ETV Bharat / sports

IPL Second Qualifier: ଫାଇନାଲ ଟିକେଟ ପାଇଁ ମୁମ୍ବାଇ-ଗୁଜୁରାଟ ମୁକାବିଲା

author img

By

Published : May 26, 2023, 10:07 AM IST

ଶେଷ ପର୍ଯ୍ୟାୟରେ ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ । ଆଜି ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ଫାଇନାଲ ଟିକେଟ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟନ୍ସ ମୁହାଁମୁହିଁ ହେବେ । ଅଧିକ ପଢନ୍ତୁ

ମୁମ୍ବାଇ-ଗୁଜୁରାଟ ମୁକାବିଲା
IPL Second Qualifier

ନୂଆଦିଲ୍ଲୀ: କିଏ ହାତେଇବ ଫାଇନାଲ ଟିକେଟ୍‌ । ଦ୍ବିତୀୟ କ୍ବାଲିଫାୟରରେ କାହାର ହେବ ଜିତ କାହାର ହେବ ମାତ୍ । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ପଡିଆରେ ଛାଇଯିବ ନୀଳ-ବାଇଗଣି ଜର୍ସି । ଫ୍ୟାନ୍ସଙ୍କ ଚିୟରଅଫରେ କମ୍ପିବ ମୈଦାନ । ହାଇପ୍ରୋଫାଇଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଇପିଏଲ ପ୍ଲେ ଅଫରେ ଆଜି ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ । ଏଥିରେ ଫାଇନାଲ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ମଧ୍ୟରେ ଜବରଦସ୍ତ ଫାଇଟ ହେବ । ଏହି ମ୍ୟାଚ ଯିଏ ଜିତିବ ସେ ଫାଇନାଲରେ ପ୍ରବେଶ କରିବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଖେଳାଯିବ । ବିଜୟୀ ଟିମ ଆସନ୍ତା 28 ତାରିଖରେ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ଫାଇନାଲ ମ୍ୟାଚ ଖେଳିବ ।

ଗୁଜୁରାଟ ବନାମ ମୁମ୍ବାଇ: ଫାଇନାଲ ଟିକେଟ ହାତେଇବାକୁ ଗୁଜୁରାଟ ଓ ମୁମ୍ବାଇ ମଧ୍ୟରେ ଆଜି ହାଇଭୋଲ୍ଟେଜ ମ୍ୟାଚ ଖେଳାଯିବ । ପ୍ରଥମ କ୍ବାଲିଫାୟରରେ ଚେନ୍ନାଇଠୁ 15ରନରେ ପରାସ୍ତ ହୋଇଥିଲା ଗୁଜୁରାଟ । ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ 81ରନରେ ପରାସ୍ତ କରି ଦ୍ବିତୀୟ କ୍ବାଲିଫାୟର ପାଇଁ ଯୋଗ୍ୟତା ଅର୍ଜନ କରିଛି ରୋହିତବାହିନୀ । ଆଇପିଏଲ ଆରମ୍ଭରୁ ଧିମା ଆରମ୍ଭ କରିଥିବା ମୁମ୍ବାଇ କମବ୍ୟାକ ପାଇଁ ପ୍ଲେ ଅଫରେ ଦ୍ବିତୀୟ କ୍ବାଲିଫାୟର ଖେଳିବାକୁ ଯାଉଛି । ଗୁଜୁରାଟକୁ ହରାଇ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଘରୋଇ ଗ୍ରାଉଣ୍ଡରେ ଖେଳୁଥିବାକୁ ଗୁଜୁରାଟର ମନୋବଳ ସୃଦୁଢ ରହିଛି । ମୁମ୍ବାଇକୁ ମାତ ଦେଇ ଫାଇନାଲ ଟିକେଟ୍‌ ହାତେଇବା ଲକ୍ଷ୍ୟରେ ରହିଛି ଡିଫେଣ୍ଡି ଚମ୍ପିଆନ ଗୁଜୁରାଟ ।

ଉଭୟ ଦଳ ଚଳିତ ସିଜନରେ ପରସ୍ପରକୁ 2ଥର ଭେଟିଛନ୍ତି । ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ମ୍ୟାଚ ପୂର୍ବାନୁମାନ କରିବା କଷ୍ଟକର । ଗୁଜୁରାଟର ଶୁଭମନ ଗିଲ୍‌ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଭୟର କାରଣ ହୋଇପାରନ୍ତି । ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବେ ମୁ୍ମ୍ବାଇ ବୋଲର । ସେହିପରି ରୋହିତଙ୍କ ବିପକ୍ଷରେ ରସିଦ ଖାନ ଅନେକ ସମୟରେ ସଫଳ ହୋଇଛନ୍ତି । ତେଣୁ ଆଜିର ମୁକାବିଲାରେ ଗୁଜୁରାଟ ପାଇଁ ରସିଦଙ୍କ ବୋଲିଂ ଗୁରୁତ୍ବବହନ କରିବ । ମୁମ୍ବାଇର ଆକାଶ ମଧୱାଲ ଲକ୍ଷ୍ନୌ ବିପକ୍ଷରେ ଯେଉଁଭଳି 5ଟି ୱିକେଟ ହାସଲ କରିଥିଲେ ତାହା ଏବେ ବି ଫ୍ୟାନ୍ସ ଭୁଲି ନାହାନ୍ତି ତେଣୁ ଆଜି ଆକାଶଙ୍କ ଉପରେ ନଜର ରହିବ ।

ଏହା ବି ପଢନ୍ତୁ....IPL 2023 First Qualifier: ଚେପକରେ ଚେନ୍ନାଇ ଚମକ, ଗୁଜୁରାଟକୁ ହରାଇ ଫାଇନାଲରେ ସୁପର କିଙ୍ଗସ

GT ସମ୍ଭାବ୍ୟ ଏକାଦଶ: ଶୁଭମନ ଗିଲ, ରିଦ୍ଧିମାନ ଶାହ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ଅଭିନବ ମନୋହର, ରାହୁଲ ତେୱାତିଆ, ରସିଦ ଖାନ, ଅଲଜାରୀ ଜୋଶେଫ/ଜୋସ ଲିଟିଲ, ନୁର ଅହମ୍ମଦ, ମହମ୍ମଦ ସାମି । ମୋହିତ ଶର୍ମା (ଇମ୍ପାକ୍ଟ ପ୍ଲେୟାର)

MI ସମ୍ଭାବ୍ୟ ଏକାଦଶ: ଇଶାନ କିଷନ, ରୋହିତ ଶର୍ମା (ଅଧିନାୟକ), କାମରେନ ଗ୍ରୀନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଟିମ ସାଉଦି, କ୍ରିସ ଜୋର୍ଡାନ, ହ୍ରିତିକ ସୋକିବ, ପିୟୂଷ ଚାୱାଲା, ଆକାଶ ମଧୱାଲ, ଜାସନ ବେହରନଡର୍ଫ । ନେହାଲ ୱଧେରା (ଇମ୍ପାକ୍ଟ ଖେଳାଳି)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.