ETV Bharat / sports

IPL 2023: ଆଜି ଗୁଜୁରାଟ-ହାଇଦ୍ରାବାଦ ମୁକାବିଲା, ସନରାଇଜର୍ସ ପାଇଁ ଶେଷ ସୁଯୋଗ

ଇଣ୍ଡିଆନ ପ୍ରିମିୟର ଲିଗରେ ଆଜି ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ସନରାଇଜର୍ସ ପାଇଁ ଶେଷ ସୁଯୋଗ ହୋଇପାରେ । ଅଧିକ ପଢନ୍ତୁ

author img

By

Published : May 15, 2023, 1:49 PM IST

IPL 2023
Gujarat titans vs Sunrisers Hyderabad

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଚଳିତ ସିଜନରେ ଲିଗ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଜି 62 ତମ ମ୍ୟାଚ ଖେଳାଯିବ । ଏଥିରେ ଗୁଜୁରାଟ ଟାଇଟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ଘରୋଇ ମୈଦାନରେ ଖେଳିବ ଗୁଜୁରାଟ । ଘରୋଇ ଗ୍ରାଉଣ୍ଡରେ ହାଇଦ୍ରାବାଦକୁ ହରାଇ ଶୀର୍ଷ ସ୍ଥାନକୁ ବଜାୟ ଲକ୍ଷ୍ୟରେ ରହିଛି । ସେହିପରି ଆଜିର ମ୍ୟାଚ ସନରାଇଜର୍ସ ପାଇଁ ଶେଷ ସୁଯୋଗ ହୋଇପାରେ । ଏହି ମୁକାବିଲା ହାଇଦ୍ରାବାଦ ପାଇଁ କର ବା ମର ସଦୃଶ ହୋଇଛି ।

GT VS SRH: ପୂର୍ବ ବର୍ଷ ପରି ଚଳିତ ଆଇପିଏଲ ସିଜନରେ ଫୁଲ ଫର୍ମରେ ରହିଛି ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ଟାଇଟନ୍ସ । ମୋଟ 12ଟି ମ୍ୟାଚ ଖେଳି 8ଟିରେ ବିଜୟ ହାସଲ କରି ଟେବୁଲ ଟପରେ ରହିଛି ଟାଇଟନ୍ସ । ଆଜି ଘରୋଇ ମାଟିରେ ବିଜୟ ହାସଲ କରି ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି ଦଳ । ଗୁଜୁରାଟର ରାସିଦ ଖାନ ଓ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବ ମ୍ୟାଚ ଗୁଡିକରେ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି । ଆଜି ତାଙ୍କ ବ୍ୟାଟରୁ କିଛି ସଫଳ ଇନିଂସ ଆଶା କରାଯାଉଛି ।

ସେହିପରି ହାଇଦ୍ରାବାଦ ଏହି ମୁକାବିଲା ଜିତିବାକୁ ସବୁ ପ୍ରୟାସ କରିବ । ପ୍ଲେ ଅଫରେ ରହିବାକୁ ହେଲେ ଦଳକୁ ତାର ଶେଷ 3ଟି ମ୍ୟାଚ ଜିତିବାକୁ ହେବ । ସନରାଇଜର୍ସ 11ଟି ମ୍ୟାଚ ଖେଳି 4ଟିରେ ବିଜୟ ହାସଲ କରିଛି । ଗତବର୍ଷ ଦୁଇ ଦଳ ଦୁଇଥର ଭେଟିଥିଲେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିଲେ । ଦଳର ଟପ ଅର୍ଡର ବ୍ୟାଟିଂ ବିଫଳତା ରହିଛି । ଆଜି ସେ ତ୍ରୁଟି ସୁଧାରି ଦଳ ବିଜୟ ହାସଲ କରିବାକୁ ପ୍ରୟାସ କରିବ ।

ଏହା ବି ପଢନ୍ତୁ...Wrestlers Protest: ଚିଠି ମାଧ୍ୟମରେ ସ୍ମୃତି ଇରାନୀଙ୍କ ସମର୍ଥନ ଲୋଡିଲେ କୁସ୍ତି ଯୋଦ୍ଧା

ଏହା ବି ପଢନ୍ତୁ...Thailand Para Badminton: ସ୍ବର୍ଣ୍ଣିମ ସଫଳତା, ପ୍ରମୋଦଙ୍କୁ ଡବଲ୍ ସ୍ବର୍ଣ୍ଣ

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ନୁର ଅହମ୍ମଦ, ଅଲଜାରୀ ଜୋଶେଫ, ମହମ୍ମଦ ସାମି ।

SRH ସମ୍ଭାବ୍ୟ ଏକାଦଶ: ଅଭିଷେକ ଶର୍ମା, ମୟଙ୍କ ଅଗ୍ରୱାଲ, ରାହୁଲ ତ୍ରିପାଠୀ, ଆଡେନ ମାରକ୍ରମ (ଅଧିନାୟକ), ହ୍ୟାରୀ ବ୍ରୁକ/ଗ୍ଲେନ ଫିଲିପ୍ସ, ହେନରିକ କ୍ଲାସେନ, ଅବଦୁଲ ସମଦ, ମାର୍କୋ ଜାନସେନ, ଭୁବନେଶ୍ବର କୁମାର, ମୟଙ୍କ ମାର୍କେଣ୍ଡେ, ଉମ୍ରାନ ମଲିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.