ଦୁବାଇ: ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍ ପାଇଁ ଅଭ୍ୟାସ ଆରମ୍ଭ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । UAEରେ ପହଞ୍ଚିବା ପରେ ୬ ଦିନ ବାଧ୍ୟତାମୂଳକ କ୍ବାରେଣ୍ଟିନରେ ରହିଥିଲା CSK । ତେବେ କ୍ବାରେଣ୍ଟିନ ସମୟ ଶେଷ ପରେ ଦୁବାଇର ICC କ୍ରିକେଟ ଏକାଡେମୀରେ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୪ତମ ସଂସ୍କରଣ ପାଇଁ ଅଭ୍ୟାସ ଆରମ୍ଭ କରିଛି ଧୋନିବାହିନୀ ।
-
The #Yellove Gallery 😍
— Chennai Super Kings - Mask P😷du Whistle P🥳du! (@ChennaiIPL) August 20, 2021 " class="align-text-top noRightClick twitterSection" data="
This way please ⤵️https://t.co/mToTSsMFMX #WhistlePodu #Yellove 🦁💛 pic.twitter.com/96uAVWhtr5
">The #Yellove Gallery 😍
— Chennai Super Kings - Mask P😷du Whistle P🥳du! (@ChennaiIPL) August 20, 2021
This way please ⤵️https://t.co/mToTSsMFMX #WhistlePodu #Yellove 🦁💛 pic.twitter.com/96uAVWhtr5The #Yellove Gallery 😍
— Chennai Super Kings - Mask P😷du Whistle P🥳du! (@ChennaiIPL) August 20, 2021
This way please ⤵️https://t.co/mToTSsMFMX #WhistlePodu #Yellove 🦁💛 pic.twitter.com/96uAVWhtr5
କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି, ସୁରେଶ ରାଇନା, ଦୀପକ ଚହର ଓ ରବିନ ଉଥାପ୍ପାଙ୍କ ସମେତ ଟିମର ଅନ୍ୟ ସଦସ୍ୟ ଅଗଷ୍ଟ ୧୩ରେ ଦୁବାଇରେ ପହଞ୍ଚିଥିଲେ । CSK ଫ୍ରାଞ୍ଚାଇଜ ଅଭ୍ୟାସ ସମୟର ଫଟୋ ସେୟାର କରିଛି ।
ମହାମାରୀ COVID-19 ସଂକ୍ରମଣ ଯୋଗୁଁ ଗତ ମେ ମାସରେ ଆଇପିଏଲ ୨୦୨୧ ସ୍ଥଗିତ ହୋଇଥିଲା । ତେବେ ଆସନ୍ତା ସେପ୍ଟେମ୍ବର ୧୯ରୁ ଅବଶିଷ୍ଟ ମ୍ୟାଚ୍ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯିବ ।
ଦୁବାଇରେ ମୋଟ ୧୩ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ, ଶାରଜାହରେ ୧୦ଟି ଓ ଆବୁଧାବିରେ ୮ଟି ମ୍ୟାଚ୍ ଖେଳାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ