟର ୮ଟି ବଲ୍ ଖେଳି ଗୋଟିଏ ଚୌକା ସହ ମାତ୍ର ୬ ରନ କରିଥିଲେ । ଶ୍ରେୟାସ ଅଶ୍ବିନ ବଲରେ କ୍ୟାଚ ଆଉଟ୍ ହୋଇଥିଲେ ।
-
Our 𝕃𝕀𝕆ℕ is roaring and how! 🦁💥
— Mumbai Indians (@mipaltan) May 9, 2022 " class="align-text-top noRightClick twitterSection" data="
4⃣ - 1⃣ - 1⃣0⃣ - 5⃣ vs 𝗞𝗞𝗥#OneFamily #DilKholKe #MumbaiIndians #MIvKKR @Jaspritbumrah93 pic.twitter.com/joVjpTmXp2
">Our 𝕃𝕀𝕆ℕ is roaring and how! 🦁💥
— Mumbai Indians (@mipaltan) May 9, 2022
4⃣ - 1⃣ - 1⃣0⃣ - 5⃣ vs 𝗞𝗞𝗥#OneFamily #DilKholKe #MumbaiIndians #MIvKKR @Jaspritbumrah93 pic.twitter.com/joVjpTmXp2Our 𝕃𝕀𝕆ℕ is roaring and how! 🦁💥
— Mumbai Indians (@mipaltan) May 9, 2022
4⃣ - 1⃣ - 1⃣0⃣ - 5⃣ vs 𝗞𝗞𝗥#OneFamily #DilKholKe #MumbaiIndians #MIvKKR @Jaspritbumrah93 pic.twitter.com/joVjpTmXp2
ମୁମ୍ବାଇ ବୋଲର ୬ ଓଭର ଚାଲିଥିବା ବେଳେ ବିପକ୍ଷ ଟିମର ପ୍ରଥମ ୱିକେଟ ନେବାରେ ସଫଳ ହୋଇଥିଲେ । ସାମ୍ସ ୪ ଓଭର ବୋଲିଂ କରି ୨୬ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ । ହେଲେ ଚଳିତ ମ୍ୟାଚରେ ଜସପ୍ରିତ ବୁମରାହଙ୍କ ଚମତ୍କାର ବୋଲିଂ ଦେଖିବାକୁ ମିଳିଛି । ବୁମରାହ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ ୪ ଓଭର ବୋଲିଂ କରି ମାତ୍ର ୧୦ ରନ ଦେଇଛନ୍ତି । କୁମାର କାର୍ତ୍ତିକେୟ ୩ ଓଭର ବୋଲିଂ କରି ୨ଟି ୱିକେଟ ନେଇଛନ୍ତି ।