ETV Bharat / sports

RCB ଟିମର ସୁରକ୍ଷାରେ ତ୍ରୁଟି, ଟିମ ରହିଥିବା ହୋଟେଲରେ ରହିଥିଲେ ୩ କୁଖ୍ୟାତ ଅପରାଧୀ - ହିଷ୍ଟ୍ରିସିଟର

ମୋହାଲିରେ ମ୍ୟାଚ ସମୟରେ RCB ଟିମର ସୁରକ୍ଷାରେ ତ୍ରୁଟି । ଯେଉଁ ହୋଟେଲରେ ଟିମ ରହିଥିଲା ସେଠାରୁ ୩ଜଣ ହିଷ୍ଟ୍ରିସିଟରଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Apr 22, 2023, 11:03 PM IST

ଚଣ୍ଡିଗଡ଼: ବିରାଟ କୋହଲି ଓ ତାଙ୍କ ଆଇପିଏଲ ଟିମ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । ଚଣ୍ଡିଗଡ଼ର ଏକ ହୋଟେଲରେ ଯେଉଁଠି ଟିମର ସଦସ୍ୟମାନେ ରହିଥିଲେ, ସେହି ହୋଟେଲେ ରହିଥିଲେ ୩ ହିଷ୍ଟ୍ରିସିଟର (ଅପରାଧୀ) । ଯେଉଁମାନଙ୍କ ବିରୋଧରେ ରହିଛି ଏକାଧିକ ଅପରାଧିକ ମାମଲା । ଏହାକୁ ନେଇ ଆରିସିବି ଟିମର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଏହି ଖବର ଜଣାପଡ଼ିବା ପରେ ଟିମର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଗତ ଏପ୍ରିଲ ୨୦ ତାରିଖରେ ମୋହାଲି ଷ୍ଟାଡିମୟରେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଥିବା ମ୍ୟାଚ ଲାଗି ଚଣ୍ଡିଗଡ଼ର ଲଲିତ ହୋଟେଲରେ ରହିଥିଲା RCB ଟିମ ।

ଏହି ଟିମ ମଧ୍ୟରେ ବିରାଟ କୋହଲି, ମହମ୍ମଦ ସିରାଜଙ୍କ ସମେତ ଅନେକ ବିଦେଶୀ କ୍ରିକେଟର ମଧ୍ୟ ରହିଥିଲେ । ପୋଲିସ ନିକଟରେ ଏହି ଖବର ପହଞ୍ଚିବା ମାତ୍ରେ ସଙ୍ଗେ ସଙ୍ଗେ ହୋଟେଲରେ ପହଞ୍ଚି ୩ ହିଷ୍ଟ୍ରିସିଟରଙ୍କୁ ଗିରଫ କରିଥିଲା ପୋଲିସ । ମିଳିଥିବା ସୂଚନା ଅନୁସାରେ ରୋହିତ, ମୋହିତ ଓ ନବୀନ ନାମଧାରୀ ହିଷ୍ଟ୍ରିସିଟରଙ୍କ ବିରୋଧରେ ଫାୟାରିଂ, ମାରପିଟ, ଡକାୟତି ଭଳି ଏକାଧିକ ମାମଲା ରହିଛି । ଏହି ୩ଜଣ ହିଷ୍ଟ୍ରିସିଟର ଗୋଟିଏ ଦିନ ଲାଗି ଲଲିତ ହୋଟେଲରେ ବୁକିଂ କରିଥିଲେ । ଏପ୍ରିଲ ୨୦ ତାରିଖ ରାତିରେ ପୋଲିସ ଏମାନଙ୍କୁ ଗିରଫ କରିବା ପରେ SDJM କୋର୍ଟରେ ହାଜର କରାଯାଇଥିଲା ।

ଏହା ବି ପଢନ୍ତୁ- IPL 2023 LSG vs GT: ରୋମାଞ୍ଚକର ମୁକାବିଲା ଜିତିଲା ଗୁଜରାଟ, ୭ରନରେ ହାରିଲା ଲକ୍ଷ୍ନୌ

ସେପଟେ କୋର୍ଟରୁ ଏହି ୩ଜଣଙ୍କୁ ଜାମିନ ମଧ୍ୟ ମିଳିଛି । ଏମାନଙ୍କଠାରୁ କୌଣସି ପ୍ରକାର ମାରଣାସ୍ତ୍ର ଜବତ ହୋଇନଥିବାରୁ କୋର୍ଟ ଜାମିନ ପ୍ରଦାନ କରିଥିଲେ । ସୂଚନା ଥାଉ କି ଗତ ଏପ୍ରିଲ ୨୦ ତାରିଖରେ ମୋହାଲି କ୍ରିକେଟ ଷ୍ଟାଡିୟମରେ ପଞ୍ଜାବ କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ ମହମ୍ମଦ ସିରାଜ ୪ ଓଭର ବୋଲିଂ କରି ୨୧ ରନ ଦେବା ସହ ୪ ୱିକେଟ ନେଇଥିଲେ । ଏହା ସହ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଟାଇଟଲ ମଧ୍ୟ ମିଳିଥିଲା । ଏହି ମ୍ୟାଚରେ ବିରାଟ କୋହଲି ଆରସିବିର କ୍ୟାପଟେନ ଥିଲେ । ସେ ୪୭ ବଲରେ ୫୯ ରନ କରିଥିଲେ । ଏଥିମଧ୍ୟରୁ ୫ଟି ଚୌକା ଓ ଗୋଟିଏ ଛକା ଥିଲା ।

ଏହା ବ୍ୟତୀତ ଡୁ ପ୍ଲେସିସ ୫୬ ବଲରେ ୮୪ ରନ କରି ଏକ ଚମତ୍କାର ବ୍ୟାଟିଂ କରିଥିଲେ । ଏଥିରେ ସେ ୫ଟି ଚୌକା ଓ ୫ଟି ଛକା ମାରିଥିଲେ । ସେହିପରି ପଞ୍ଜାବ ଟିମରୁ ପ୍ରଭସିମ୍ରନ ସିଂ ୩୦ ବଲରେ ୪୬ ରନ କରିଥିଲେ । ଏହି ମ୍ୟାଚରେ ପଞ୍ଜାବ ବଡ ସ୍କୋର କରିବାରେ ଅସଫଳ ହୋଇଥିଲା । ଫଳରେ ପଞ୍ଜାବ ଟିମ ୨୪ନ ରନରେ ପରାଜୟ ବରଣ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.