ETV Bharat / sports

IPL 2023: ଆଜି ହାର୍ଦ୍ଦିକ-ସଞ୍ଜୁ ଫାଇଟ, ଶୀର୍ଷକୁ ଉଠିବାକୁ ରୟାଲ୍ସ ପାଇଁ ସୁଯୋଗ

author img

By

Published : May 5, 2023, 10:35 AM IST

ଇଣ୍ଡିଆନ ପ୍ରିମିୟର ଲିଗ ଚଳିତ ସଂସ୍କରଣରେ ଆଜି 48ତମ ମ୍ୟାଚ ଖେଳାଯିବ । ଏଥିରେ ଡିଫେଣ୍ଡି ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବେ । ଅଧିକ ପଢନ୍ତୁ

IPL 2023
ଆଜି ହାର୍ଦ୍ଦିକ-ସଞ୍ଜୁ ଫାଇଟ

ନୂଆଦିଲ୍ଲୀ: ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ଜାରି ରହିଛି । ଗୋଟିଏ ପରେ ଗୋଟିଏ ମ୍ୟାଚ ସରୁଛି ରୋମାଞ୍ଚ ବଢୁଛି । ଆଜି ଆଇପିଏଲ ଚଳିତ ସଂସ୍କରଣରେ 48ତମ ମ୍ୟାଚ ଖେଳାଯିବ । ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଡିଫେଡିଂ ଚାମ୍ପିଅନ ଗୁଜୁରାଟ ଟାଇଟନ୍ସ ଓ ସଞ୍ଜୁ ସାମସନଙ୍କ ନେତୃତ୍ବାଧୀନ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ । ଘରୋଇ ଗ୍ରାଉଣ୍ଡରେ ଖେଳିବ ରାଜସ୍ଥାନ । ଆଜି ମ୍ୟାଚରେ ବିଜୟ ହାସଲ କରି ଶୀର୍ଷକୁ ଉଠିବାକୁ ଦଳ ପାଖରେ ସୁଯୋଗ ରହିଛି । ସେହିପରି ଭଲ ପ୍ରଦର୍ଶନରେ ଥିବା ଡିଫେଣ୍ଡିଂ ଚାମ୍ପିଅନ ଗୁଜୁରାଟ ଶୀର୍ଷ ସ୍ଥାନ ବଜାୟ ଲକ୍ଷ୍ୟରେ ରହିଛି । ଦୁଇ ଦଳ ସେମାନଙ୍କ ଶେଷ ମ୍ୟାଚରେ ପରାସ୍ତ ହୋଇଥିଲେ । ଆଜି ଟ୍ରାକକୁ ଫେରିବାକୁ ଚେଷ୍ଟା କରିବେ ।

GT vs RR: ଗୁଜୁରାଟ ଟାଇଟନ୍ସ ଏଯାବତ 9ଟି ମ୍ୟାଚ ଖେଳି 6ଟିରେ ବିଜୟ ହାସଲ କରିଛି । 12 ପଏଣ୍ଟ ପାଇ ଟେବଲୁ ଶୀର୍ଷରେ ରହିଛି । ଶେଷ ମ୍ୟାଚରେ ଟେବୁଲ ଶେଷରେ ଥିଲା ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିଲା । ଆଜି ରାଜସ୍ଥାନକୁ ତାର ଘରୋଇ ମାଟିରେ ପରାସ୍ତ କରି ବିଜୟ ଟ୍ରାକକୁ ଫେରିବା ସହ ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ ଟାଇଟନ୍ସ । ଏହା ସହ ଗତ 16 ତାରିଖରେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ପରାସ୍ତ ହୋଇଥିଲା ଗୁଜୁରାଟ । ଆଜି ପୂର୍ବ ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଦଳରେ ଉଭୟ ବିଭାଗ ସନ୍ତୁଳିତ ରହିଛି ତଥାପି ରାଜସ୍ଥାନ ବିପକ୍ଷରେ ନୂଆ ରଣନୀତି ନେଇ ମଇଦାନକୁ ଓହ୍ଲାଇବ ଗୁଜୁରାଟ । ଗତ ସିଜନରେ ଦୁଇ ଦଳ ପରସ୍ପରକୁ 3 ଥର ଭେଟିଥିଲେ । ସମସ୍ତ ମ୍ୟାଚ ଟାଇଟନ୍ସ ଜିତିଥିଲା । ଫାଇନାଲରେ ରାଜସ୍ଥାନକୁ ହରାଇ ଟ୍ରଫି ଜିତିଥିଲା ଟାଇଟନ୍ସ ।

ଅନ୍ୟପଟେ ରାଜସ୍ଥାନ ଏଯାବତ 9ଟି ମ୍ୟାଚ ଖେଳି 5ଟିରେ ବିଜୟ ହାସଲ କରିଛି । 10 ପଏଣ୍ଟ ସହ ଟେବୁଲ ଚତୁର୍ଥ ସ୍ଥାନରେ ରହିଛି । ଶେଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଠୁ ପରାସ୍ତ ହୋଇଥିଲା । ଆଜି ଘରୋଇ ଗ୍ରାଉଣ୍ଡରେ ସମର୍ଥକଙ୍କ ଗହଣରେ ଆଧିପତ୍ୟ ଜାହିର କରି ଶୀର୍ଷକୁ ଉଠିବାକୁ ଚେଷ୍ଟା କରିବ ଦଳ । ମୁମ୍ବାଇ ବିପକ୍ଷରେ ଦଳର ଯଶସ୍ବୀ ଜୈସ୍ବାଲ ବିସ୍ଫୋରକ 124 ରନ କରିଥିଲେ ଯାହାକୁ ଏବେ ବି ଭୁଲି ନାହାନ୍ତି କ୍ରିକେଟ ପ୍ରେମୀ । ଆଜି ଯଶସ୍ବୀ ଜୈସ୍ବାଲଙ୍କ ଉପରେ ନଜର ରହିବ । ଟାଇଟନ୍ସ ତୁଳନାରେ ରୟାଲ୍ସ ରନରେଟ ଅଧିକ ରହିଛି ।

ଏହା ବି ପଢନ୍ତୁ...IPL 2023: ଆଇପିଏଲରୁ ଅବସର ଚର୍ଚ୍ଚା, କୁଲ୍‌ ଅନ୍ଦାଜ୍‌ରେ ଧୋନୀଙ୍କ ମୁହଁତୋଡ଼ ଜବାବ

ଏହା ବି ପଢନ୍ତୁ...IPL 2023 SRH vs KKR: 166ରେ ଅଟକିଗଲା ହାଇଦ୍ରାବାଦ, 5 ରନରେ ଜିତିଲା କୋଲକାତା

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ସାଇ ସୁଦର୍ଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରାସିଦ ଖାନ, ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାତିଆ, ଅଲଜାରି ଯୋଶେଫ, ମହମ୍ମଦ ସାମି, ଆର ସାଇ କିଶୋର ।

RR ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଜୋସ ବଟଲର/ଜୋ ରୁଟ, ସଞ୍ଜୁ ସାମସନ, ଦେବଦତ୍ତ ପାଡିକଲ, ରିୟାନ ପରାଗ, ସିମରନ ଦେତମାୟର, ଧ୍ରୁବ ଜୁରେଲ, ଆର ଅଶ୍ବିନୀ, ଟ୍ରେଣ୍ଟ ବୋଲ୍ଟ, ୟୁଝବେନ୍ଦ୍ର ଚହଲ, ଜାସନ ହୋଲ୍ଡର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.