ETV Bharat / sports

IPL 2023 SRH vs DC: ହାଇଦ୍ରାବାଦର ବ୍ୟାଟିଂ ବିପର୍ଯ୍ୟୟ, 7 ରନରେ ଜିତିଲା ଦିଲ୍ଲୀ - ଆଇପିଏଲ 2023

ଆଇପିଏଲ 2023ରେ 7 ରନରେ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି କେବଳ 144 ରନ ହିଁ କରିପାରିଥିଲା ଦିଲ୍ଲୀ । ଏହାକୁ ପିଛା କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ କେବଳ 137 ରନରେ ଅଟକି ଯାଇଥିଲା ହାଇଦ୍ରାବାଦ । ଅଧିକ ପଢ଼ନ୍ତୁ

IPL 2023 SRH vs DC
IPL 2023 SRH vs DC
author img

By

Published : Apr 25, 2023, 12:47 AM IST

ହାଇଦ୍ରାବାଦ: ଚଳିତ ଆଇପିଏଲ 2023ରେ ସୋମବାର କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ହାଇଦ୍ରାବାଦରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କେବଳ 144 ରନ ହିଁ କରିପାରିଥିଲା ଦିଲ୍ଲୀ । ତେବେ ଏହାକୁ ପିଛା କରି ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ କେବଳ 137 ରନରେ ଅଟକି ଯାଇଥିଲା ହାଇଦ୍ରାବାଦ । ଫଳରେ ଚଳିତ ସଂସ୍କରଣରେ 7 ରନରେ ନିଜର ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଅଲରାଉଣ୍ଡ ପ୍ରଦର୍ଶନ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ଅକ୍ଷର ପଟେଲ ।

ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଡେଭିଡ ୱାର୍ନର । ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଭୁବନେଶ୍ବର କୁମାରଙ୍କ ବଲରେ ଆଉଟ ହୋଇଥିଲେ ଫିଲିପ ସର୍ଟ । ତେବେ ଅଧିନାୟକ ୱାର୍ନର ଓ ମିଚେଲ ମାର୍ଶ କିଛି ସମୟ ପାଳି ସମ୍ଭାଳିଥିଲେ । 15 ବଲରୁ 5 ଚୌକା ସହ 25 ରନ କରି ଟି ନଟରାଜନଙ୍କ ଶିକାର ପାଲଟିଥିଲେ ମାର୍ଶ । ଏହାପରେ ଡେଭିଡ ୱାର୍ନର ମଧ୍ୟ 20 ବଲରୁ 21 ରନ କରି ଆଉଟ ହୋଇଥିଲେ । ସେହି ଓଭରରେ ସର୍ଫରାଜ ଖାନ ଓ ଅମନ ହାକିମ ଖାନ ମଧ୍ୟ କେବଳ 10 ଓ 4 ରନ କରି ପାଭିଲିୟନ ଫେରିଥିଲେ । ଏହାପରେ ମନୀଷ ପାଣ୍ଡେ ଓ ଅକ୍ଷର ପଟେଲଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ଦେଖିବାକୁ ମିଳିଥିଲା । ଉଭୟ 34 ରନ ଲେଖାଏଁ କରି ଆଉଟ ହୋଇଥିଲେ । ଦଳର ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ସ୍କୋର କରିବାରେ ଅସମର୍ଥ ହୋଇଥିଲେ । ଫଳରେ ଦଳ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ କେବଳ 144 ରନ କରିପାରିଥିଲା ।

ହାଇଦ୍ରାବାଦ ପକ୍ଷରୁ ଆଜି ଭୁବନେଶ୍ବର କୁମାରଙ୍କ ଶ୍ରେଷ୍ଠ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । 4 ଓଭର ବୋଲିଂ କରିଥିବା ଭୁବନେଶ୍ବର କେବଳ 11 ରନ ବ୍ୟୟ କରି 2ଟି ବହୁମୂଲ୍ୟ ୱିକେଟ ହାତେଇଥିଲେ । ୱାଶିଂଟନ ସୁନ୍ଦର 4 ଓଭରରୁ 28 ରନ ବ୍ୟୟରେ 3ଟି ୱିକେଟ ପାଇଥିବା ବେଳେ ନଟରାଜନଙ୍କୁ ଗୋଟିଏ ସଫଳତା ମିଳିଥିଲା ।

ଏହାପରେ ଚଳିତ ସଂସ୍କରଣରେ ତୃତୀୟ ବିଜୟ ପାଇଁ ହାଇଦ୍ରାବାଦ ଆଗରେ କେବଳ 145 ରନର ବିଜୟ ଲକ୍ଷ୍ୟ ରହିଥିଲା । ତେବେ ଦଳୀୟ ସ୍କୋର 31 ରନ ହୋଇଥିବା ବେଳେ ଦଳକୁ ପ୍ରଥମ ଝଟକା ଲାଗିଥିଲା । ହ୍ୟାରୀ ବ୍ରୁକ 14 ବଲରୁ କେବଳ 7 ରନ କରି ନୋର୍ଖିଆଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । ଏହାପରେ ଦଳ ପାଇଁ ସର୍ବାଧିକ ରନ ସଂଗ୍ରହ କରିଥିବା ମୟଙ୍କ ଅଗ୍ରୱାଲ ଆଉଟ ହୋଇଥିଲେ । ସେ 39 ବଲରୁ 7 ଚୌକା ବଳରେ 49 ରନ କରିଥିଲେ । ରାହୁଲ ତ୍ରିପାଠୀ 21 ବଲରୁ 15 ରନ କରି ଆଉଟ ହୋଇଥିବା ବେଳେ ଅଭିଷେକ ଶର୍ମା ଓ ଅଧିନାୟକ ମାର୍କ୍ରମ ମଧ୍ୟ କୌଣସି କମାଲ କରିପାରିନଥିଲେ । ହେନରିଚ କ୍ଲାସିନ 19 ବଲରୁ 31 ରନର ପାଳି ଖେଳି ଆଉଟ ହୋଇଥିଲେ । ୱାଶିଂଟନ ସୁନ୍ଦର 15 ବଲରୁ ଅପରାଜିତ 24 ରନ କରିଥିଲେ ମଧ୍ୟ ଦଳକୁ ବିଜୟ ଦେଇପାରିନଥିଲେ ।

ଦିଲ୍ଲୀ ପକ୍ଷରୁ ମଧ୍ୟ ଆଜି ଦମଦାର ବୋଲିଂ ଦେଖିବାକୁ ମିଳିଥିଲା । ଅକ୍ଷର ପଟେଲ 4 ଓଭରରୁ ମାତ୍ର 21 ରନ ଖର୍ଚ୍ଚ କରି 2ଟି ୱିକେଟ ପାଇଥିବା ବେଳେ ନୋର୍ଖିଆଙ୍କୁ ମଧ୍ୟ 2ଟି ୱିକେଟ ମିଳିଥିଲା । ତେବେ ସେ ଦଳ ପକ୍ଷରୁ ସର୍ବାଧିକ 33 ରନ ବ୍ୟୟ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଈଶାନ୍ତ ଶର୍ମା ଓ କୁଲଦୀପ ଯାଦବଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.